ରାଜଧାନୀ କାବୁଲରେ ପଶିଲା ତାଲିବାନ, ଏବେ କାବୁଲରେ ଶୁଣାଯାଉଛି ଗୁଳିଗୋଳା ଶବ୍ଦ

କେନ୍ୟୁଜ୍(ବ୍ୟୁରୋ):  ଆଫଗାନିସ୍ତାନରେ ମାଡ଼ି ଚାଲିଛି ତାଲିବାନ । ରାଜଧାନୀ କାବୁଲରେ ପଶିଲା । ଚାରିପଟୁ କାବୁଲ ଭିତରକୁ ପ୍ରବେଶ କରିଛନ୍ତି ତାଲିବାନ ଆତଙ୍କବାଦୀ । ଆଫଗାନ ଆଭ୍ୟନ୍ତରୀଣ ବ୍ୟାପାର ମନ୍ତ୍ରୀ ଏନେଇ ସୂଚନା ଦେଇଛନ୍ତି। ଏବେ କାବୁଲରେ ଗୁଳିଗୋଳା ଶବ୍ଦ ଶୁଣାଯାଉଛି । ତେବେ ବଳପୂର୍ବକ କାବୁଲକୁ ଦଖଲ କରିବାର ଯୋଜନା ନାହିଁ ବୋଲି ତାଲିବାନ ପକ୍ଷରୁ ଏକ ବିବୃତ୍ତିରେ କୁହାଯାଇଛି । ପୂର୍ବରୁ ମଇଦାନ ଓ୍ଵାର୍ଦକ, ଜଲାଲବାଦକୁ କବଜା କରିଥିଲା ତାଲିବାନ।

talibam3

କୂଟନୀତିଜ୍ଞ ଓ କର୍ମଚାରୀଙ୍କ ପ୍ରତ୍ୟାବର୍ତ୍ତନ ପାଇଁ ସମସ୍ତ ଶକ୍ତି ଲଗାଇଦେଇଛି ଆମେରିକା। ଆମେରିକା ନାଗରିକ ବାହାରିବା ପାଇଁ ହମିଦ୍‌ କର୍ଜାଇ ଏୟାରପୋର୍ଟ ଏକମାତ୍ର ପଥ ରହିଛି। ଯୁଦ୍ଧକାଳୀନ ଭିତ୍ତିରେ ସମସ୍ତ ନାଗରିକଙ୍କୁ ଏୟାରଲିପ୍ଟ କରୁଛି ଆମେରିକା। ରାଷ୍ଟ୍ରପତି ବାଇଡେନ ୫ ହଜାର ସେନା ପଠାଇଛନ୍ତି। ବ୍ରିଟେନ ମଧ୍ୟ ତା’ର ନାଗରିକଙ୍କୁ ପ୍ରତ୍ୟାବର୍ତ୍ତନ ପାଇଁ ସେନା ପଠାଇଛି । ସେପଟେ ତାଲିବାନକୁ ପାକିସ୍ତାନର ସମର୍ଥନକୁ ବିରୋଧ କରିଛନ୍ତି ବ୍ରିଟେନ ସମେତ ବିଭିନ୍ନ ଦେଶରେ ରହୁଥିବା ଆଫଗାନ ନାଗରିକ । ଏହାକୁ ନେଇ ସେମାନେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ।.

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.