Teslaର ବୈଦ୍ୟୁତିକ କାର୍‌ରେ ଲାଗିଲା ନିଆଁ, ଆୟତ୍ତ କରିବାରେ ଖର୍ଚ୍ଚ ହେଲା ୧.୩୬ ଲକ୍ଷ ଲିଟର ପାଣି

ନିକଟରେ ଟେସ୍‌ଲା କାର୍‌ରେ ନିଆଁ ଲାଗିଯିବାର ଖବର ସାମ୍ନାକୁ ଆସିଛି। କାର୍‌ରେ ଏଭଳି ଭୟଙ୍କର ଭାବେ ନିଆଁ ଲାଗିଥିଲା ଯେ କାବୁ କରିବା ପାଇଁ ୧.୩୬ ଲକ୍ଷ ଲିଟର ପାଣି ଖର୍ଚ୍ଚ କରିବାକୁ ପଡ଼ିଥିଲା। ଆମେରିକାର ଅଲ୍‌ବାମା ସହରର ଓଟୋଗା କାଉଣ୍ଟିରେ କ୍ରିସ୍‌ମାସ ରାତିରେ ଏହି ଘଟଣା ଘଟିିଛି।

ବିଶ୍ୱରେ ଯେତେବେଳେ ବି ବୈଦ୍ୟୁତିକ କାର୍‌ କଥା ଉଠେ, ‘Tesla’ର ନାମ ପ୍ରଥମେ ଆସିଥାଏ। ଏଲନ ମସ୍କଙ୍କ କମ୍ପାନୀ ଟେସ୍‌ଲା ବିଶ୍ୱର ବିଭିନ୍ନ ଦେଶରେ ନିଜର ବୈଦ୍ୟୁତିକ କାର୍‌ ବିକ୍ରି କରୁଛି। ଟେସ୍‌ଲାର କାର୍‌ଗୁଡ଼ିକ ଯେଉଁଠି ନିଜର ଆଡ୍‌ଭାନ୍ସ ଟେକ୍ନୋଲୋଜି ପାଇଁ ଚର୍ଚ୍ଚାରେ ଥାଏ, ସେଠି କେବେ କେବେ ଏହା ଦୁର୍ଘଟଣାର ଶିକାର ହୋଇ ମଧ୍ୟ ଚର୍ଚ୍ଚାକୁ ଆସିଥାଏ।

ଏବେ ନିକଟରେ ଟେସ୍‌ଲା କାର୍‌ରେ ନିଆଁ ଲାଗି ଯିବାର ଖବର ସାମ୍ନାକୁ ଆସିଛି। କାର୍‌ରେ ଏଭଳି ଭୟଙ୍କର ଭାବେ ନିଆଁ ଲାଗିଥିଲା ଯେ କାବୁ କରିବା ପାଇଁ ୧.୩୬ ଲକ୍ଷ ଲିଟର ପାଣି ଖର୍ଚ୍ଚ କରିବାକୁ ପଡ଼ିଥିଲା। ଆମେରିକାର ଅଲ୍‌ବାମା ସହରର ଓଟୋଗା କାଉଣ୍ଟିରେ କ୍ରିସ୍‌ମାସ ରାତିରେ ଏହି ଘଟଣା ଘଟିିଛି। ଏଠାରେ ଏକ ଟେସ୍‌ଲା ଦୁର୍ଘଟଣାର ଶିକାର ହେବା ପରେ ସେଥିରେ ନିଆଁ ଲାଗି ଯାଇଥିଲା। ବଡ଼ କଥା ହେଉଛି, ନିଆଁ ଲିଭାଇବା ପାଇଁ ୩୬,୦୦୦ ଗାଲନ୍‌ ଅର୍ଥାତ୍‌ ପାଖାପାଖି ୧.୩୬ ଲକ୍ଷ ଲିଟର ପାଣିର ଆବଶ୍ୟକତା ପଡ଼ିଥିଲା।

ପାଇନ୍‌ ଲେବଲ୍‌ ଅଗ୍ନିଶମ ବିଭାଗ ନିଜ ଫେସ୍‌ବୁକ ପୋଷ୍ଟ୍‍ରେ କହିଛି ଯେ ଟେସ୍‌ଲା ମଡେଲ ଓ୍ଵାଇ ବୈଦ୍ୟୁତିକ କାର୍‌ରେ ନିଆଁ ଲାଗି ଯାଇଥିଲା। ଏହାକୁ ଆୟତ୍ତ କରିବା ପାଇଁ ୧ ଘଣ୍ଟାରୁ ଅଧିକ ସମୟ ଲାଗିଥିଲା ଏବଂ ଏହି ସମୟରେ ୨ ହୋଜ୍‌ ଲାଇନ୍‌ ନିୟୋଜିତ ହୋଇଥିଲା। ବିଭାଗ କହିଛି, ଅଭିଯାନରେ ନିୟୋଜିତ ମୋଟ ୩ଟି ଇଞ୍ଜିନ୍‌, ୨ଟି ଉଦ୍ଧାରକାରୀ ଦଳ, ଗୋଟିଏ ଆମ୍ବୁଲାନ୍ସ, ୪ଟି ପାଣି ଟ୍ୟାଙ୍କର, ଗୋଟିଏ ସ୍କ୍ଵାଡ୍‌, ଗୋଟିଏ ବ୍ରଶ୍‌ ଟ୍ରକ୍‌ ଏବଂ ୩ଟି କମାଣ୍ଡ ଗାଡ଼ି କଠିନ ପରିଶ୍ରମ ପରେ ନିଆଁକୁ ଆୟତ୍ତ କରିଥିଲେ।

ଏହା ବ୍ୟତୀତ ବିଭାଗ ପକ୍ଷରୁ ଆହୁରି କୁହାଯାଇଛି ଯେ ଜଳନ୍ତା ବୈଦ୍ୟୁତିକ କାର୍‌ର ଧୂଆଁରୁ ହାଇଡ୍ରୋଜେନ୍‌ ଫ୍ଲୋରାଇଡ୍‌ ଏବଂ ହାଇଡ୍ରୋଜେନ୍‌ କ୍ଲୋରାଇଡ୍‌ ଗ୍ୟାସ୍‌ ନିର୍ଗତ ହୋଇଥାଏ। ଏହି ଦୁଇଟି ଯାକ ଗ୍ୟାସ୍‌ ବିଷାକ୍ତ ହୋଇ ଥିବାରୁ ନିଃଶ୍ୱାସ ନେବାରେ କଷ୍ଟ ହୋଇଥାଏ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.