Below header

ରୁଷ-ୟୁକ୍ରେନ ଯୁଦ୍ଧ: ଖାରକିଭ୍‌ ଷ୍ଟେସନରେ ମାଳ ମାଳ ମୁଣ୍ଡ; ପାଦ ରଖିବାକୁ ନାହିଁ ଜାଗା! ସୋସିଆଲ ମିଡିଆରେ ଭାଇରାଲ ହେଉଛି ପ୍ଲାଟଫର୍ମର ଫଟୋ…

ୟୁକ୍ରେନର ଖାର୍‌କିଭ ସହର ଉପରେ ରୁଷର ଆକ୍ରମଣ ଜାରି ରହିଛି। ଏଠାରେ ରୁଷ ଲଗାତାର ଭାବରେ ବୋମା ଏବଂ ମିଶାଇଲ୍‌ ମାଡ଼ କରୁଛି। ଏହି କାରଣରୁ ସହରରେ ବର୍ତ୍ତମାନ ଭୟର ମାହୋଲ ରହିଛି। ଲୋକମାନେ ଅତ୍ୟନ୍ତ ଭୟଭୀତ ଅବସ୍ଥାରେ ଅଛନ୍ତି। ବାଧ୍ୟବାଧକତାରେ ଲୋକଙ୍କୁ ନିଜ ଘର ଛାଡ଼ି ଏତେ ତେଣେ ଧାଇଁବାକୁ ପଡ଼ୁଛି। ବହୁ ସଂଖ୍ୟାରେ ଲୋକେ ଅନ୍ୟ ସହର ମୁହାଁ ହେଉଛନ୍ତି, ଯାହାଫଳରେ ଖାର୍‌କିଭ ଷ୍ଟେସନରେ ଲୋକଙ୍କ ପ୍ରବଳ ଭିଡ଼ ଲାଗିଛି। ସୋସିଆଲ ମିଡିଆରେ ଏମିତି ହିଁ ଏକ ଫଟୋ ଖୁବ୍‌ ଭାଇରାଲ ହେବାରେ ଲାଗିଛି, ଯାହାକୁ ଦେଖି ସ୍ଥିତିର ଭୟବହତା ବିଷୟରେ ଅନୁମାନ କରାଯାଇ ପାରିବ।

ଏହି ଫଟୋଟି ଖାରକିଭ୍‌ ଷ୍ଟେସନ ପ୍ଲାଟଫର୍ମର, ଏଠାରେ ଦୂର ଦୂର ପର୍ଯ୍ୟନ୍ତ କେବଳ ଲୋକଙ୍କ ଭିଡ଼ ହିଁ ନଜର ଆସୁଛି। ଯେଉଁଠି ଦେଖିବ, ସେଠି ମାଳ ମାଳ ମୁଣ୍ଡ। ପାଦ ରଖିବାକୁ ବି ଜାଗା ନାହିଁ। ଯେତେ ଶୀଘ୍ର ସମସ୍ତେ ଏହି ସହର ଛାଡି ଏକ ସୁରକ୍ଷିତ ସ୍ଥାନକୁ ଚାଲିଯିବାକୁ ଚାହୁଁଛନ୍ତି। ଯାହାକୁ ଯେମିତି ସୁଯୋଗ ମିଳୁଛି, ସେ ଟ୍ରେନ୍‌ରେ ପଳାଉଛି।

କହି ରଖୁଛୁ, ଏହି ଆକ୍ରମଣରେ ରୁଷ ସବୁଠାରୁ ଅଧିକ ୟୁକ୍ରେନର ଖାରକିଭ୍‌ ସହରକୁ ହିଁ ଟାର୍ଗେଟ କରିଛି। ସହର ପାଖାପାଖି ଧ୍ୱଂସାବଶେଷରେ ପରିଣତ ହୋଇଛି। ଏଠାରେ ଥିବା ବହୁ ଉଚ୍ଚ ଅଟ୍ଟାଳିକା ବୋମା ମାଡ଼ରେ ଛାର୍‌ଖାର ହୋଇଯାଇଛି। ରାସ୍ତା ଓ ବ୍ରିଜଗୁଡ଼ିକ ଭାଙ୍ଗିଯାଇଛି, ସ୍କୁଲ ଏବଂ କଲେଜ ମଧ୍ୟ ଧ୍ୱଂସ ହୋଇଯାଇଛି। ହଜାର ହଜାର ଲୋକଙ୍କ ଘର ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି। ରୁଷ ପକ୍ଷରୁ ଏଠାରେ ଲଗାତାର ହେଉଥିବା ବୋମା ମାଡ଼ ଯୋଗୁ ଲୋକମାନେ ଭୟଭୀତ ଅବସ୍ଥାରେ ବଞ୍ଚୁଛନ୍ତି। ଆକ୍ରମଣରେ ଅନେକ ସାଧାରଣ ନାଗରିକଙ୍କ ମୃତ୍ୟୁ ଘଟିଛି। ଏହି କାରଣରୁ ଲୋକେ ସହର ଛାଡ଼ି ପଳାୟନ କରୁଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.