ମମତା ବାନାର୍ଜୀ କ୍ୟାବିନେଟ୍‌ର ବଡ଼ ନିଷ୍ପତ୍ତି! ରାଜ୍ୟପାଳଙ୍କ ଜାଗାରେ ମୁଖ୍ୟମନ୍ତ୍ରୀ ହେବେ ରାଜ୍ୟ ବିଶ୍ୱବିଦ୍ୟାଳୟ କୁଳାଧିପତି

ପଶ୍ଚିମବଙ୍ଗରେ ମମତା ବାନାର୍ଜୀ କ୍ୟାବିନେଟ୍‌ ରାଜ୍ୟ ସଞ୍ଚାଳିତ ବିଶ୍ୱବିଦ୍ୟାଳୟକୁ ନେଇ ଗୁରୁବାର ବଡ଼ ନିଷ୍ପତ୍ତି ନେଇଛି। ଏହି ନିଷ୍ପତ୍ତି ଅଧୀନରେ ଏବେ ରାଜ୍ୟପାଳଙ୍କ ଜାଗାରେ ମୁଖ୍ୟମନ୍ତ୍ରୀ ରାଜ୍ୟ ବିଶ୍ୱବିଦ୍ୟାଳୟର କୁଳାଧିପତି ହେବେ। ଏହା ସମ୍ବନ୍ଧିତ ବିଧେୟକକୁ ଖୁବ୍‌ଶୀଘ୍ର ବିଧାନସଭାରେ ଆଗତ କରାଯିବ।

ଏ ନେଇ ପଶ୍ଚିମବଙ୍ଗର ଶିକ୍ଷା ମନ୍ତ୍ରୀ ବ୍ରାତ୍ୟ ବସୁ ବୈଠକ ପରେ କହିଥିଲେ ଯେ ମୁଖ୍ୟମନ୍ତ୍ରୀଙ୍କୁ ରାଜ୍ୟ ସଞ୍ଚାଳିତ ବିଶ୍ୱବିଦ୍ୟାଳୟଗୁଡ଼ିକର କୁଳାଧିପତି କରିବାର ବିଧେୟକକୁ ବଙ୍ଗ ମନ୍ତ୍ରୀମଣ୍ଡଳ ମଞ୍ଜୁରୀ ଦେଇଛି। କହି ରଖୁଛୁ, ଏ ପର୍ଯ୍ୟନ୍ତ ରାଜ୍ୟପାଳ ବିଶ୍ୱବିଦ୍ୟାଳୟ କୁଳାଧିପତି ଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.