Below header

ଛାତିଥରା ଭିଡିଓ: ଦେଖନ୍ତୁ ଛୋଟ ଡଙ୍ଗାକୁ କିପରି ଭିଡ଼ି ନେଇଗଲା ବଡ଼ ଜାହଜ; ୬ ମୃତ, ୧୦୦ ନିଖୋଜ

ବାଂଲାଦେଶରୁ ଏକ ଭିଡିଓ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେଉଛି। ଏଥିରେ ଦେଖିବାକୁ ମିଳୁଛି, ଏକ ବଡ଼ ଜାହଜ ତଳକୁ ଚାଲି ଆସିଥିବା ଏକ ଛୋଟ ଡଙ୍ଗା ଦୁର୍ଘଟଣାଗ୍ରସ୍ତ ହୋଇ ନଦୀ ପାଣିରେ ବୁଡ଼ି ଯାଉଛି। ଏହି ଦୁର୍ଘଟଣାରେ ପ୍ରାୟ ୬ ଜଣ ଲୋକଙ୍କ ମୃତ୍ୟୁ ଘଟିଥିବା ବେଳେ ୧୦୦ରୁ ଅଧିକ ଲୋକ ନିଖୋଜ ଅଛନ୍ତି। ଯାତ୍ରୀରେ ଭରପୂର ଏହି ନୌକା କାର୍ଗୋ ଜାହଜରେ ଧକ୍କା ହୋଇଥିଲା। ଏହି ଦୁର୍ଘଟଣା ଢାକା ନିକଟସ୍ଥ ଶୀତାଲକ୍ଷ୍ୟା ନଦୀରେ ଘଟିଛି।

ଭିଡିଓରେ ଆପଣ ଦେଖି ପାରିବେ ଯେ ବଡ଼ ଜାହଜ କିପରି ଛୋଟ ଡଙ୍ଗାକୁ କିଛି ମିଟର ପର୍ଯ୍ୟନ୍ତ ଟାଣି ନେଇ ଯାଉଛି, ଯାହାର କିଛି କ୍ଷଣ ପରେ ଡଙ୍ଗାଟି ଓଲଟି ପଡ଼ୁଛି ଏବଂ ଦେଖୁ ଦେଖୁ ପାଣିରେ ବୁଡ଼ି ଯାଉଛି। କିଛି ଲୋକ ଡଙ୍ଗା ଓଲଟିବା ପୂର୍ବରୁ ନିଜ ଜୀବନ ବଞ୍ଚାଇବା ପାଇଁ ନଦୀକୁ କୁଦି ପଡ଼ିଥିଲେ। ତେବେ ଡଙ୍ଗାଟି ବୁଡ଼ିଯିବା ପରେ ହିଁ ଜାହଜ ଅଟକୁଥିବା ଭିଡିଓରେ ଦେଖିବାକୁ ମିଳୁଛି।

ଦୁର୍ଘଟଣା ସମୟରେ ଏହି ଭିଡିଓକୁ ଅନ୍ୟ ଏକ ଜାହଜର ଯାତ୍ରୀମାନେ ସେମାନଙ୍କ କ୍ୟାମେରାରେ କଏଦ କରି ନେଇଥିଲେ। ଯେତେବେଳେ ଜାହଜ ତଳେ ଡଙ୍ଗାଟି ଆସି ମାଡ଼ ହେଉଛି, ତ ଲୋକମାନେ ଜୋର୍‌ରେ ଚିଲ୍ଲାଉ ଥିବା ଶୁଣିବାକୁ ମିଳୁଛି। ଏହି ଭିଡିଓ କିଛି ସୋସିଆଲ ମିଡିଆ ପ୍ଲାଟଫର୍ମରେ ପୋଷ୍ଟ କରାଯାଇଛି। ସେଥି ମଧ୍ୟରୁ Redditରେ ଏହାକୁ ୨୫,୦୦୦ରୁ ଅଧିକ ଥର ଦେଖାଯାଇ ସାରିଲାଣି।

video courtesy: Dhaka Mac

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.