ବଡି ତିଆରି ପାଇଁ ଯୁବକ ଗିଳିଲେ ୩୯ କଏନ୍‌ ଓ ୩୭ଟି ଚୁମ୍ବକ, ଅଧିକ କଏନ୍‌ ଖାଇବାରୁ ବିଗିଡ଼ିଲା ସ୍ୱାସ୍ଥ୍ୟ ଅବସ୍ଥା

ଜଣେ ଯୁବକ ନିକଟରେ ହିଁ ବଡି କରିବା ପାଇଁ ଏମିତି କିଛି କରିଥିଲେ ଯେଉଁଥିପାଇଁ ତାଙ୍କୁ ହସ୍ପିଟାଲରେ ଆଡମିଟ୍‌ ହେବାକୁ ପଡ଼ିଥିଲା । ଜିଙ୍କରୁ ଭଲ ବଡି ହୁଏ ତେଣୁ ଯୁବକଙ୍କ ମୁଣ୍ଡରେ ପଶିଥିଲା ଅଦ୍ଭୁତ ବୁଦ୍ଧି । ବାସ୍‌ ତା ପରେ କଏନ୍‌ ଖୋଜିବାରେ ଲାଗିପଡ଼ିଥିଲେ ଯୁବକ ।

ଜିମ୍ ଯାଉଥିବା ଅନେକ ଯୁବକ ନିଜ ବଡି ବନାଇବା ପାଇଁ ବିଭିନ୍ନ ପ୍ରକାରର ହେଲଦି ଫୁଡ୍‌ ଖାଆନ୍ତି । ଶରୀରକୁ ପ୍ରୋଟିନ୍‌ ଯୋଗାଇବା ପାଇଁ ବିଭିନ୍ନ ପ୍ରକାର ଫୁଡ୍‌ ସପ୍ଲିମେଣ୍ଟ ଖାଇଥାନ୍ତି । କିନ୍ତୁ ଜଣେ ଯୁବକ ନିକଟରେ ହିଁ ବଡି କରିବା ପାଇଁ ଏମିତି କିଛି କରିଥିଲେ ଯେଉଁଥିପାଇଁ ତାଙ୍କୁ ହସ୍ପିଟାଲରେ ଆଡମିଟ୍‌ ହେବାକୁ ପଡ଼ିଥିଲା । ଜିଙ୍କରୁ ଭଲ ବଡି ହୁଏ ତେଣୁ ଯୁବକଙ୍କ ମୁଣ୍ଡରେ ପଶିଥିଲା ଅଦ୍ଭୁତ ବୁଦ୍ଧି । ବାସ୍‌ ତା ପରେ କଏନ୍‌ ଖୋଜିବାରେ ଲାଗିପଡ଼ିଥିଲେ ଯୁବକ । କେବଳ କଏନ ଖୋଜିଥିଲେ ତାହା ନୁହେଁ ସବୁ କଏନକୁ ଗିଳି ଦେଇଥିଲେ ଯୁବକ । ତା ପରେ ଯୁବକଙ୍କୁ ବାନ୍ତି ଠାରୁ ଆରମ୍ଭ କରି ପେଟ ଯନ୍ତ୍ରଣା ଆରମ୍ଭ ହୋଇଯାଇଥିଲା । ତେବେ ଦିଲ୍ଲୀର ଜଣେ ୨୬ ବର୍ଷ ବୟସ୍କ ଯୁବକ ବଡି ତିଆରି କରିବା ପାଇଁ ପାଖାପାଖି ୩୯ଟି କଏନ୍‌ ଏବଂ ୩୭ଟି ଚୁମ୍ବକ ଖାଇଥିଲେ । ଏତେ ଅଧିକ କଏନ୍‌ ଖାଇବାରୁ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ସମ୍ପୂର୍ଣ୍ଣ ବିଗିଡ଼ି ଯାଇଥିଲା ।

ସେ ଭାବିଥିଲେ ଯେ କଏନରେ ଥିବା ଜିଙ୍କ୍‌ ଦ୍ୱାରା ତାଙ୍କର ଭଲ ବଡି ହେବ, କିନ୍ତୁ କଏନ୍‌ ଏବଂ ଚୁମ୍ବକ ଦ୍ୱାରା ପେଟରେ ଥିବା ଅନ୍ତନଳୀର ରାସ୍ତା ବନ୍ଦ ହୋଇଯାଇଥିଲା । ଯେଉଁଥିପାଇଁ ତାଙ୍କୁ ଅସହ୍ୟ ଯନ୍ତ୍ରଣା ହେବା ଆରମ୍ଭ ହେଲା । ପୁଅର ଏଭଳି ଅବସ୍ଥା ଦେଖିବା ପରେ ପରିବାର ସଦସ୍ୟ ତାଙ୍କୁ ଗଙ୍ଗାରାମ ଡାକ୍ତରଖାନାର ଏମର୍ଜେନ୍ସି ଓ୍ଵାର୍ଡକୁ ନେଇଥିଲେ। ଯେଉଁଠାରେ ଡାକ୍ତରମାନେ ଫେବୃଆରୀ ୧୭ରେ ତାଙ୍କର ସର୍ଜରୀ କରି ତାଙ୍କ ପେଟରୁ ୩୯ଟି କଏନ୍‌ ଏବଂ ୩୭ଟି ଚୁମ୍ବକ ବାହାର କରିଥିଲେ । ସର୍ଜରୀ ପରେ ଯୁବକଙ୍କ ଅବସ୍ଥା ବର୍ତ୍ତମାନ ଠିକ୍‌ ଅଛି ।

ଗଙ୍ଗାରାମ ହସ୍ପିଟାଲର ଲେପ୍ରୋସ୍କୋପିକ୍, ଲେଜର ତଥା ଜେନେରୋଲ ସର୍ଜରୀ ବିଶେଷଜ୍ଞ ଡାକ୍ତର ତରୁଣ ମିତ୍ତଲଙ୍କ କହିବା ଅନୁସାରେ ଯୁବକ ପ୍ରାୟ ୨୦ ଦିନ ଧରି ପେଟ ଯନ୍ତ୍ରଣା ଏବଂ ବାନ୍ତିରେ ପୀଡିତ ଥିଲେ ।

ପରିବାର ଲୋକଙ୍କୁ ପଚାରିବାରୁ ଜଣାପଡିଥିଲା ଯେ ଯୁବକ ଜଣଙ୍କ ସ୍କିଜୋଫ୍ରେନିଆ ନାମକ ମାନସିକ ରୋଗରେ ପୀଡିତ। ଯେଉଁଥିପାଇଁ ସେ ଚିକିତ୍ସିତ ହେଉଛନ୍ତି। ମାନସିକ ରୋଗ ହେତୁ ସେ ପୂର୍ବରୁ ଜୀବନ ହାରିବା ପାଇଁ ଉଦ୍ୟମ କରିଥିଲେ। ପରେ ସେ କଏନ୍‌ ଏବଂ ଚୁମ୍ବକକୁ ଖାଇବାର ଅଭ୍ୟାସ ଆରମ୍ଭ କରିଥିଲେ । ଗଙ୍ଗାରାମ ହସ୍ପିଟାଲର ଡାକ୍ତରମାନେ ଯୁବକଙ୍କର ସିଟି ସ୍କାନ ପରୀକ୍ଷା କରିଥିଲେ। ଯେଉଁଥିରେ ତାଙ୍କ ପେଟର ଦୁଇଟି ସ୍ଥାନରେ ମୁଦ୍ରା ଏବଂ ଚୁମ୍ବକ ଥିବା ଦେଖିବାକୁ ପାଇଥିଲେ ।

ସର୍ଜରୀ କରି ଯୁବକଙ୍କ ପେଟରୁ କଏନ୍‌ ଏବଂ ଚୁମ୍ବକ ବାହାର କରାଯାଇଥିଲା । ଏହି ସର୍ଜରୀ ପାଇଁ ପ୍ରାୟ ଦେଢ଼ ଘଣ୍ଟା ସମୟ ଲାଗିଥିଲା । ଡାକ୍ତର ମିତ୍ତଲଙ୍କ କହିବାନୁସାରେ ଯୁବକ ଜଣଙ୍କ ଜିମରେ ଶିଖିଥିଲେ ଯେ ଜିଙ୍କ ଖାଇଲେ ଭଲ ବଡି ହୁଏ । ତେଣୁ ଯୁବକ ଜଣଙ୍କ କଏନ୍‌ ଖାଇବା ଆରମ୍ଭ କରିଥିଲେ । ପେଟରୁ କଏନ୍‌ ବାହାରି ଆସିବା ଭୟରେ ସେ ଚୁମ୍ବକ ଖାଇବା ଆରମ୍ଭ କରିଥିଲେ । ଯାହା ଫଳରେ ତାଙ୍କର ଏପରି ଅବସ୍ଥା ହୋଇଥିଲା ।

 

You might also like