ମୁଲାୟମ ସିଂହ ଯାଦବଙ୍କ ଠାରୁ ରାଜ ବବରଙ୍କ ଯାଏ, ୟୁପିର ଏହି ନେତାଙ୍କର ହୋଇଛି ବହୁ ବିବାହ

କେବଳ ବଲିଉଡର ଅଭିନେତା ନୁହଁନ୍ତି ରାଜନେତାମାନେ ବି ବହୁ ବିବାହ କରିଛନ୍ତି । କାହାର ବୈବାହିକ ସମ୍ପର୍କ ଭାଙ୍ଗିଯିବା ପରେ ବିବାହ କରିଛନ୍ତି ତ କିଏ ପତ୍ନୀଙ୍କୁ ଛାଡ଼ପତ୍ର ଦେଇ ବିବାହ କରିଛନ୍ତି । ଆଜି ଉତ୍ତର ପ୍ରଦେଶ(ୟୁପି) ର ଏମିତି କିଛି ରାଜନେତା ଅଛନ୍ତି ଯେଉଁମାନେ ଦୁଇ ବା ଦୁଇରୁ ଅଧିକ ବିବାହରେ ସନ୍ତୁଷ୍ଟ ରହିଛନ୍ତି । ଆସନ୍ତୁ ଜାଣିବା ୟୁପିର ଏହି ନେତାମାନଙ୍କ ବିଷୟରେ ।

ମୁଲାୟମ ସିଂହ ଯାଦବ

ମୁଲାୟମ ସିଂହ ଯାଦବ ସମାଜ ବାଦି ପାର୍ଟର ସାଂସଦ । ମୁଲାୟମ ଉତ୍ତର ପ୍ରଦେଶର ୩ ଥର ମୁଖ୍ୟମନ୍ତ୍ରୀ ପଦରେ ମଧ୍ୟ ରହି ଆସିଛନ୍ତି । ମୁଲାୟମ ସିଂହ ଦୁଇ ବିବାହ କରିଛନ୍ତି । ମୁଲାୟମଙ୍କ ପ୍ରଥମ ବିବାହ ମାଳତୀ ଦେବୀଙ୍କ ସହ ହୋଇଥିଲା । ମୁଲାୟମ ସିଂହ ଯାଦବଙ୍କ ଦ୍ୱିତୀୟ ପତ୍ନୀ ହେଉଛନ୍ତି ସାଧନା ଗୁପ୍ତା ।

rajbabar
P.C : abplive.com

ରାଜ ବବର

ରାଜ ବବର ଜଣେ ଫିଲ୍ମ ଅଭିନେତା ତଥା କଂଗ୍ରେସ ପାର୍ଟିର ବଡ଼ ନେତା । ସେ ଆଗ୍ରାରୁ କେତେ ଥର କଂଗ୍ରେସ ପାର୍ଟିରୁ ଲୋକ ସଭା ସାଂସଦ ରହି ଆସିଛନ୍ତି । ରାଜ ବବର ମଧ୍ୟ ଦୁଇ ଥର ବିବାହ କରିଛନ୍ତି । ରାଜବବରଙ୍କ ବର୍ତ୍ତମାନର ପତ୍ନୀଙ୍କ ନାମ ନାଦିରା । ନାଦିରାଙ୍କ ପୂର୍ବରୁ ରାଜବବର ସ୍ମିତା ପାଟିଲଙ୍କୁ ବିବାହ କରିଥିଲେ ।

sanjaya singh
P.C : abplive.com

ସଂଜୟ ସିଂହ

ସଂଜୟ ସିଂହ ଉତ୍ତର ପ୍ରଦେଶର ଚର୍ଚ୍ଚିତ ଚେହେରା । ସଂଜୟ ସିଂହ ଦୁଇ ଥର ବିବାହ କରିଛନ୍ତି । ତାଙ୍କର ପ୍ରଥମ ପତ୍ନୀଙ୍କର ନାମ ଗରୀମା ସିଂହ ଥିଲା । ଦ୍ୱିତୀୟ ପତ୍ନୀଙ୍କ ନାମ ଅମୀତା ସିଂହ ।

dhananjaya
P.C : abplive.com

ଧନଞ୍ଜୟ ସିଂହ

ଜୋନପୁରରୁ ପ୍ରତିନିଧିତ୍ୱ କରୁଥିବା ସାଂସଦ ଧନଞ୍ଜୟ ସିଂହ ୩ ଥର ବିବାହ କରିଛନ୍ତି । ପ୍ରଥମ ପତ୍ନୀଙ୍କ ମୃତ୍ୟୁ ଓ ଦ୍ୱିତୀୟ ପତ୍ନୀଙ୍କ ତଲାକ ପରେ ଧନଞ୍ଜୟ ୩ୟ ପତ୍ନୀ ଭାବେ ଶ୍ରୀକଳା ରେଡ୍ଡୀଙ୍କୁ ବିବାହ କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.