କାରରେ ଛୁଆକୁ ଛାଡ଼ିଥିବାରୁ ମା’କୁ ଗାଳି ଦେଲା ଚୋର, ପିଲାକୁ ଫେରାଇ ଗାଡ଼ି ନେଇ ଛୁ

ପ୍ରତିଦିନ ଖବର କାଗଜରେ ଆମେ ଚୋରି ଡକାୟତି ଖବର ନିଶ୍ଚୟ ପଢ଼ିଥାଉ। କିନ୍ତୁ ନିକଟରେ ବେଭର୍ଟନ୍‌ରେ ଏକ ଏଭଳି ଚୋରି ହେଇଛି ଯାହା ଶୁଣିଲେ ଆପଣ ବି କହିବେ ସଚ୍ଚୋଟ ଚୋର। ଏଠାରେ ଏକ ଚୋର କାର ଚୋରି କରି କିଛି ବାଟ ଯିବା ପରେ ଜାଣିବାକୁ ପାଇଥିଲା ଯେ କାରରେ ଏକ କୁନି ପିଲା ଅଛି। ଏହା ଜାଣିବା ପରେ ତା’ ଭିତରର ମାନବିକତା ଜାଗି ଉଠିଥିଲା ଓ ସେ କାର ବୁଲାଇ ପିଲାଟିକୁ ତା ମା’ ପାଖରେ ଛାଡ଼ି ଦେଇଯାଇଛି। କେବଳ ଏତିକି ନୁହେଁ ଏଭଳି ଅବହେଳା ପାଇଁ ସେ କାରର ମାଲିକାଣୀ ବା ଛୁଆର ମା’କୁ ପ୍ରବଳ ଗାଳି ମଧ୍ୟ ଦେଇଛି।

ପୋଲିସର କହିବାନୁସାରେ, ମହିଳା ଜଣକ କାରରେ ୪ ବର୍ଷର ପୁଅକୁ ନେଇ ମାର୍କେଟିଂ କରିବାକୁ ଆସିଥିଲେ। କିନ୍ତୁ ଅନ୍ୟମନସ୍କରେ ତରତର ହୋଇ ସେ କାର ଅନ୍‌ଲକ୍‌ ନ କରି ପୁଅକୁ କାରରେ ଛାଡ଼ି ଦେଇ ସପିଂ କରିବାକୁ ମାର୍କେଟ କମ୍ପ୍ଲେକ୍ସ ଭିତରକୁ ଚାଲିଯାଇଥିଲେ। ଏହି ସମୟରେ ଗାଡ଼ିର ଇଞ୍ଜିନ୍‌ ମଧ୍ୟ ଅନ୍‌ ଥିଲା। କାର ଖୋଲାଥିବାରୁ ଚୋରଟି ସହଜରେ କାରକୁ ଚଲାଇ ଚାଲିଯାଇଥିଲା। ମାତ୍ର କିଛି ବାଟ ଯିବା ପରେ ତାକୁ ପଛ ସିଟ୍‌ରୁ ଛୁଆ ଖେଳୁଥିବା ଶବ୍ଦ ହୋଇଥିଲା। ପଛକୁ ବୁଲି ଦେଖିବା ବେଳକୁ କାର ଭିତରେ ଏକ କୁନି ଛୁଆ ଥିଲା।

ଛୁଆକୁ ଦେଖିବା ପରେ ମାନବିକତା ଦୃଷ୍ଟିରୁ ଚୋର ଗାଡ଼ି ବୁଲାଇ ପୁଣିଥରେ ମାର୍କେଟ ପାଖକୁ ଆସିଥିଲା ଓ ମହିଳାକୁ ଛୁଆ ଦେବା ସହ ତାଙ୍କୁ ପାଟି କରିଥିଲା। କାର ଇଞ୍ଜିନ୍‌କୁ ଅନ୍‌ କରି ପୁଅକୁ ଏଭଳି ଛାଡ଼ି ଦେଇଥିବାରୁ ସେ ମହିଳାଙ୍କୁ ଗାଳି କରିବା ସହ ପୋଲିସରେ ଅଭିଯୋଗ କରିବାକୁ ଧମକ ଦେଇଥିଲା। ତା’ପରେ ସେ କାର ନେଇ ଚାଲିଯାଇଥିଲା।

ତେବେ ପୋଲିସରେ ଅଭିଯୋଗ କରିବା ପରେ ଘଟଣାର ୧ ଘଣ୍ଟା ପରେ କିଛି ଦୂରରୁ କାରଟି ଉଦ୍ଧାର ହୋଇଥିବା ଜଣାଯାଇଛି। ଅନ୍ୟପଟେ କୌଣସି ଚୋରର ଏଭଳି ମାନବିକତା ପ୍ରଥମ ବୋଲି ସ୍ଥାନୀୟ ପୋଲିସ କହିଛି। ସେହିପରି ମହିଳା ମଧ୍ୟ ନିଜ ଭୁଲ ଯୋଗୁ ଅନୁତପ୍ତ ବୋଲି କହିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.