ଚୋରି କରିବାକୁ ଆସିଥିଲା ଚୋର, ଭୋକ ଲାଗିବାରୁ ଖେଚୁଡ଼ି ରାନ୍ଧିଲା ହେଲେ ଖାଇପାରିଲା ନାହିଁ
ଦୁନିଆରେ ବର୍ତ୍ତମାନ ଅଜବ ଅଜବ ଘଟଣା ସବୁ ଘଟୁଛି। ପୁଣି କିଛି ପରିସ୍ଥିତି ଏମିତି ହେଉଛି ଯେ ହୁଏତ ଆପଣ ଶୁଣି ଆଶ୍ଚର୍ଯ୍ୟ ହେବେ। ଏବେ ଅନେକ ସ୍ଥାନରେ ଚୋରି ହେଉଥିବା କଥା ଆପଣ ଶୁଣୁଥିବେ। ଖାଲି ଚୋରି ନୁହେଁ ବର୍ତ୍ତମାନ ଅନେକ ଘଟଣା ଘଟୁଛି ଦୁନିଆରେ। ତେବେ ଏମିତି ଏକ ଘଟଣା ଆସାମର ଗୁଆହାଟିରେ। ଚୋର ଚୋରି କରିବାକୁ ଆସିଥିଲା କିନ୍ତୁ ଭୋକ ଲାଗିବାରୁ ଖେଚୁଡ଼ି ମଧ୍ୟ ରୋଷେଇ କଲା ହେଲେ ଖାଇବା ବେଳକୁ ଠିକ୍ ସେହି ସମୟରେ ହିଁ ଚୋରକୁ ପୋଲିସ ଗିରଫ କରିନେଲା।
The curious case of a cereal burglar!
Despite its many health benefits, turns out, cooking Khichdi during a burglary attempt can be injurious to your well being.
The burglar has been arrested and @GuwahatiPol is serving him some hot meals. pic.twitter.com/ehLKIgqcZr
— Assam Police (@assampolice) January 11, 2022
ତେବେ ଏଥିରୁ ଗୋଟେ କଥା ତ ଜଣାପଡିଛି ଯେ ଯାହା ହେଉ ନ କାହିଁକି ପ୍ରଥମେ ହେଉଛି ପେଟ ପୂଜା। ତା ପରେ ଯାଇ ଯେଉଁ କାମ । ଯେଉଁଥିରୁ ଚୋର ମଧ୍ୟ ବଞ୍ଚି ପାରିନାହିଁ। ଗୁଆହାଟି ଠାରେ ଧାନ ଚୋରି କରିବା ପାଇଁ ଚୋର ପୁରା ପ୍ରସ୍ତୁତ ହୋଇଆସିଥିଲା କିନ୍ତୁ ସେହି ସମୟରେ ହିଁ ତାକୁ ଭୋକୋ ଲାଗିଥିଲା, ସେ ଭଲ ଭାବେ ଖେଚୁଡ଼ି ମଧ୍ୟ ତିଆରି କଲା ହେଲେ ଠିକ୍ ସମୟରେ ପୋଲିସ ବାବୁ ପହଁଚିଗଲେ ।
ଆଉ ଚୋର ଖାଇବ କଣ, ଖାଇବା ପୂର୍ବରୁ ହିଁ ପୋଲିସ ନେଇଗଲେ । ତେବେ ଏହି ଘଟଣାକୁ ମଜାଦାର ଭାବେ ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତି ଆସାମ ପୋଲିସ । ଆସାମ ପୋଲିସର ଅଫିସିଆଲ୍ ୱେବସାଇଟରେ ହିଁ ଏକ ଖେଚୁଡ଼ି ଥାଳି ଫଟୋ ସହ ମଜାଦାର ଭାବେ କ୍ୟାପସନ ଲେଖାଯାଇଛି। ଯାହାକୁ ଦେଖି ଅନେକ ସୋସିଆଲ ମିଡିଆ ୟୁଜର୍ସ ଭିନ୍ନ ଭିନ୍ନ କମେଣ୍ଟ କରୁଛନ୍ତି ।
ତେବେ ଏଠି ସ୍ଵାଦିଷ୍ଟ ଖେଚୁଡ଼ିର ଚାହିଦା ମଧ୍ୟ ବଢ଼ିଯାଇଛି । କାରଣ ଏଥିରେ ଭଲ ପ୍ରୋଟିନ ରହିଥିବା କଥା ପୋଲିସ ମଧ୍ୟ ଆସାମ ପୋଲିସ ୱେବସାଇଟ ଟୁଇଟରରେ ଲେଖା ଯାଇଛି । ଖାଲି ଏତିକି ନୁହେଁ ଏହା ପରେ ଅନେକ ଲୋକ ମିମ ମଧ୍ୟ ସେୟାର କରିଛନ୍ତି । ଏହି ଖାବର ବର୍ତ୍ତମାନ ଚାରିଆଡ଼େ ଭାଇରାଲ ହେବକୁ ଲାଗିଛି ।