୨୦ ଦିନରେ ଗୋଟିଏ ଜିଲ୍ଲାରେ ଗଲାଣି ୩ ନାବାଳିକାଙ୍କ ଜୀବନ, ସମାନ ଭାବରେ କରାଯାଉଛି ହତ୍ଯା

ଗୁରୁବାର ସକାଳେ ଉତ୍ତରପ୍ରଦେଶର ଲକ୍ଷ୍ମୀପୁର ଖେରୀର ଏକ କ୍ଷେତରେ ମୃତଦେହ ମିଳିଥିବା ତିନି ବର୍ଷର ବାଳିକାକୁ ବଳତ୍କାର ପରେ ଗଳା କାଟି ହତ୍ୟା କରାଯାଇଥିବା ମାମଲା ପୋଲିସ ଆଜି ପ୍ରକାଶ କରିଛି। ସୂଚନା ମୁତାବକ ୨୦ ଦିନରେ ଜିଲ୍ଲାରେ ନାବାଳିକାର ଏହା ତୃତୀୟ ବଳତ୍କାର-ହତ୍ୟା। ରିପୋର୍ଟ ଅନୁଯାୟୀ ଗତବୁଧବାର ଠାରୁ ଝିଅଟି ନିଖୋଜ ଥିଲା। ଉକ୍ତ ଝିଅଟିର ମୃତଦେହ ତାଙ୍କ ଘର ଠାରୁ ଅଧା କିଲୋମିଟର ଦୂରରେ ଆହତ ଅବସ୍ଥାରେ ଦେଖିବାକୁ ମିଳିଥିଲା। ଗତକାଲି ପୋଲିସ ଏହି ଘଟଣାରେ ହତ୍ୟା କରାଯାଇଥିବା କହିଥିବା ବେଳେ ଶବ ବ୍ୟବଚ୍ଛେଦ ଦ୍ୱାରା ଯୌନ ନିର୍ଯାତନା ହୋଇଥିବା ଜଣାପଡିଛି।

ଉକ୍ତ ଘଟଣାରେ ଶିଶୁର ବାପା ଅନ୍ୟ ଜଣେ ଗ୍ରାମବାସୀ ଲେଖରାମଙ୍କ ବିରୋଧରେ ପୋଲିସ ନିକଟରେ ଅଭିଯୋଗ କରିଥିଲେ। ଅଭିଯୋଗ ଅନୁଯାୟୀ ତାଙ୍କ ଝିଅକୁ ଅପହରଣ କରି ହତ୍ୟା କରାଯାଇଥିବା ସେ କହିଛନ୍ତି। ଅନ୍ଯପଟେ ଅଭିଯୁକ୍ତଙ୍କୁ ଖୋଜିବା ପାଇଁ ପୋଲିସ ଚାରିଟି ଦଳ ଗଠନ କରିଛି ବୋଲି ଜିଲ୍ଲା ପୋଲିସ ମୁଖ୍ୟ ସତ୍ତେନ୍ଦ୍ର କୁମାର କହିଛନ୍ତି।

rape case1ଅନ୍ଯଏକ ଘଟଣାରେ ଉକ୍ତ ଜିଲ୍ଲାରେ ଜଣେ ୧୭ ବର୍ଷିୟ ଝିଅ ଛାତ୍ରବୃତ୍ତି ଆବେଦନ ପୂରଣ ପାଇଁ ଘରୁ ବାହାରିଥିବା ପରେ ଉକ୍ତ ଝିଅଟିର ମୃତଦେହ ଗାଁ ବାହାରେ ଦେଖିବାତକୁ ମିଳିଥିଲା। ଉକ୍ତ ମାମଲାରେ ମଧ୍ଯ ତାଙ୍କୁ ବଳାତ୍କାର ଓ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଥିଲା। ଝିଅଟିର କଟା ହୋଇଥିବା ଶରୀର ଗାଁ ନିକଟରୁ ପାଖାପାଖି ୨୦୦ମିଟର ଦୂର ଏକ ଶୁଖିଲା ପୋଖରୀ ନିକଟରୁ ମିଳିଥିଲା।

ଏହାପୂର୍ବରୁ ଉକ୍ତ ଜିଲ୍ଲାରେ ଜଣେ ୧୩ ବର୍ଷର ବାଳିକାକୁ ବଳାତ୍କାର ପରେ ଗଳା କାଟି ହତ୍ୟା କରାଯାଇଥିଲା। ଉକ୍ତ ଘଟଣାରେ ପୋଲିସ କହିବାନୁଯାୟୀ, ଝିଅଟି ଅପରାହ୍ନରେ ନିଜ କ୍ଷେତକୁ ଯାଇଥିଲା ଏବଂ ସେ ଘରକୁ ନଆସିବାରୁ ପରିବାର ଲୋକେ ଝିଅକୁ ଖୋଜିବା ଆରମ୍ଭ କରିଥିଲେ। ପରେ ଏକ ଆଖୁ କ୍ଷେତରୁ ଝିଅର ମୃତଦେହ ମିଳିଥିଲା।

rape case2ଏହି ଘଟଣା କଂଗ୍ରେସ ଏବଂ ସମାଜବାଦୀ ପାର୍ଟି ଯୋଗୀ ଆଦିତ୍ୟନାଥଙ୍କ ବିଜେପି ସରକାର ଉପରେ ଆକ୍ରମଣ କରି ଆଇନ ଶୃଙ୍ଖଳା ପରିସ୍ଥିତିକୁ ନେଇ ସାଧାରଣରେ ଅସନ୍ତୋଷ ସୃଷ୍ଟି କରିଛି। ରାଜ୍ୟ କଂଗ୍ରେସ ପ୍ରମୁଖ୍ୟ ଅଜୟ କୁମାର ଲାଲୁ ଟ୍ବିଟ୍ କରି କହିଛନ୍ତି, “ଏତେଗୁଡ଼ିଏ ଘଟଣା ପରେ ମଧ୍ୟ ଆମର ‘କଠୋର’ ମୁଖ୍ୟମନ୍ତ୍ରୀ ଦାୟିତ୍ବ ସ୍ଥିର କରି ନାହାଁନ୍ତି।’’

ମହିଳାମାନେ ବିଶେଷକରି ନାବାଳିକାଙ୍କ ବିରୋଧରେ ହୋଇଥିବା ଅପରାଧରେ ମୁହାଁମୁହିଁ ହୋଇ ରାଜ୍ୟ ସରକାରଙ୍କ ନିକଟରେ ଏହି ମାମଲା ପରିଚାଳନା କରିବା ଏବଂ ଶିଶୁଙ୍କ ସୁରକ୍ଷା ସୁନିଶ୍ଚିତ କରିବା ପାଇଁ ଜଣେ ବରିଷ୍ଠ ପୋଲିସ ଅଧିକାରୀଙ୍କ ନେତୃତ୍ୱରେ ମହିଳା ଓ ଶିଶୁ ସୁରକ୍ଷା ସଂଗଠନ ଗଠନ କରିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.