ବୟସ ମାତ୍ର ଏକ ବର୍ଷ କିନ୍ତୁ ମୁଣ୍ଡରେ କେଶ ଦେଖିଲେ ବୁଲାଇଯିବ ଆପଣଙ୍କ ମୁଣ୍ଡ

ଉପର ଫଟୋକୁ ଦେଖିଲେ କଣ ଆପଣଙ୍କୁ ବିଶ୍ୱାସ ହେଉଛି ଯେ ଏହା ଏକ ବର୍ଷ ବୟସର ପିଲାର ଫଟୋ ଅଟେ । ୨୩ ଡିସେମ୍ବରରେ ଜନ୍ମ ହୋଇଥିବା chanco ଏହି ଦୁନିଆକୁ ଆସୁ ଆସୁ ଇଣ୍ଟରନେଟର ସେନ୍ସେସନ ହୋଇ ଯାଇଛନ୍ତି । ଏହାର କାରଣ ଆପଣ ସଫା ସଫା ଦେଖି ପାରୁଥିବେ ଏବଂ ତାହା ହେଉଛି ଘନ, କଳା ଓ ରେଶମୀ ବାଳ । ଏପରି କେଶ ଏକ ଖାସ ମେଡିକାଲ କଣ୍ଡିସନ ର ପରିଣାମ ଅଟେ ।

ଯେତେବେଳେ chanco ଗର୍ଭରେ ଥିଲେ ସେତେବେଳେ ମଧ୍ୟ ଅଲଟ୍ରାସାଉଣ୍ଡ ସମୟରେ ତାର ବାଳ ଦେଖାଯାଇଥିଲା । ତାର ମା’ ମମି କାନୋଙ୍କୁ ବହୁତ ଭଲ ଲାଗିଥିଲା । ଏବଂ ଡେଲିଭରି ସମୟରେ ମଧ୍ୟ ସବୁ ଡାକ୍ତର ଟିକେ ଚିନ୍ତିତ ହୋଇପଡିଥିଲେ ।

Image result for this-baby-born-with-a-full-head-of-hair

ପିଲାର ଘନ କେଶକୁ ଦେଖି ଯେତେବେଳେ ସବୁ ଲୋକ ଅଜୀବ ପ୍ରତିକ୍ରିୟା ଦେଲେ ସେତେବେଳେ ତାଙ୍କ ମା’ ଚିନ୍ତିତ ହୋଇ chancoର ଚୁଟିକୁ କାଟିବାରେ ଲାଗିଥିଲେ କିନ୍ତୁ ପରେ ସେ ନିଷ୍ପତ୍ତି ନେଇଥିଲେ ଯେ chancoର ଚୁଟି ଆଉ କାଟିବେ ନାହିଁ । ଏବଂ ତାର ଚୁଟିକୁ ବଢିବାକୁ ଦେବେ କାରଣ ସେ ଇଣ୍ଟରନେଟରେ ଫେମସ ହୋଇଯାଇ ଥିଲା । Pantene ତାଙ୍କୁ ଜାନୁଆରୀରେ #HereWeGo କ୍ୟାମ୍ପେନର ଚେହେରା ବନାଇ ଥିଲେ ।

P&G ଜାପାନ ହେୟାର ଆସୋସିଏଟର ବ୍ରାଣ୍ଡ ନିର୍ଦ୍ଦେଶକ Yoshiaki Okura ମିଡ଼ିଆକୁ କହିଥିଲେ ” ଆମେ ସିଧାସଳଖ ଭାବେ chancoର ମା’ କୁ ଦେଖା କରିବା ପାଇଁ ପହଂଚିଗଲୁ । ତାଙ୍କର ବ୍ୟକ୍ତିତ୍ୱ ଏବଂ ଚରିତ୍ର ସେହି ମହିଳାମାନଙ୍କ ସହ ମିଶୁଛି ଯାହାକୁ ଆମେ ସାହାଯ୍ୟ କରିବା ପାଇଁ ଚାଁହୁଛୁ । ଆମେ ଅନୁଭବ କଲୁ ଯେ chancoର ସୁନ୍ଦର ବାଳରେ ଏକ ସକାରାତ୍ମକ ଶକ୍ତି ରହିଛି ଯାହା ଲୋକଙ୍କୁ ଆଗକୁ ବଢିବା ପାଇଁ ପ୍ରେରିତ କରୁଛି ” ।

ଏହାସହ ପଢନ୍ତୁ ଯଦି ଖାଇବା ପରେ କରୁଛନ୍ତି ଏହି ଦଶଟି କାମ ତାହେଲେ ଭୋଗିପାରନ୍ତି ଏପରି ଯନ୍ତ୍ରଣା

ସମସ୍ତେ କୁହନ୍ତି ମଡେଲିଂ ପିଲାଙ୍କ ଖେଳ ନୁହେଁ ଥରେ chancoର ଇନଷ୍ଟାଗ୍ରାମ ଆକାଉଣ୍ଟ ଦେଖନ୍ତୁ । ବର୍ତ୍ତମାନ ତାର ୩୯୦ ହଜାରରୁ ଅଧିକ ଫଲୋଅର୍ସ ଅଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.