ପାକିସ୍ତାନକୁ ଗୁପ୍ତ ତଥ୍ୟ ଦେବା ଅଭିଯୋଗରେ ଗିରଫ ହେଲେ HALର ତିନି ଅଧିକାରୀ

ପାକିସ୍ତାନ ପାଇଁ ଗୁଇନ୍ଦା ଗିରି କରୁଥିବା ଅଭିଯୋଗରେ ନାସିକ ସ୍ଥିତ ସରକାରୀ ସଂସ୍ଥା ହିନ୍ଦୁସ୍ଥାନ ଏରୋନେଟିକ୍ସ ଲିମିଟେଡ଼ର ଦୁଇ ଅଧିକାରୀଙ୍କୁ ଆଣ୍ଟି ଟେରୋରିସମ ସ୍କୁଆର୍ଡ଼ ଟିମ ଗିରଫ କରିଛନ୍ତି । ପାକିସ୍ତାନ ଗୁଇନ୍ଦା ସଂସ୍ଥା ଇଣ୍ଟର ସର୍ଭିସେସ ଇଣ୍ଟେଲିଜେନ୍ସକୁ ତଥ୍ୟ ଦେବା ଅଭିଯୋଗରେ ମହାରାଷ୍ଟ୍ର ଏଟିଏସ ଟିମ ଏହି ଦୁଇ ଅଧିକାରୀଙ୍କୁ ଗିରଫ କରିଥିବା ଜଣାଯାଇଛି । ଏଟିଏସ ତରଫରୁ ଜାରି ହୋଇଥିବା ରିପୋର୍ଟ ଅନୁଯାୟୀ, ଭାରତ ପ୍ରସ୍ତୁତ ଫାଇଟର ଏୟାରକ୍ରାଫଟ ଓ ଏହାର ପ୍ରସ୍ତୁତି ପ୍ରସ୍ତୁତି ବାବଦରେ ଏମାନେ ଗୁପ୍ତ ତଥ୍ୟ ପାକିସ୍ତାନକୁ ଦେଇ ଆସୁଥିଲେ । ଏହା ସହ ଅଭିଯୁକ୍ତ ମାନେ ଏୟାରବେଶ ଓ ନିଶେଦ୍ଧାଞ୍ଚଳ ଗୁଡିକ ବାବଦରେ ତଥ୍ୟ ପାକିସ୍ତାନ ଏୟାରବେଶକୁ ଦେଇ ଆସୁଥିଲେ ।

ପଚରାଉଚୁରାରୁ ଜଣାଯାଇଛିଯେ, ଗିରଫ ଅଧିକାରୀ ଦୁହେଁ ଲଗାତାର ଭାବେ ଆଇଏସଆଇ ସହ ସମ୍ପର୍କ ରଖିଆସୁଥିଲେ । ଏନେଇ ତାଙ୍କ ବିରୋଧରେ ଅନେକ ପ୍ରମାଣ ମଧ୍ୟ ମିଳିଛି । ଏନେଇ ଏଟିଏସ ଟିମ ପକ୍ଷରୁ ଅଫିସିଆଲ ସିକ୍ରେଟ ଆକ୍ଟ ୧୯୨୩ ଅନ୍ତର୍ଗତ ଧାରା ୩,୪ ଓ ୫ ଅଧୀନରେ ଏଫଆଇଆର ରେଜିଷ୍ଟାର ହୋଇଛି । ଏହା ସହ ଅଭିଯକ୍ତ ମାନେ ବ୍ୟବହାର କରୁଥିବା ୩ଟି ମୋବାଇଲ ଫୋନ, ଦୁଇ ମେମୋରୀ କାର୍ଡ ସମେତ ୫ ଟି ସିମ କାର୍ଡକୁ ଜବତ କରାଯାଇ ଫରେନସିକ ଟିମ ନିକଟକୁ ଯାଞ୍ଚ ପାଇଁ ପଠାଇ ଦିଆଯାଇଛି । ଶୁକ୍ରବାର ଏମାନଙ୍କୁ କୋର୍ଟ ଚାଲାଣ କରାଯାଇଥିବା ବେଳେ ୧୦
ଦିନ ପାଇଁ ପୋଲିସ କଷ୍ଟଡିରେ ରଖାଯିବ ବୋଲି ଜଣାଯାଇଛି ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.