ଆଜି କାର୍ଗିଲ ବିଜୟ ଦିବସ, ଭାରତୀୟ ଯବାନଙ୍କ ପରାକ୍ରମକୁ ମନେ ପକାଉଛି ସାରା ଦେଶ

କେନ୍ୟୁଜ୍: ଆଜି କାର୍ଗିଲ ବିଜୟ ଦିବସ । ପ୍ରତିବର୍ଷ ଜୁଲାଇ ୨୬ ତାରିଖକୁ ସହିଦ ବୀର ଯବାନଙ୍କ ଉଦ୍ଦେଶ୍ୟରେ ଏହି ଦିବସ ପାଳନ କରାଯାଏ । ୧୯୯୯ ମସିହା ଜୁଲାଇ ୨୬ରେ ପାକିସ୍ତାନ ସେନାକୁ ପରାସ୍ତ କରି କାର୍ଗିଲ ଉପରେ ବିଜୟ ପ୍ରାପ୍ତି କରିଥିଲା ଭାରତୀୟ ସେନା । ଏହି ଯୁଦ୍ଧ ଅଢେଇ ମାସରୁ ଅଧିକ ସମୟ ଧରି ଚାଲିଥିଲା । ଯୁଦ୍ଧରେ ଭାରତର ୫୨୭ ଯବାନ ସହିଦ ହୋଇଥିଲେ । ୧୩ ଶହରୁ ଅଧିକ ଯବାନ ଆହତ ହୋଇଥିଲେ। ତେବେ  ସହିଦଙ୍କ ଭିତରେ ଥିଲେ ୧୩ ଜଣ ଓଡ଼ିଆ। ଆମେ ସମସ୍ତେ ଯଦି ଆଜି ଭଲରେ ବଞ୍ଚିପରିଛେ ଓ ଖୁସିରେ ଘରେ ରହିପରିଛେ ତାହା କେବଳ ସମ୍ଭବ ହୋଇଛି ଆମର ଭାରତୀୟ ସେନାଙ୍କ ପାଇଁ । ଆଜି ସେହି ବୀର ସହିଦଙ୍କୁ ମନେ ପକାଇ ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି ଦେଉଛି ସାରା ଦେଶ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.