ନିର୍ଭୟା ଦୋଷୀଙ୍କୁ ଅଲଗା ଅଲଗା ଦିଆଯିବ କି ଫାଶୀ ? କେନ୍ଦ୍ର ସରକାରଙ୍କ ଏହି ଆବେଦନ ଉପରେ ଆଜି ସୁପ୍ରିମକୋର୍ଟରେ ଶୁଣାଣି

ନୂଆଦିଲ୍ଲୀ : ନିର୍ଭୟା ଦୋଷୀଙ୍କୁ ଅଲଗା ଅଲଗା ଦିଆଯିବ କି ଫାଶୀ ? କେନ୍ଦ୍ର ସରକାରଙ୍କ ଏହି ଆବେଦନ ଉପରେ ଆଜି ସୁପ୍ରିମକୋର୍ଟରେ ଶୁଣାଣି ହେବ। ପୂର୍ବରୁ ଏ ନେଇ କେନ୍ଦ୍ର ସରକାରଙ୍କ ଆବେଦନକୁ ଦିଲ୍ଲୀ ହାଇକୋର୍ଟ ଖାରଜ କରି ଦେଇଥିଲେ । ଏହାକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିଛନ୍ତି କେନ୍ଦ୍ର ସରକାର । କେନ୍ଦ୍ର ସରକାର ଯୁକ୍ତି ବାଢିଥିଲେ, ଏକ ସଙ୍ଗେ ଫାଶୀ ଦେବା ନେଇ ଆଇନରେ କୌଣସି ବାଧ୍ୟବାଧକତା ନାହିଁ । ତେଣୁ ଯେଉଁ ଦୋଷୀଙ୍କ ଆଇନଗତ ପ୍ରକ୍ରିୟା ସରି ଯାଇଛି, ସେମାନଙ୍କୁ ଫାଶୀ ଦେବାରେ କୌଣସି ବାଧା ନାହିଁ ।

Nirbhaya-convictsତେବେ ଦୋଷୀଙ୍କୁ ଦିଲ୍ଲୀ ହାଇକୋର୍ଟ ଦେଇଥିବା ୭ ଦିନ ସମୟ ପୂରା ନହେବା ପର୍ଯ୍ୟନ୍ତ ମାମଲାର ବିଚାର କରିବେ ନାହିଁ ବୋଲି ସୁପ୍ରିମକୋର୍ଟ କହିଛନ୍ତି । ନିର୍ଭୟା ଦୋଷୀଙ୍କୁ ଫାଶୀ ପାଇଁ ତତ୍ପର ହୋଇ ଉଠିଛନ୍ତି ସରକାର । ହେଲେ ଶୁଣାଣି ସରୁନି । ଆଇନ୍‌ରେ ଥିବା ଗଳାବାଟର ଭରପୂର ଫାଇଦା ଉଠାଉଛନ୍ତି ଦୋଷୀ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.