ଆଜି ରାଜକୀୟ ପରମ୍ପରାରେ ହେବ ମହାରାଣୀ ଏଲିଜାବେଥ ଦ୍ୱିତୀୟଙ୍କ ଶେଷକୃତ୍ୟ, ଉପସ୍ଥିତ ରହିବେ ୨୦୦୦ରୁ ଅଧିକ ଭିଆଇପି ଅତିଥି

ନୂଆଦିଲ୍ଲୀ : ଆଜି ୱେଷ୍ଟମିନିଷ୍ଟର ଆବେରେ ରାଜକୀୟ ପରମ୍ପରାରେ ହେବ ମହାରାଣୀ ଏଲିଜାବେଥ ଦ୍ୱିତୀୟଙ୍କ ଅନ୍ତ୍ୟେଷ୍ଟି । ଭାରତୀୟ ସମୟ ଅନୁସାରେ ଅପରାହ୍ଣ ୪ଟା ୩୦ରେ ଆରମ୍ଭ ହେବ ଶେଷକୃତ୍ୟ କାର୍ଯ୍ୟକ୍ରମ। ଲଣ୍ଡନର ସମୟ ସକାଳ ୮ଟାରୁ ଅତିଥିଙ୍କ ପାଇଁ ଖୋଲାଯିବ ୱେଷ୍ଟମିନିଷ୍ଟର ଆବେ। ୨୦୦ ଶହ ସଙ୍ଗୀତଜ୍ଞ, ବ୍ୟାଣ୍ଡ ଓ ସେନାଙ୍କୁ ନେଇ ହେବ ମହାରାଣୀଙ୍କ ଶୋଭାଯାତ୍ରା।

ଶେଷକୃତ୍ୟରେ ଉପସ୍ଥିତ ରହିବେ ୨୦୦୦ରୁ ଅଧିକ ଭିଆଇପି ଅତିଥି । ସାମିଲ ହେବେ ୫୦୦ରୁ ଊର୍ଦ୍ଧ୍ୱ ବିଦେଶୀ ପ୍ରତିନିଧି । ଉପସ୍ଥିତ ରହିବେ ଜାପାନ ମହାରାଜା ନରୁହିତୋ ଓ ମହାରାଣୀ ମାସାକୋ, ୟୁକେ ପ୍ରଧାନମନ୍ତ୍ରୀ ଲିଜ ଟ୍ରସ, ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଏବଂ ତାଙ୍କ ପତ୍ନୀ ଜିଲ୍‌ ବାଇଡେନ, ଫ୍ରାନ୍ସ ରାଷ୍ଟ୍ରପତି ଏମାନୁଏଲ ମାକ୍ରନ । ସେହିପରି ଜର୍ମାନୀ ରାଷ୍ଟ୍ରପତି ଫ୍ରାଙ୍କ ୱାଲଟର ଷ୍ଟେନମେୟର, ଇଟାଲି ରାଷ୍ଟ୍ରପତି ସର୍ଗିଓ ମାତାରେଲା, ତୁର୍କୀ ରାଷ୍ଟ୍ରପତି ରେଚପ ତୈପ ଏର୍ଦୋଆନ, ବ୍ରାଜିଲ ରାଷ୍ଟ୍ରପତି ବୋଲସନାରୋ ମଧ୍ୟ ଉପସ୍ଥିତ ରହିବେ । ଏଲିଜାବେଥଙ୍କ ଅନ୍ତ୍ୟେଷ୍ଟିରେ ଉପସ୍ଥିତ ରହିବେ ଦ୍ରୌପଦୀ ମୁର୍ମୁ । ଗତକାଲି ଦେଶବାସୀଙ୍କ ତରଫରୁ ମହାରାଣୀ ଏଲିଜାବେଥ ଦ୍ୱିତୀୟଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି ରାଷ୍ଟ୍ରପତି ।

ଶ୍ରଦ୍ଧାଞ୍ଜଳି ଦେବା ସହ ଶୋକ ପୁସ୍ତିକାରେ ସ୍ୱାକ୍ଷର କରିଛନ୍ତି । ଗତ ୮ ତାରିଖରେ ୯୬ ବର୍ଷ ବୟସରେ ବାଲମୋରାଲରେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ ମହାରାଣୀ । ସ୍ୱର୍ଗତ ରାଣୀ ଏଲିଜାବେଥଙ୍କ କଫିନ୍‌ ୱେଷ୍ଟମିନିଷ୍ଟର୍‌ ହଲରେ ରଖାଯାଇଛି । ୪ ଦିନ ମହାରାଣୀଙ୍କ ଶେଷ ଦର୍ଶନ କରିିବା ସହ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ସାଧାରଣ ଲୋକ । ଏଥିପାଇଁ ଲଣ୍ଡନ ରାଜରାସ୍ତାରେ ପ୍ରବଳ ଜନସମାଗମ ହୋଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.