ଚତୁର୍ଥ ଦିନରେ ଚାଲିଛି ଟନେଲ୍‌ରୁ ଉଦ୍ଧାର କାର୍ଯ୍ୟ: କରାଯାଉଛି ଡ୍ରୋନ୍‌ର ବ୍ୟବହାର, ୩୨ରେ ପହଞ୍ଚିଲା ମୃତ୍ୟୁ ସଂଖ୍ୟା

ଉତ୍ତରାଖଣ୍ଡ: ଜୀବନ ବଞ୍ଚାଇବାବୁ ବାଜି ଲାଗିଛି ଜୀବନ । ଟନେଲ୍‌ରେ ଚାଲିଛି ଅପରେସନ୍‌ । ଅଢ଼େଇ କିଲୋମିଟର ଲମ୍ବର ଟନେଲ ଭିତରେ ଥିବା ଜୀବନ ବଞ୍ଚାଇବା ଯବାନଙ୍କ ପାଇଁ ଚ୍ୟାଲେଞ୍ଜ ପାଲଟିଛି । ଟନେଲରେ ଫସି ରହିଛନ୍ତି ପାଖାପାଖି ୨୫ରୁ ୩୫ ଜଣ । ମିଳିତ ଅପରେସନ୍‌ରେ ସାମିଲ ହୋଇଛନ୍ତି ଆଇଟିବିପି, ସେନା ଓ ଏନଡିଆରଏଫ୍‌ ଯବାନ ।

rescueବାହାରୁ ଡ୍ରିଲ୍‌ ଖୋଳି ଟନେଲ ଭିତରେ ପଶିବାକୁ ଉଦ୍ୟମ କରାଯାଉଛି । ଡ୍ରୋନ୍‌ର ବ୍ୟବହାର ମଧ୍ୟ କରାଯାଉଛି । ୬ ଶହରୁ ଅଧିକ ସେନା, ଆଇଟିବିପି, ଏନ୍‌ଡିଆରଏଫ୍‌, ଏସ୍‌ଡିଆରଏଫ୍‌ ଯବାନ ସାମିଲ ହୋଇଛନ୍ତି । ହିମସ୍ଖଳନରେ ପ୍ରଭାବିତ ଓ ଯେଉଁ ସବୁ ଗାଁ ସହ ସଂପର୍କ ଛିନ୍ନ ହୋଇଛି, ସେସବୁ ଅଞ୍ଚଳକୁ ଖାଦ୍ୟ, ଔଷଧ ଓ ଅନ୍ୟ ଆବଶ୍ୟକ ସାମଗ୍ରୀ ପହଞ୍ଚାଯାଉଛି । ଉତ୍ତରାଖଣ୍ଡ ହିମସ୍ଖଳନ ଘଟଣାରେ ମୃତ୍ୟୁ ସଂଖ୍ୟା ୩୨କୁ ବୃଦ୍ଧି ପାଇଛି । ଏବେ ବି ୨୦୬ ଲୋକଙ୍କ କୌଣସି ଖବର ମିଳିନାହିଁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.