ଭାରତୀୟ ଯବାନଙ୍କ ଗୁଳିରେ ଦୁଇ ପାକିସ୍ତାନୀ ସୈନ୍ୟ ନିହତ, ଧଳା ପତାକା ଦେଖାଇ ମୃତ ଦେହ ନେଇଗଲା ପାକିସ୍ତାନ

ପଣ୍ଡ ହେଲା ପାକିସ୍ତାନର ଅନୁପ୍ରବେଶ ଉଦ୍ୟମ । ଭାରତୀୟ ଯବାନଙ୍କ ଗୁଳିରେ ଦୁଇ ପାକିସ୍ତାନୀ ଯବାନ ନିହତ ହୋଇଛନ୍ତି । ହିଜାପୁର ସେକ୍ଟରରେ ପାକିସ୍ତାନ ସୈନ୍ୟଙ୍କ ପକ୍ଷରୁ ଗୁଳିମାଡ଼ ହୋଇଥିଲା । ଭାରତୀୟ ଯବାନ ମଧ୍ୟ ପାଲଟା ଗୁଳିମାଡ଼ କରିଥିଲେ । ଏଥିରେ ଦୁଇ ଜଣ ପାକିସ୍ତାନୀ ସୈନ୍ୟଙ୍କ ମୃତ୍ୟ ହୋଇଛି । ଆଜି ଧଳା ପତାକା ଦେଖାଇ ମୃତ ଦେହ ନେଇ ଯାଇଛି ପାକିସ୍ତାନ । ଏନେଇ ଏକ ଭିଡିଓ ଜାରି ହୋଇଛି । ଏହି ଭିଡିଓ ଗତ ୧୦ କିମ୍ବା ୧୧ ତାରିଖର । ଏଥିରେ ସ୍ପଷ୍ଟ ଜଣାପଡ଼ୁଛି ଯେ, ପାକିସ୍ତାନୀ ସୈନିକ ଧଳା ପତାକା ଦେଖାଇ ସୈନ୍ୟଙ୍କ ମୃତ ଦେହ ନେଇ ଯାଉଛନ୍ତି । ସେନାର ମୃତ୍ୟୁ ଖବରକୁ ସବୁବେଳେ ଏଡାଇ ଆସୁଥିଲା ପାକିସ୍ତାନ । ହେଲେ ଏହି ଭିଡିଓ ପ୍ରମାଣ ମିଳବା ପରେ ଏବେ ଏପରି ଖବରକୁ ଏଡାଇ ଦେବା ପାକିସ୍ତାନ ପାଇଁ କାଠିକର ପାଠ ହେବ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.