ବେଙ୍ଗାଲୁରୁରେ ଲକଡାଉନ ବେଳେ ଅନଲାଇନରେ ସିଗାରେଟ ବ୍ରିକି, ଦୁଇ ଗିରଫ

ଦିନକୁ ଦିନ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ମୃତ୍ୟୁସଂଖ୍ୟା ମଧ୍ୟ ବୃଦ୍ଧି ପାଇବାକୁ ଲାଗିଛି । ଏମିତି ସ୍ଥିତିରେ ଦେଶକୁ ୩ ମଇ ପର୍ଯ୍ୟନ୍ତ ଲକଡାଉନ ମଧ୍ୟ କରାଯାଇଛି । ଏହି ସମୟରେ ଅତ୍ୟାବଶ୍ୟକ ସେବା ତଥା ସାମଗ୍ରୀକୁ ଛାଡି ଅତ୍ୟ ସମସ୍ତ ବେପାର ବନ୍ଦ ରହିଛି । ଏହା ସମୟରେ ମଧ୍ୟ ବିଭିନ୍ନ ସ୍ଥାନରେ ନିଶା କାରବାରେ ହଉଥିବା ଖବର ମିଳିଛି ।

ବେଙ୍ଗାଲୁରୁର କ୍ରାଇମବ୍ରାଞ୍ଚ ଦୁଇ ନିଶା ବେପାରୀଙ୍କୁ ଧରିଛନ୍ତି । ଏହି ଦୁଇଜଣ ଅନଲାଇନରେ ସିଗାରେଟ ବିକ୍ରି କରିଥିଲେ । ଅଖତର ମିର୍ଜା ଏବଂ ତବୁଦ୍ଦିନ ମୋହିଦିନ ନାମକ ଏହି ଦୁଇଜଣଙ୍କଠାରୁ ୩୦,୦୦୦ ଟଙ୍କାର ସିଗାରେଟ ଜବତ କରାଯାଇଛି । ଦୁହିଁଙ୍କୁ ଗିରଫ କରି ଜେଲ ପଠାଯାଇଛି । ସିଗାରେଟ ଡେଲିଭରୀ କରୁଥିବା ସମୟରେ ଦୁହିଁଙ୍କୁ କ୍ରାଇମବ୍ରାଞ୍ଚ ଗିରଫ କରିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.