Below header

୬ହଜାର ଟଙ୍କା ଶସ୍ତା ହେଲା OnePlus ର ଏହି ସ୍ମାର୍ଟଫୋନ, ଜାଣନ୍ତୁ କଣ ରହିଛି ଫିଚର୍ସ

ଚାଇନିଜ ସ୍ମାର୍ଟଫୋନ ତିଆରି କରୁଥିବା କମ୍ପାନୀ ୱାନପ୍ଲସ (OnePlus) ଭାରତରେ ୨ଟି ଫ୍ଲେଗସିପ ଫୋନ ୱାନପ୍ଲସ ୮ (OnePlus 8) ଏବଂ ୱାନପ୍ଲସ ୮ ପ୍ରୋ (OnePlus 8 Pro) ଲଞ୍ଚ କରିଛି। ଏହି ଫୋନ ଲଞ୍ଚ ହେବାର କିଛି ଦିନ ପରେ ପୂର୍ବ ବର୍ଷ ଲଞ୍ଚ ହୋଇଥିବା ୱାନପ୍ଲସ ୭ଟି (OnePlus 7T pro)ର ମୂଲ୍ୟ ହ୍ରାସ କରିଛି। ସୂଚନା ମୁତାବକ ଏହି ଫୋନ ଗତ ବର୍ଷ ୫୩,୯୯୯ ଟଙ୍କାରେ ଲଞ୍ଚ ହୋଇଥିଲା, ଯାହାର ମୂଲ୍ୟ ବର୍ତ୍ତମାନ ୬ହଜାର ଟଙ୍କା ଶସ୍ତା କରିଦିଆଯାଇଛି।

ଗ୍ରାହକ ବର୍ତ୍ତମାନ ଏହି ଫୋନକୁ କେବଳ ୪୭, ୯୯୯ ଟଙ୍କାରେ ଘରକୁ ଆଣିପାରିବେ। କିନ୍ତୁ ବର୍ତ୍ତମାନ ଫୋନର ନୂଆ ଦାମ ଆପଣ ଆମାଜନରେ ଦେଖିପାରିବେ ନାହିଁ କାରଣ ଲକଡାଉନ ପାଇଁ କେବଳ ଅତିଆବଶ୍ୟକୀୟ ଜିନିଷର ଅନୁମତି ରହିଛି।

OnePlus-7T-Pro-held

ଜାଣନ୍ତୁ କଣ OnePlus 7T Proର ଫିଚର୍ସ

OnePlus 7T Proରେ ୬.୬୭ ଇଞ୍ଚର କ୍ୱାଡ HD+ (1440×3120 ପିକ୍ସଲ) ଫ୍ଲୁଇଡ AMOLED ଡିସପ୍ଲେ ରହିଛି, ଯାହା ୯୦ ହର୍ଟଜ ରିଫ୍ରେସ ରେଟ ଏବଂ ୧୯.୫:୯ ଆସ୍ପେକ୍ଟ ରେସିୟୋ ରହିଛି। ଗ୍ରାଫିକ୍ସ ପାଇଁ ଏଡ୍ରେନୋ ୬୪୦ ଜିପିୟୁ ରହିଛି ଏବଂ ମଲ୍ଟିଟାକ୍ସିଙ୍ଗ ପାଇଁ ୮ଜିବି ରମ ରହିଛି। ଏଥିସହ ଏହି ଡିସପ୍ଲେରେ ଫିଙ୍ଗର ପ୍ରିଣ୍ଟ ସେନ୍ସର ମଧ୍ୟ ରହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.