ଜମ୍ମୁ କଶ୍ମୀରର କୁଲଗାମରେ ବ୍ୟାଙ୍କ ମ୍ୟାନେଜରଙ୍କୁ ହତ୍ୟା କରିଥିବା ଆତଙ୍କବାଦୀ ନିହତ
କେନ୍ୟୁଜ୍(ବ୍ୟୁରୋ):ଜମ୍ମୁକାଶ୍ମୀରରେ ସୁରକ୍ଷାକର୍ମୀଙ୍କୁ ସଫଳତା। କୁଲଗାମରେ ବ୍ୟାଙ୍କ ମ୍ୟାନେଜରଙ୍କୁ ହତ୍ୟା କରିଥିବା ଆତଙ୍କବାଦୀ ନିହତ । ସୁରକ୍ଷାକର୍ମୀଙ୍କ ଏନକାଉଣ୍ଟରରେ ‘ଲସ୍କର-ଏ-ତୋଇବା’ର ଦୁଇ ଆତଙ୍କବାଦୀ ସଫା ।
ନିହତ ହୋଇଥିବା ଆତଙ୍କବାଦୀଙ୍କ ମଧ୍ୟରୁ ଜଣଙ୍କର ପରିଚୟ ମିଳିଛି। ସୋପିଆର ଆତଙ୍କବାଦୀ ଜନ ମହମ୍ମଦ ଲୋନ କୁଲଗାମରେ ଗତ ୨ ତାରିଖ ଦିନ ବ୍ୟାଙ୍କ ମ୍ୟାନେଜର ବିଜୟ କୁମାରଙ୍କୁ ହତ୍ୟା ଘଟଣାରେ ସଂପୃକ୍ତ ଥିଲା ।