ଘରେ ଶୋଇଥିବା ବେଳେ ଲାଗିଗଲା ନିଆଁ, ଧୂଆଁ ଯୋଗୁଁ ଅଣନିଶ୍ୱାସୀ ହୋଇ ୨ ବର୍ଷର ପିଲା ମୃତ

ଗାଜିଆବାଦ ନନ୍ଦଗ୍ରାମ ଥାନା ଅଞ୍ଚଳରେ ରାଜନଗର ଏକ୍ସଟେନସନ ଅଞ୍ଚଳରେ ଘଟିଥିବା ଏକ ଦୁର୍ଘଟଣା ଯୋଗୁଁ ଶୋକର ଛାୟା ଖେଳିଯାଇଛି। ଏଠାରେ ଏକ ଫ୍ଲାଟରେ ସର୍ଟ ସର୍କିଟ ପରେ ଧୂଆଁରେ ଫସିଥିବା ଏକ ପରିବାରର ଦୁଇବର୍ଷର ପିଲାର ମୃତ୍ୟୁ ହୋଇଛି। ଘଟଣା ସମୟରେ ଘରେ ଶୋଇଥିବା ମା ଏବଂ ଅନ୍ୟ ଜଣେ ଛୁଆର ଅବସ୍ଥା ଖରାପ ହୋଇଯାଇଥିଲା। ଦୁହିଁଙ୍କ ହସପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ସେମାନଙ୍କର ଚିକିତ୍ସା ଚାଲିଛି।

ଖବର ମୁତାବକ, ରାଜନଗର ଏକ୍ସଟେନସନର ରିଭର ହ୍ଵାଇଟ ସୋସାଇଟିର ୪ ନଂ ଟାଓ୍ଵାରରେ ଥିବା ଫ୍ଲାଟ ନଂ ୩ବିରେ ସର୍ଟ ସର୍କିଟ ହୋଇଥିଲା। ଏହି ଫ୍ଲାଟରେ ଥିବା ପରିବାର ଦିନ ଦ୍ୱିପ୍ରହରରେ ଶୋଇଥିବା ସମୟରେ ହଠାତ୍‌ ଏଲଇଡି ବଲବ ସର୍ଟ ସର୍କିଟ ହେବା ଯୋଗୁଁ ଘରେ ନିଆଁ ଲାଗିଯାଇଥିଲା। ଶୋଇଥିବା ସମୟରେ ନିଆଁ ଲାଗିବାରୁ ସଂପୂର୍ଣ୍ଣପରିବାର ଲୋକ ଅଣନିଶ୍ୱାସୀ ହୋଇ ଅଚେତ୍‌ ହୋଇପଡିଥିଲେ।

ଘରୁ ନିଆଁ ବାହାରୁଥିବା ଦେଖି ପାଖ ପଡୋଶୀ ସାହାଯ୍ୟ କରିବାକୁ ଆଗେଇ ଆସିଥିଲେ। କିନ୍ତୁ ଘରେ ଏତେ ଧୁଆଁ ଯୋଗୁଁ କେହି ପଶିପାରିନଥିଲେ। ତା’ ପରେ ବାଲକୋନୀର କବାଟ ଭାଙ୍ଗି ଲୋକେ ଘରକୁ ପଶି ଫସିଥିବା ଲୋକଙ୍କୁ ଉଦ୍ଧାର ପାଇଁ ଚେଷ୍ଟା କରିଥିଲେ। ଘରେ ଜଣେ ମହିଳାଙ୍କ ସହିତ ଅନ୍ୟ ଦୁଇ ଜଣ ପିଲା ବେହୋସ ଅବସ୍ଥାରେ ପଡିଥିଲେ। ପଡୋଶୀ ଲୋକେ ସମସ୍ତଙ୍କୁ ହସପିଟାଲରେ ଭର୍ତ୍ତି କରିଥିଲେ, ହସପିଟାଲରେ ପହଞ୍ଚିବା ବେଳକୁ ଜଣେ ପିଲାର ମୃତ୍ୟୁ ହୋଇସାରିଥିଲା।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.