ଫିଲିପାଇନ୍ସରେ ଲ୍ୟାଣ୍ଡଫଲ କଲା ଟାଇଫୁନ୍‌ ମୋଲାଭ: ବଙ୍ଗୋପସାଗରରେ ପ୍ରବେଶ କରିବ ଏହାର ଅବଶିଷ୍ଟାଂଶ, ୨୯ ବେଳକୁ ଆଉ ଏକ ଲଘୁଚାପ

କେନ୍ଯୁଜ୍: ଫିଲିପାଇନ୍ସରେ ଲ୍ୟାଣ୍ଡଫଲ କରିଛି ଟାଇଫୁନ୍‌ ମୋଲାଭ । ଫିଲିପାଇନ୍ସର ପାଣିପାଗ ବିଶେଷଜ୍ଞଙ୍କ ଅନୁସାରେ ୩ଟା ୩୦ରେ ଟାଇଫୁନ୍‌ ଓରିଏଣ୍ଟାଲ ମାଇଣ୍ଡୋରୋ ଉପରେ ଅବତରଣ କରିଛି । ଟାଇଫୁନ୍‌ ମୋଲାଭର ଅବଶିଷ୍ଟାଂଶ ବଙ୍ଗୋପସାଗରରେ ପ୍ରବେଶ କରିବ । ବଙ୍ଗୋପସାଗରରେ ଘନୀଭୂତ ହୋଇ ୨୯ ତାରିଖ ବେଳକୁ ଲଘୁଚାପ ସୃଷ୍ଟି କରିବ ।

ଭିଏତନାମା ଦେଇ ଉତ୍ତର ଆଣ୍ଡାମାନ ସାଗର ବା ମିଆଁମାର ଉପକୂଳରେ ଏକ ଘୂର୍ଣ୍ଣିବଳୟ ରୂପ ନେବ । ଶୁକ୍ରବାର ୫ଟା ସୁଦ୍ଧା ଏହା ଲଘୁଚାପରେ ପରିଣତ ହେବ । ୩୦ରୁ ୩ ତାରିଖ ମଧ୍ୟରେ କେନ୍ଦ୍ରୀୟ କିମ୍ବା ଉତ୍ତର ବଙ୍ଗୋପସାଗର ଆଡକୁ ଗତି କରିପାରେ । ଅକ୍ଟୋବର ମାସରେ ଏହା ଚତୁର୍ଥ ଲଘୁଚାପ ହେବ । ଆସନ୍ତା ୫ଦିନଯାଏଁ ରାଜ୍ୟରେ ପାଗ ମୁଖ୍ୟତଃ ଶୁଖିଲା ରହିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.