ମହାରାଷ୍ଟ୍ର ମହାଡ୍ରାମାରେ ପଡ଼ିଲା ଯବନିକା, ମାସେ ପରେ ଗଠନ ହେଲା ଠାକରେ ସରକାର

କେନ୍ୟୁଜ୍(ବ୍ୟୁରୋ): ମହାରାଷ୍ଟ୍ର ମହାଡ୍ରାମାରେ ପଡ଼ିଲା ଯବନିକା। ମାସେ ପରେ ଗଠନ ହେଲା ସରକାର। ଆଜି ଶପଥ ନେଇଛି ମହା ବିକାଶ ଅଘାଡ଼ି ସରକାର। ମୁଖ୍ୟମନ୍ତ୍ରୀ ଭାବରେ ଶପଥ ନେଇଛନ୍ତି ଉଦ୍ଧବ ଠାକରେ। ଶିବସେନା-ଏନ୍‌ସିପି ଓ କଂଗ୍ରେସ ମେଣ୍ଟ ସରକାରର ସେ ମୁଖ୍ୟମନ୍ତ୍ରୀ ଭାବରେ ବର୍ଣ୍ଣାଢ୍ୟ ଉତ୍ସବରେ ଶପଥ ନେଇଥିଲେ। ତାଙ୍କୁ ପଦ ଓ ଗୋପନୀୟତାର ଶପଥପାଠ କରାଇଥିଲେ ରାଜ୍ୟପାଳ ଭଗତ ସିଂ କୋଶିୟାରୀ। ମୁମ୍ବାଇ ଶିବାଜୀ ପାର୍କରେ ଅନୁଷ୍ଠିତ ହୋଇଥିଲା ଶପଥ ଗ୍ରହଣ ସାମରୋହ। ଉଦ୍ଧବଙ୍କ ସମେତ ତାଙ୍କ ମନ୍ତ୍ରିମଣ୍ଡଳ ବି ଶପଥ ନେଇଛି। ଯେଉଁଥିରେ ଶିବସେନା, ଏନସିପି ଓ କଂଗ୍ରେସର ବିଧାୟକ ଅଛନ୍ତି। ଉଦ୍ଧବ ଠାକରେଙ୍କ ଶପଥ ଗ୍ରହଣ ସମାରୋହରେ ଦେଖିବାକୁ ମିଳିଥିଲା ବିରୋଧୀ ଶକ୍ତି। ଏନସିପି ମୁଖ୍ୟ ଶରଦ ପାଓ୍ଵାର, ବରିଷ୍ଠ କଂଗ୍ରେସ ନେତା ଅହମ୍ମଦ ପଟେଲ, ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ କମଲ ନାଥ, ଡିଏମ୍‌କେ ନେତା ଏମ୍‌. କେ. ଷ୍ଟାଲିନ୍‌, ପୂର୍ବତନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ, ଏମଏନଏସ ମୁଖ୍ୟ ରାଜ ଠାକରେଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି। ସେହିପରି ଶିଳ୍ପପତି ମୁକେଶ ଅମ୍ବାନୀ ବି ଉଦ୍ଧବ ଠାକରେଙ୍କ ଶପଥ ଗ୍ରହଣ ସମାରୋହରେ ସାମିଲ ହୋଇଥିଲେ। ଉଦ୍ଧବ ଠାକରେ ହୋଇଛନ୍ତି ଠାକରେ ପରିବାରର ପ୍ରଥମ ମୁଖ୍ୟମନ୍ତ୍ରୀ। ଏହାପରେ ରାତି ୮ଟାରେ ନୂଆ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିବ ମହାରାଷ୍ଟ୍ର ସରକାରଙ୍କ ପ୍ରଥମ କ୍ୟାବିନେଟ୍‌ ବୈଠକ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.