ଋଷ-ୟୁକ୍ରେନ ତୃତୀୟ ରାଉଣ୍ଡ କଥାବାର୍ତ୍ତା ଫେଲ୍ ! ଋଷର ଏହି ୪ଟି ସର୍ତ୍ତକୁ ଅଗ୍ରାହ୍ୟ କଲା ୟୁକ୍ରେନ୍

ନୂଆଦିଲ୍ଲୀ: ତୃତୀୟ ରାଉଣ୍ଡ କଥାବାର୍ତ୍ତା ଫେଲ ମାରିଲା । ।ଋଷ-ୟୁକ୍ରେନ ତୃତୀୟ ରାଉଣ୍ଡ କଥାବାର୍ତ୍ତା ଫେଲ ମାରିଲା । କୌଣସି ବୁଝାମଣା ଗତକାଲିର କଥାବାର୍ତ୍ତାରୁ ବାହାରିଲା ନାହିଁ । ଋଷର ୪ଟି ସର୍ତ୍ତକୁ ୟୁକ୍ରେନ ଅଗ୍ରାହ୍ୟ କଲା । ଯୁଦ୍ଧ ବନ୍ଦ ପାଇଁ ୟୁକ୍ରେନ ଆଗରେ ୪ଟି ସର୍ତ୍ତ ରଖିଥିଲା ଋଷ ।

ୟୁକ୍ରେନ ସାମରିକ କାର୍ଯ୍ୟାନୁଷ୍ଠାନ ବନ୍ଦ କରୁ । ୟୁକ୍ରେନର ନିରପେକ୍ଷତା ସମ୍ବିଧାନରେ ଉଲ୍ଲେଖ କରୁ । କ୍ରିମିୟାକୁ ରୁଷର ଅଂଶ ମାନ୍ୟତା ଦେଉ । ରୁଷ ଅଧିନରେ ଥିବା ଡୋନେସ୍କ ଓ ଲୋହାନସ୍କକୁ ୟୁକ୍ରେନ ସ୍ୱାଧିନ ରାଷ୍ଟ୍ରର ମାନ୍ୟତା ଦେଉ । ରୁଷ-ୟୁକ୍ରେନ ତୃତୀୟ ପର୍ଯ୍ୟାୟ ଆଲୋଚନା ବେଳେ ଏଭଳି ସର୍ତ୍ତ ରଖିଥିଲା ଋଷ ।

ବେଲାରୁଷ ସୀମାରେ ରୁଷ ଓ ୟୁକ୍ରେନ୍‌ ମଧ୍ୟରେ ତୃତୀୟ ପର୍ଯ୍ୟାୟ ଆଲୋଚନା ହୋଇଛି । ପୂର୍ବରୁ ୨ ପର୍ଯ୍ୟାୟ ଆଲୋଚନା ହୋଇଥିଲେ ମଧ୍ୟ କୌଣସି ନିଷ୍କର୍ସ ବାହାରି ପାରିନଥିଲା ।

ଅନ୍ଯପଟେ, ରୁଷ୍‌-ୟୁକ୍ରେନ୍‌ ଯୁଦ୍ଧକୁ ଆଜିକୁ ୧୩ ଦିନ। ୟୁକ୍ରେନ୍‌ର ପ୍ରମୁଖ ସହର ଉପରେ ଆକ୍ରମଣ କରୁଛି ଋଷ୍‌। ଋଷ୍‌ ସେନାର ଆକ୍ରମଣରେ ଘାଇଲା ୟୁକ୍ରେନ୍‌। ୟୁକ୍ରେନର ସବୁ ପ୍ରମୁଖ ସହର ଉପରେ ମିସାଇଲ୍‌ ମାଡ଼ କରିଛି। ମିସାଇଲ ମାଡ଼ରେ ଛାରଖାର ବଡ଼ ବଡ଼ ସହର।

ୟୁକ୍ରେନ୍‌ ଲୋକଙ୍କ ଦୁର୍ଦ୍ଦଶା ବଢିବାରେ ଲାଗିଛି। ଏପର୍ଯ୍ୟନ୍ତ ୪୦୬ ସାଧାରଣ ନାଗରିକଙ୍କ ମୃତ୍ୟୁ ହୋଇଛି। ୮୦୧ ସାଧାରଣ ଲୋକ ଗୁରୁତର ଆହତ ହୋଇଛନ୍ତି। ୧୭ ଲକ୍ଷ ୩୫ ହଜାରରୁ ଅଧିକ ଲୋକ ୟୁକ୍ରେନ୍‌ ଛାଡିଲେଣି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.