ରୁଷ-ୟୁକ୍ରେନ୍ ଯୁଦ୍ଧ ଯୋଗୁଁ ଅଲଗା ହୋଇଗଲେ ପୁଟିନ୍‌ଙ୍କ ଝିଅ ଜ୍ୱାଇଁ

ନୂଆଦିଲ୍ଲୀ : ରୁଷ-ୟୁକ୍ରେନ୍‌ ଭିତରେ ଜାରି ରହିଛି ଯୁଦ୍ଧ। ଯୁଦ୍ଧର ପ୍ରଭାବ ଏବେ ରୁଷ ରାଷ୍ଟ୍ରପତି ବ୍ଳାଦିମିର ପୁଟିନ୍‌ଙ୍କ ପରିବାର ଉପରେ ପଡିଛି। ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ବଡ ଝିଅ ମାରିଆ ଭୋରୋଣ୍ଟସୋଭାଙ୍କୁ ମଧ୍ୟ ପ୍ରଭାବିତ କରିଛି। ୟୁକ୍ରେନ ଯୁଦ୍ଧ ପୁଟିନଙ୍କ ଝିଅ ମାରିଆ ଭୋରୋଣ୍ଟସୋଭାଙ୍କ ରୁଷରେ ସୁପର-ରିଚ୍‌ ବିଦେଶୀଙ୍କ ପାଇଁ ଏଲିଟ୍‌ ମେଡିକାଲ ସେଣ୍ଟର ଖୋଲିବାର ସ୍ବପ୍ନ ଭାଙ୍ଗି ଯାଇଛି। ରିପୋର୍ଟ ଅନୁସାରେ ସେ ନିଜର ଡଚ୍ ବିଜନେସମ୍ୟାନ ସ୍ବାମୀଙ୍କ ଠାରୁ ଅଲଗା ହୋଇଯାଇଛନ୍ତି। ଦୁହିଁଙ୍କର ବିବାହ ବନ୍ଧନ ଭାଙ୍ଗି ଯାଇଛି। ମାରିଆ ଛୋଟ ପିଲାମାନଙ୍କଠାରେ ଦେଖାଯାଉଥିବା ଜେନେଟିକ୍ ରୋଗରେ ଜଣେ ବିଶେଷଜ୍ଞ ଡାକ୍ତର। ଉଭୟଙ୍କର ଦୁଇଟି ସନ୍ତାନ ମଧ୍ୟ ଅଛି। ରୁଷର ରାଷ୍ଟ୍ରପତି ପୁଟିନ କେଜିବି ଗୁପ୍ତଚର ଭାବରେ କାର୍ଯ୍ୟ କରୁଥିବାବେଳେ ଡକ୍ଟର ମାରିଆ ଜନ୍ମଗ୍ରହଣ କରିଥିଲେ।

ରୁଷର ଅନୁସନ୍ଧାନକାରୀ ସାମ୍ବାଦିକ ସରୋଜ କାନଭ ପ୍ରକାଶ କରିଛନ୍ତି ଯେ ୟୁକ୍ରେନ ଉପରେ ପୁଟିନଙ୍କ ନିଷ୍ପତ୍ତି ତାଙ୍କ ଝିଅର ପରିବାରକୁ ନଷ୍ଟ କରିଦେଇଛି। ପାଶ୍ଚାତ୍ୟ ଦେଶମାନଙ୍କ ଦ୍ୱାରା ରୁଷ ଉପରେ ବ୍ୟାପକ କଟକଣା ଲାଗୁ କରାଯାଇଛି। ସେ କହିଛନ୍ତି ଯେ ସେଣ୍ଟ ପିଟର୍ସବର୍ଗ ନିକଟରେ ଏକ ମର୍ଡନ ମେଡିକାଲ ଚିକିତ୍ସା କେନ୍ଦ୍ର ନିର୍ମାଣ ପାଇଁ ମେଗା ପ୍ରକଳ୍ପରେ ତାଙ୍କର ପ୍ରମୁଖ ଅଂଶ ରହିଛି।

ୟୁରୋପରେ ରୋଗୀ ଏବଂ ଗଲ୍ଫ ଦେଶର ଧନୀ ଶିଖମାନଙ୍କୁ ଚିକିତ୍ସା କରି ରୁଷକୁ ଆକର୍ଷିତ କରିବା ପାଇଁ ପୁଟିନଙ୍କ ଝିଅଙ୍କର ଯୋଜନା ଥିଲା। ରିପୋର୍ଟରେ ଦାବି କରାଯାଇଛି ଯେ ୟୁକ୍ରେନ ଉପରେ ଆକ୍ରମଣ ପରେ ୟୁରୋପ ଏବଂ ଗଲଫ୍ ଦେଶର ଧନୀ ବ୍ୟକ୍ତିମାନେ ଆଉ ଆସିପାରିବେ ନାହିଁ । ପୁଟିନଙ୍କ ବଡ ଝିଅଙ୍କର ସ୍ୱାମୀଙ୍କ ନାମ ଜୋରିଟ ଫାସେନ । ରିପୋର୍ଟରେ କୁହାଯାଇ ନାହିଁ ଯେ ସେମାନେ ଯୁଦ୍ଧ ଆରମ୍ଭରେ ଅଲଗା ହୋଇଥିଲେ । ତେବେ ତାଙ୍କ ପିଲାମାନଙ୍କ ଉପରେ ଅଧିକ ସୂଚନା ମିଳିପାରି ନାହିଁ । ଫସେନ୍ ଦୀର୍ଘ ବର୍ଷ ହେବ ରୁଷରେ କାମ କରିସାରିଛନ୍ତି। ତାଙ୍କ ବାପା ଡଚ୍‌ ଆର୍ମଡ ଫୋର୍ସର କର୍ନଲ ଥିଲେ।

ତେବେ ତାଙ୍କ ବ୍ୟକ୍ତିଗତ ଜୀବନ ବିଷୟରେ ଦୁନିଆର ଲୋକେ ଖୁବ୍ କମ୍ ଜାଣନ୍ତି। ତାଙ୍କ ଝିଅଙ୍କ ନାଁ ମାରିଆ ଓ ୟେକାତେରିନା। ବଡ ଝିଅ ଡାକ୍ତର ଥିବା ବେଳେ ସାନ ଝିଅ ଏକ୍ରୋବୋଟିକ୍ ଡ୍ୟାନ୍ସର। ଦୁଇ ଝିଅ ନିଜର ନାଁ ପଛରେ ବାପାଙ୍କ ସରନେମ୍‌କୁ କାଟି ଦେଇଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.