ସେଭିଂ ଓ କରେଣ୍ଟ ଆକାଉଣ୍ଟକୁ ନେଇ ୧ ଜୁନରୁ ବଦଳିବ ନିୟମ, ଜାଣନ୍ତୁ କ’ଣ କରିବାକୁ ଯାଉଛି ବ୍ୟାଙ୍କ୍‌

୧ ଜୁନରୁ ସେଭିଂ ଓ କରେଣ୍ଟ ଆକାଉଣ୍ଟକୁ ନେଇ ଆସୁଛି ବଡ ପରିବର୍ତ୍ତନ । ଏହି ପରିବର୍ତ୍ତନ ଅନକ୍ଲେମଡ୍‌ ଡିପୋଜିଟ (ଦାବିଦାର ନଥିବା ଜମା) କୁ ନେଇ । ଏଥିପାଇଁ ଆରବିଆଇ ୧୦୦ ଦିନ ୧୦୦ କ୍ୟାମ୍ପେନ ଆରମ୍ଭ କରିଛି । ବ୍ୟାଙ୍କକୁ ଏହି ସମୟ ସୀମା ଭିତରେ ଏହି ଅନକ୍ଲେମଡ ଜମା ରାଶିକୁ ସେଟେଲଡ କରିବାକୁ ହେବ ।

ନୂଆଦିଲ୍ଲୀ : ୧ ଜୁନରୁ ସେଭିଂ ଓ କରେଣ୍ଟ ଆକାଉଣ୍ଟକୁ ନେଇ ଆସୁଛି ବଡ ପରିବର୍ତ୍ତନ । ଏହି ପରିବର୍ତ୍ତନ ଅନକ୍ଲେମଡ୍‌ ଡିପୋଜିଟ (ଦାବିଦାର ନଥିବା ଜମା) କୁ ନେଇ । ଏଥିପାଇଁ ଆରବିଆଇ ୧୦୦ ଦିନ ୧୦୦ କ୍ୟାମ୍ପେନ ଆରମ୍ଭ କରିଛି । ବ୍ୟାଙ୍କକୁ ଏହି ସମୟ ସୀମା ଭିତରେ ଏହି ଅନକ୍ଲେମଡ ଜମା ରାଶିକୁ ସେଟେଲଡ କରିବାକୁ ହେବ ।

ଆରବିଆଇ ଗାଇଡଲାଇନ ଅନୁସାରେ ସେଭିଂ ଓ କରେଣ୍ଟ ଆକାଉଣ୍ଟରେ ୧୦ ବର୍ଷରୁ ଅଧିକ ଜମା ପଡିରହିଛି କିମ୍ବା ମାଚୁରିଟି ତାରିଖରୁ ୧୦ ବର୍ଷ ଯାଏ କେହି କ୍ଲେମ ବା ଦାବି କରିନଥିବା ଜମାକୁ ଅନକ୍ଲେମଡ ଡିପୋଜିଟ ବୋଲି ଧରିନିଆଯିବ । ଗାଇଡ ଲାଇନ ଅନୁସାରେ ୧ ଜୁନରୁ ଏହାକୁ ବ୍ୟାଙ୍କରେ ସେଟେଲଡ କରିବାକୁ ହେବ ।

ଏହି ଅନକ୍ଲେମଡ ଡିପୋଜିଟ ପାଇଁ ଆରବିଆଇ ଏକ େଓ୍ଵବ ପୋର୍ଟାଲ କରିବାକୁ ନିଷ୍ପତ୍ତି ନେଇଛି । ଏହା ଆଗାମୀ ୩/୪ ମାସରେ ପ୍ରସ୍ତୁତ ହୋଇଯିବ ବୋଲି ଆରବିଆଇ କହିଛି । ଅନକ୍ଲେମଡ ଡିପୋଜିଟକୁ ଠିକ୍‌ ମାଲିକ ପାଖରେ ପହଞ୍ଚାଇବା ପାଇଁ ଅପ୍ରେଲ ୨୦୨୩ ରେ ଆରବିଆଇ ଏକ ନିଷ୍ପତ୍ତି ନେଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.