ଉତ୍ତରପ୍ରଦେଶରେ ଅଟକି ଯାଇଥିବା ବଭିନ୍ନ ରାଜ୍ୟର ଶ୍ରମିକମାନଙ୍କ ପାଇଁ ୟୁପି ସରକାର ବ୍ୟବସ୍ଥା କଲେ ୧୦୦୦ ବସ୍‌

କରୋନା ପାଇଁ ମାର୍ଚ୍ଚ ୨୪ରୁ ସାରା ଦେଶରେ ଲକ୍‌ଡାଉନ୍‌ ଜାରି ରହିଛି । ଲକ୍‌ଡାଉନ୍‌ ପାଇଁ ଦେଶର ସମସ୍ ବସ୍‌ ଓ ଟ୍ରେନ୍‌ ଚଳାଚଳ ବନ୍ଦ ରହିଛି । ଫଳରେ ଦେଶର ବିଭିନ୍ନ ରାଜ୍ୟରେ କାମ କରୁଥିବା ଶ୍ରମିକମାନେ ଅଟକି ଯାଇଛନ୍ତି ।

ଯଦିଓ ପ୍ରତ୍ୟେକ ରାଜ୍ୟର ରାଜ୍ୟ ସରକାର ସେହି ଶ୍ରମିକମାନଙ୍କ ପାଇଁ ଖାଇବାର ବ୍ୟବସ୍ଥା କରୁଥିବା କହିଛନ୍ତି । ହେଲେ ଭୟ ଓ ବିଭିନ୍ନ ଅସୁବିଧାବଶତଃ ଶ୍ରମିକମାନେ ନିଜ ନିଜର ଘରକୁ ଫେରିବାକୁ ବାହାରି ପଡ଼ିଛନ୍ତି ।

ବସ୍‌ ଓ ଟ୍ରେନ୍‌ ଚଳାଚଳ ବନ୍ଦ ଥିବାରୁ ଶ୍ରମିକମାନେ ଦୀର୍ଘ ରାସ୍ତା ଚାଲି ଚାଲି ଆସୁଥିବାର ଖବର ବିଭିନ୍ନ ଗଣମାଧ୍ୟମରେ ପ୍ରସାରିତ ହୋଇଥିଲା । ଫଳରେ ଉତ୍ତରପ୍ରଦେଶ(ୟୁପି) ସରକାର ବାହାର ରାଜ୍ୟର ଶ୍ରମିକମାନଙ୍କୁ ସେମାନଙ୍କ ଘରକୁ ପଠାଇବା ପାଇଁ ଆଜି ସକାଳେ ୧୦୦୦ଟି ବସ୍‌ର ବ୍ୟବସ୍ଥା କରିଛନ୍ତି । ଏହି ଶ୍ରମିକମାନଙ୍କୁ ସୁବିଧାରେ ବସ୍‌ରେ ପଠାଇବା ପାଇଁ ବିଭିନ୍ନ ବସ୍‌ ଷ୍ଟପ୍‌ରେ ସରକାରୀ କର୍ମଚାରୀଙ୍କୁ ସରକାର ନିଯୁକ୍ତ କରିଛନ୍ତି ।

ଏହାଛଡା ସେମାନଙ୍କୁ ବଭିନ୍ନ ସ୍ଥାନରେ ଖାଦ୍ୟ ଦେବା ସହ ଶ୍ରମିକମାନଙ୍କ ପାଇଁ ରହିବାର ବ୍ୟବସ୍ଥା କରିବାକୁ ସରକାର ବ୍ୟବସ୍ଥା କରିଥିବା କହିଛନ୍ତି । ଏଥିସହ ଦିଲ୍ଲୀ ଉପ ମୁଖ୍ୟମନ୍ତ୍ରୀ ମନିଶ ସିସୋଦିଆ ମଧ୍ୟ ଦିଲ୍ଲୀ-ୟୁପି ସୀମାରେ ପହଞ୍ଚି ଏହି ଯାତ୍ରୀମାନଙ୍କୁ ସେମାନଙ୍କର ଘରକୁ ପଠାଉଥିବା ପ୍ରକାଶ କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.