ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ଙ୍କୁ ଭେଟିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ୨୨ରେ ଯିବେ ଆମେରିକା
ଆସନ୍ତା ୨୪ରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ଙ୍କୁ ଭେଟିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଦ୍ୱିପାକ୍ଷିକ ବୈଠକରେ ଯୋଗ ଦେବେ ମୋଦି ଓ ବାଇଡେନ୍। ଏ ନେଇ ହ୍ଵାଇଟ୍ ହାଉସ ପକ୍ଷରୁ ସୂଚନା ଦିଆଯାଇଛି। ବାଇଡେନ୍ ରାଷ୍ଟ୍ରପତି ହେବା ପରେ ପ୍ରଥମ ଥର ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆମେରିକା ଗସ୍ତରେ ଯିବେ।
US President Biden to meet PM Modi for bilateral talks in margins of Quad
Read: https://t.co/TGZuvQnB8i pic.twitter.com/UUBe2i3rE4
— The Times Of India (@timesofindia) September 20, 2021
ରିପୋର୍ଟ ମୁତାବକ, ଆସନ୍ତା ୨୨ରେ ମୋଦି ଆମେରିକା ଗସ୍ତ କରିବେ। ମୋଦିଙ୍କ ଏହି ଗସ୍ତରେ ଉଚ୍ଚସ୍ତରୀୟ ସିରିଜ୍ ବୈଠକ ମଧ୍ୟ ରହିଛି। ୨୪ ତାରିଖରେ ସେ କ୍ୱାଡ୍ ବୈଠକରେ ଯୋଗ ଦେବେ। ଏହି କ୍ୱାଡ୍ ବୈଠକରେ ବାଇଡେନ୍ ସଭାପତିତ୍ୱ କରିବେ ବୋଲି ଜଣାଯାଇଛି। ଏଥିରେ ଜାପାନ ପ୍ରଧାନମନ୍ତ୍ରୀ ଓ ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ମଧ୍ୟ ଯୋଗ ଦେବେ। ବୈଠକରେ ବାଇଡେନ୍ଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା କରିବେ ମୋଦି। ୨୫ ତାରିଖରେ ମିଳିତ ଜାତିସଂଘର ୭୬ତମ ସାଧାରଣ ଅଧିବେଶକୁ ସମ୍ବୋଧିତ କରିବେ ପ୍ରଧାନମନ୍ତ୍ରୀ ମୋଦି।