ରାମମନ୍ଦିରକୁ ଉପହାର ଦେଲେ ପରିବା ବିକାଳୀ, ୯ ଦେଶର ସମୟ ଦେଖାଇବ ଏହି ବିଶ୍ୱ ଘଣ୍ଟା

ଲକ୍ଷ୍ନୌରେ ଏକ ପରିବା ବିକାଳୀ ଅନିଲ କୁମାର ସାହୁ ରାମ ମନ୍ଦିର ପାଇଁ ଏକ ସ୍ୱତନ୍ତ୍ର ଘଣ୍ଟା ପ୍ରସ୍ତୁତ କରିଥିଲେ । ଗତ ୨୫ ତାରିଖ ଦିନ ସେ ଅଯୋଧ୍ୟା ରାମ ମନ୍ଦିର ପାଇଁ ଏକ ବିଶ୍ୱ ଘଣ୍ଟା ପ୍ରଦାନ କରିଛନ୍ତି । ଏହି ଘଣ୍ଟାରେ ପେଣ୍ଟେଡ ରହିଥିବା ବେଳେ ଏକା ସାଙ୍ଗରେ ନଅଟି ଦେଶରେ ସମୟ ଦେଖାଇ ପାରିବ ।

ପ୍ରଭୁ ଶ୍ରୀ ରାମ ନଗରୀ ଅଯୋଧ୍ୟାରେ ଭବ୍ୟ ମନ୍ଦିରର ନିର୍ମାଣ କାର୍ଯ୍ୟ ଦ୍ରୁତ ଗତିରେ ଶେଷ ହେଉଛି । ଆସନ୍ତା ମାସ ୨୨ ତାରିଖରେ ରାମ ଲଲାଙ୍କ ପ୍ରାଣ ପ୍ରତିଷ୍ଠା କରାଯିବ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହାର ଶୁଭ ଉଦ୍‌ଘାଟନ କରିବେ । ରାମ ମନ୍ଦିରର ଶୁଭ ଉଦଘାଟନ ପୂର୍ବରୁ ସାରା ବିଶ୍ୱରେ ରାମ ଭକ୍ତଙ୍କ ମଧ୍ୟରେ ଅନେକ ଉତ୍ସାହ ଦେଖିବାକୁ ମିଳିଛି । ସମସ୍ତେ ନିଜ ନିଜ ପକ୍ଷରୁ ପ୍ରଭୁ ଶ୍ରୀ ରାମ ମନ୍ଦିରକୁ କିଛି ଉପହାର ଦେବାକୁ ଚେଷ୍ଟା କରୁଛନ୍ତି । ଏହି କ୍ରମରେ ଲକ୍ଷ୍ନୌରେ ଏକ ପରିବା ବିକାଳୀ ଅନିଲ କୁମାର ସାହୁ ରାମ ମନ୍ଦିର ପାଇଁ ଏକ ସ୍ୱତନ୍ତ୍ର ଘଣ୍ଟା ପ୍ରସ୍ତୁତ କରିଥିଲେ ।
ଗତ ୨୫ ତାରିଖ ଦିନ ସେ ଅଯୋଧ୍ୟା ରାମ ମନ୍ଦିର ପାଇଁ ଏକ ବିଶ୍ୱ ଘଣ୍ଟା ପ୍ରଦାନ କରିଛନ୍ତି । ଏହି ଘଣ୍ଟାରେ ପେଣ୍ଟେଡ ରହିଥିବା ବେଳେ ଏକା ସାଙ୍ଗରେ ନଅଟି ଦେଶରେ ସମୟ ଦେଖାଇ ପାରିବ । ତେବେ ଏହି ଘଣ୍ଟାଟି ମନ୍ଦିର ପରିସରରେ ଲଗାଯିବ।

ଅନିଲ ଏହି ଘଣ୍ଟା ଟିକୁ ରାମ ମନ୍ଦିର ଟ୍ରଷ୍ଟ ସଂପାଦକଙ୍କୁ ପ୍ରଦାନ କରିଛନ୍ତି। ପୂର୍ବରୁ ସେ ଅଯୋଧ୍ୟାର ହନୁମାନଗଡ଼ି ମନ୍ଦିରକୁ ମଧ୍ୟ ଏଭଳି ଏକ ଘଣ୍ଟା ପ୍ରଦାନ କରିଥିଲେ। ଭାରତ ସରକାରଙ୍କଠାରୁ ପେଟେଣ୍ଟ ପାଇବା ପରେ ଏହା ରାମ ଲାଲାଙ୍କୁ ପ୍ରଦାନ କରିଥିଲେ। ଅନିଲ ରାମ ମନ୍ଦିର ଟ୍ରଷ୍ଟର ସାଧାରଣ ସମ୍ପାଦକ ଚମ୍ପତ ରାୟଙ୍କୁ ଭେଟି ଏହି ବିଶ୍ୱ ଘଣ୍ଟା ତାଙ୍କୁ ଦେଇଥିଲେ। ତେବେ ଏହି ବିଶ୍ୱ ଘଣ୍ଟାକୁ ନିର୍ମାଣ କରିଥିବା ଅନିଲ ପେଶାରେ ଜଣେ ପରିବା ବିକାଳୀ । ୫ ବର୍ଷର ପରିଶ୍ରମ ପରେ ତିଆରି କରିଛନ୍ତି ଏହି ଘଣ୍ଟା । ସେ କହିଛନ୍ତି ଯେ ଏହି ଘଣ୍ଟା ଏକାସାଙ୍ଗରେ ନଅ ଦେଶର ସମୟ କହିଥାଏ । ଭାରତ, ମେକ୍ସିକୋ, ଜାପାନ, ଦୁବାଇ, ଟୋକିଓ, ମେକ୍ସିକୋ ସିଟି, ୱାଶିଂଟନ୍ ସମେତ ୯ ଦେଶର ସହରର ସମୟକୁ କହିବ ଘଣ୍ଟା । ତେବେ ଅଯୋଧ୍ୟାରେ ଶ୍ରୀରାମ ମନ୍ଦିର ନିର୍ମାଣ କାର୍ଯ୍ୟ ଜୋରସୋରରେ ଚାଲିଥିବା ବେଳେ ଦିନ ରାତି ଏକ କରି କାମ କରୁଛନ୍ତି କାରିଗର ମାନେ । ଏବଅ ଏହି କାର୍ଯ୍ୟକୁ ଶୀଘ୍ର ସମ୍ପାଦନ କରିବାକୁ ପ୍ରାଣ ପଣେ ଚେଷ୍ଟା ଚଳାଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.