Below header

ପେରୁରେ ଭୟଙ୍କର ଆନ୍ଦୋଳନ: ରାଷ୍ଟ୍ରପତିଙ୍କୁ ପଦରୁ ହଟାଇବା ପରେ ସେନା ଓ ବିକ୍ଷୋଭକାରୀ ମଧ୍ୟରେ ସଂଘର୍ଷ; ୧୬ ମୃତ, ଅନେକ ଆହତ

ନୂଆଦିଲ୍ଲୀ : ପେରୁରେ ଭୟଙ୍କର ହେଉଛି ଆନ୍ଦୋଳନ। ରାଷ୍ଟ୍ରପତି ପେଡ୍ରୋ କୈଷ୍ଟିଲଙ୍କୁ ପଦରୁ ହଟାଇ ଗିରଫ କରିବା ପରେ ଆନ୍ଦୋଳନ ଭୟଙ୍କର ହେଉଛି । ବିକ୍ଷୋଭକାରୀ ଏବଂ ସେନା ମଧ୍ୟରେ ହୋଇଥିବା ସଂଘର୍ଷରେ ଏପର୍ଯ୍ୟନ୍ତ ୧୬ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଏଥିସହ ଅନେକ ଲୋକ ମଧ୍ୟ ଆହତ ହୋଇଛନ୍ତି। ଗୁରୁବାର ପେରୁର ଆୟାଚୋ ଅଞ୍ଚଳରେ ସଂଘର୍ଷରେ ଆଠ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୫୨ ଜଣ ଆହତ ହୋଇଛନ୍ତି।

ଅନ୍ୟପକ୍ଷରେ, ଶୁକ୍ରବାର ବିକ୍ଷୋଭ ଆହୁରି ଉଗ୍ର ହୋଇଛି । ପ୍ରଦର୍ଶନକାରୀମାନେ ଅଭିଯୋଗ ପ୍ରକୋଷ୍ଠ କାର୍ଯ୍ୟାଳୟ, ବିମାନବନ୍ଦର ଓ ଅନ୍ୟ ସ୍ଥାନ ମାନଙ୍କରେ ନିଆଁ ଲଗାଇ ଦେଇଥିଲେ । ବିକ୍ଷୋଭକୁ ନିୟନ୍ତ୍ରଣ କରିବାକୁ ପ୍ରଦର୍ଶନକାରୀ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଇଥିଲା ସେନା । ଏଥିରେ ଆନ୍ଦୋଳନକାରୀଙ୍କ ମୃତ୍ୟୁ ହୋଇଛି । ସ୍ଥାନୀୟ ରିପୋର୍ଟ ଅନୁଯାୟୀ, ବିକ୍ଷୋଭକାରୀମାନେ ବିମାନବନ୍ଦର ରନଓ୍ବେ ଟ୍ରାକ୍ ଉପରେ ପ୍ରଦର୍ଶନ କରିଥିଲେ । ଏହାକୁ ନିୟନ୍ତ୍ରଣ କରିବାକୁ ପେରୁ ସେନା ଲହୁ ବୁହା ଗ୍ୟାସ୍ ଏବଂ ବ୍ଲାଙ୍କ୍ ଫାୟାରିଂ କରିଥିଲା । ଆନ୍ଦୋଳନ ପାଇଁ ଦେଶର ୫ଟି ବିମାନବନ୍ଦରକୁ ବନ୍ଦ କରିଦିଆଯାଇଛି ।

ପ୍ରତିରକ୍ଷା ମନ୍ତ୍ରୀ ଆଲବର୍ଟୋ ଓଟାରୋଲା ଏକ ବିବୃତ୍ତିରେ କହିଛନ୍ତି ଯେ ବିକ୍ଷୋଭକାରୀମାନେ ଅନେକ ସ୍ଥାନରେ ରାସ୍ତା ଅବରୋଧ କରିଛନ୍ତି, ଅନେକ ସ୍ଥାନରେ ଭଙ୍ଗାରୁଜା ହୋଇଛି। ସେହି ସମସ୍ତ ଘଟଣାକୁ ଦୃଷ୍ଟିରେ ରଖି ଦେଶରେ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରାଯାଇଛି। କେତେକ ସ୍ଥାନରେ କର୍ଫ୍ୟୁ ମଧ୍ୟ ଲାଗୁ କରାଯାଇପାରେ | ପରିସ୍ଥିତିକୁ ନିୟନ୍ତ୍ରଣରେ ରଖିବା ପାଇଁ ପୋଲିସ ସହିତ ସଶସ୍ତ୍ର ବାହିନୀକୁ ମଧ୍ୟ ଅଣାଯିବ ବୋଲି ପ୍ରତିରକ୍ଷା ମନ୍ତ୍ରୀ ଗୁରୁତ୍ୱାରୋପ କରିଛନ୍ତି।

ପେରୁର ରାଜନୀତି ଇତିହାସକୁ ନଜର ପକାଇଲେ ଏଭଳି ସଂକଟ ୨୦୨୦ରେ ଦେଖିବାକୁ ମିଳିଥିଲା । ପାଞ୍ଚ ଦିନ ମଧ୍ୟରେ ତିନି ଥର ରାଷ୍ଟ୍ରପତିଙ୍କୁ ପରିବର୍ତ୍ତନ କରାଯାଇଥିଲା ।
ଏହାପୂର୍ବରୁ ଅନେକ ପୂର୍ବତନ ରାଷ୍ଟ୍ରପତିଙ୍କୁ ଜେଲ ପଠାଯାଇଥିଲା ଯେଉଁମାନେ ଅଫିସରେ ଥିବାବେଳେ ଦୁର୍ନୀତି ଅଭିଯୋଗ ଆଣିଥିଲେ। ବର୍ତ୍ତମାନ ପେଡ୍ରୋ କାଷ୍ଟିଲୋଙ୍କ ନାମ ମଧ୍ୟ ସମାନ ତାଲିକାରେ ଯୋଡି ହୋଇଛି। ତାଙ୍କ ସ୍ଥାନରେ ଉପରାଷ୍ଟ୍ରପତି ଦିନା ବୋଲାର୍ଟଙ୍କୁ ଦେଶର ପରବର୍ତ୍ତୀ ରାଷ୍ଟ୍ରପତି କରାଯାଇଛି। ସେ ପେରୁର ଗଣତାନ୍ତ୍ରିକ ଇତିହାସରେ ପ୍ରଥମ ମହିଳା ହୋଇପାରିଛନ୍ତି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.