ହ୍ୟାଣ୍ଡ ପମ୍ପରୁ ବାହାରୁଛି ନିଆଁ, ଗ୍ରାମବାସୀ ହେଲେ ଆତଙ୍କିତ,ଦେଖନ୍ତୁ ଆଶ୍ଚର୍ଯ୍ୟଜନକ ଦୃଶ୍ୟ

ମଧ୍ୟପ୍ରଦେଶ : ହଠାତ୍‌ ନଳ କୂପରୁ ବାହାରିଲା ନିଆଁ । ମଝିରେ ମଝିରେ ପାଣି ତ ପୁଣି ନିଆଁ । ଏପରି ଦୃଶ୍ୟ ଦେଖି ଗାଁ ଲୋକଙ୍କ ମଧ୍ୟରେ ଆତଙ୍କ ଖେଳିଗଲା । ଲୋକେ ଏହାକୁ ନେଇ ବିଭିନ୍ନ ପ୍ରକାର ଆଲୋଚନା କରିବାକୁ ଲାଗିଲେ । କେହି କେହି ଏହାକ ଗୁଣି ଟୁଣି ମଧ୍ୟ କହିବାକୁ ଲାଗିଲେ । ଆଉ କେହି ବିଜ୍ଞାନର ଚମତ୍କାରୀତା ।

ଏପରି ଦୃଶ୍ୟ ଗତ ବୁଧବାର ଦେଖିବାକୁ ମିଳିଥିଲା ମଧ୍ୟ ପ୍ରଦେଶର ଛତ୍ରପୁର ଅଞ୍ଚଳରେ । ହଠାତ୍‌ ଉକ୍ତ ଅଞ୍ଚଳର ଏକ ନଳକୂପରୁ ନିଆଁ ବାହାରିବାକୁ ଲାଗିଲା । ଏହି ଘଟଣା ନିଆଁ ପରି ଗାଁରେ ଖେଳିଗଲା । କେହି କେହି ଏହାକୁ ଚମତ୍କାର କହୁଥିବା ବେଳେ କେହି ଏହାକୁ ରାସାୟନିକ ପ୍ରତିକ୍ରିୟା ବୋଲି କହିବାକୁ ଲାଗିଲେ ।

 

View this post on Instagram

 

A post shared by The Tatva (@thetatvaindia)

ତେବେ ଭୋପାଳ ସରକାରୀ ବିଜ୍ଞାନ କଲେଜର ଡ. ଘନଶ୍ୟାମ ପ୍ରତାପ ସିଂହ କୁହନ୍ତି, ଗଛ ଓ ପଶୁ ପକ୍ଷୀଙ୍କ ଅବଶେଷ ବେଳେ ବେଳେ ମାଟି ତଳେ ବହୁଦିନ ରହିବା ପରେ ଚାପ ଫଳରେ ରାସାୟନିକ ବିଘଟନ ଘଟି ମିଥେନ ଗ୍ୟାସ ସୃଷ୍ଟି ହୋଇଥାଏ । ଯାହାକି ଜ୍ୱଳନ ର କାରଣ ହୋଇଥାଏ । ଏହା ଜଳ ମାଧ୍ୟମରେ ଉପରକୁ ଉଠିଥାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.