ଅସରାଏ ବର୍ଷାରେ ସ୍ୱିମିଂ ପୁଲରେ ପରିଣତ ହେଲା ସ୍କୁଲ, ପଢ଼ିବେ କ’ଣ ପାଣିରେ ପହଁରିଲେ ପିଲେ; ଦେଖନ୍ତୁ ଭିଡିଓ

ସବୁ ଥର ଭଳି ଏଥରକ ବି ମୌସୁମୀ ପ୍ରଶାସନର ସବୁ ପୋଲ ଖୋଲିଦେଇଛି। ବର୍ଷା ପରେ ସ୍କୁଲରେ ବେକେ ଯାଏଁ ପାଣି ପଶିଥିବା ଦେଖାଯାଇଛି। କିଛି ଦିନ ତଳେ ମଥୁରାରୁ ଏକ ଭିଡିଓ ଭାଇରାଲ ହୋଇଥିଲା, ଯେଉଁଥିରେ ଜଣେ ଶିକ୍ଷୟିତ୍ରୀଙ୍କୁ ଚେୟାର ପୋଲ ତିଆରି କରି ପିଲାମାନେ କ୍ଲାସ୍‌ ରୁମ୍‌ ଯାଏଁ ନେଉଥିଲେ। ଏବେ ପ୍ରତାପଗଡ଼ ଜିଲ୍ଲାରେ ମଧ୍ୟ ଜଳ ବନ୍ଦୀର ସମାନ ସ୍ଥିତି ଦେଖିବାକୁ ମିଳିଛି। ଏଠାରେ ବର୍ଷା ପରେ ସ୍କୁଲରେ ଛାତିଏ ଉଚ୍ଚା ପାଣି ଜମିଯାଇଛି।

ସ୍କୁଲରେ ପାଣି ପଶିଯିବା ପରେ ପାଠପଢ଼ା ଠପ୍‌ ହୋଇଛି। ସ୍କୁଲର ସବୁ କ୍ଲାସ୍‌ ରୁମ୍‌ରେ ପାଣି ଭରି ଯାଇଛି। ସୋସିଆଲ ମିଡିଆରେ ଏଭଳି ସ୍କୁଲର ଦୂରବସ୍ଥାର ଭିଡିଓ ଏବେ ସାମ୍ନାକୁ ଆସିଛି। ଏହି ଭିଡିଓରେ ସ୍କୁଲ ଏକ ସ୍ୱିମିଂ ପୁଲ ବନିଯାଇଥିବା ଦେଖାଯାଇଛି ଓ ପିଲାମାନେ ଏଥିରେ ମସ୍ତି କରୁଛନ୍ତି।

ଏହି ଭିଡିଓକୁ ସମାଜପାର୍ଟି ନେତା ଅଖିଳେଶ ଯାଦବ ସୋସିଆଲ ମିଡିଆ ପ୍ଲାଟଫର୍ମ ଟ୍ଵିଟରରେ ସେୟାର କରିଛନ୍ତି। ଏହି ଭିଡିଓରେ ସେ କ୍ୟାପସନ୍‌ ଲେଖିଛନ୍ତି- ବିଜେପି ନିଜ ଚିନ୍ତନ ଶିବିରରେ ଏହି ବିଦ୍ୟାଳୟର ଦୁର୍ଦ୍ଦଶା ଉପରେ ମଧ୍ୟ ନିଶ୍ଚୟ ଚିନ୍ତନ କରୁ। ଅଖିଳେଶ ଯାଦବଙ୍କ ଏହି ଭିଡିଓକୁ ଇତି ମଧ୍ୟରେ ୩ ଲକ୍ଷରୁ ଅଧିକ ଥର ଦେଖାସରିଲାଣି।

ସୂଚନା ମୁତାବକ, ସହରର ସଣ୍ଡବା ଚନ୍ଦ୍ରିକା ବ୍ଲକର କନ୍ୟା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ବର୍ଷା ଯୋଗୁ ପାଣି ଭରି ଯାଇଛି। ଏହି ବର୍ଷା ପାଣିରେ ପିଲାମାନେ ପହଁରୁଥିବା ଦେଖାଯାଇଛି। ବିଦ୍ୟାଳୟର କ୍ଲାସ୍‌ ରୁମ୍‌ ଯାଏଁ ପାଣି ଭରି ଯାଇଛି। ଶିକ୍ଷକମାନେ ମଧ୍ୟ ସ୍କୁଲ ଭିତରକୁ ମଧ୍ୟ ଯାଇ ପାରୁନଥିବା ଦେଖାଯାଇଛି।

Also Read: ଅଲଗା ହୋଇନାହାନ୍ତି ଟାଇଗର ଶ୍ରଫ୍‌ ଓ ଦିଶା ପାଟନୀ, ଗୁଜବ ଥିଲା ବ୍ରେକ୍‌ଅପ୍‌ ଖବର

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.