ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ବଜାର ଯାଇ ପିଆଜ ଖୁଚୁରା ବ୍ୟବସାୟୀଙ୍କୁ ପଚାରିଲେ ପିଆଜ ଦର, ବ୍ୟବସାୟୀ ଦେଲେ ଏଭଳି ଉତ୍ତର

କେନ୍ୟୁଜ୍(ବ୍ୟୁରୋ):  ସୋମବାର ଦିନ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ଅଚାନକ ନିଜ ଘରୁ ବାହାରି ବଜାର  ଅଭିମୁଖେ ଯାଇଥିଲେ । ସେଠାରେ ସେ ଏକ ପରିବା ଦୋକାନକୁ ଯାଇ ପିଆଜର ରେଟ କେତେ ବୋଲି ପଚାରି ଥିଲେ । ଦିଦିଙ୍କ ପ୍ରଶ୍ନ ଶୁଣି ପିଆଜ ବିକ୍ରେତା ଉତ୍ତର ଦେଇ କହିଥିଲା କିଲୋପ୍ରତି ପିଆଜ ୧୫୦ ଟଙ୍କାରେ ବିକ୍ରି କରାଯାଉଛି। ଏହା ଶୁଣି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କହିଥିଲେ ଏତେ ଦାମରେ କାହିଁକି ପିଆଜ ବିକୁଛ। ବେପାରୀ ଜଣକ କହିଥିଲା ‘ଆଜ୍ଞା ପିଆଜକୁ ଆମେ କିଲୋପ୍ରତି ୧୪୫ ଟଙ୍କାରେ କିଣୁଛୁ। ତେଣୁ କିଲୋପ୍ରତି ୧୫୦ ଟଙ୍କାରେ ବିକିବାକୁ ବାଧ୍ୟ ହେଉଛୁ ’।

ଏହାପରେ ମମତା ବଜାରର କିଛି ପରିବା ମଣ୍ଡିକୁ ଯାଇ ପିଆଜ ଦରଦାମ  ବିଷୟର ପଚାରି ବୁଝିଥିଲେ। ହେଲିକ୍ୟାପ୍ଟରରେ ଦିଘା ଯିବା  ପୂର୍ବରୁ ମମତା ଡମରାଜିଲ୍ଲା ହେଲିପ୍ୟୋଡ ଗ୍ରାଉଣ୍ଡୁରେ ପିଆଜ ଦରଦାମ ବୃଦ୍ଧି ପ୍ରସଙ୍ଗରେ ଗଣମାଧ୍ୟମରେ ମତ ଦେଇଥିଲେ। ସେ  କହିଥିଲେ  ୧୩୧ ସୁଫଳ ବଙ୍ଗଳା ଆଉଟଲେଟରେ ପିଆଜ ୫୯ ଟଙ୍କାରେ ବିକ୍ରୀ  କରାଯାଉଛି। ପଶ୍ଚିମବଙ୍ଗ ସରକାର ୫୦ ଟଙ୍କା ସବସିଡି  ଦେଉଛି ।  ଏହା ସହିତ କହିଥିଲେ କେନ୍ଦ୍ରସରକାର ସହିତ  ବୁଝାମଣା ହେବା ପରେ କେନ୍ଦ୍ର ସରକାର ପିଆଜ ଯୋଗାଇଦେଲେ ନାହିଁ। ଏଥିପାଇଁ  ରାଜ୍ୟବାସୀ ସମସ୍ୟାରେ ପଡିଛନ୍ତି। ଆଜିଠାରୁ ୪୩୦ ଖାଦ୍ୟସାଥି  ଡିଲର ୧୦୫ ସ୍ବେଚ୍ଛାସେବୀ ୫୯ ଟଙ୍କାରେ  ପିଆଜ ବିକ୍ରି କରିବେ। ରାଜ୍ୟସରକାର ପାଖାପାଖି ଦେଢହଜାରରୁ ଦୁଇହଜାର ଜାଗାରେ  ପିଆଜ  ବିକ୍ରୀ  କରିବା ପାଇଁ ନିଷ୍ପତ୍ତି ନେଇଥିବା କହିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.