ଲକଡାଉନରେ କ’ଣ କରୁଛନ୍ତି ମୋଦି? ଯୋଗର ୩ଡି ଭିଡିଓ ସେୟାର କଲେ ପ୍ରଧାନମନ୍ତ୍ରୀ

ଦେଶରେ କରୋନା ଭାଇରସ ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି। ଏଣୁ ସରକାରଙ୍କ ତରଫରୁ ୨୧ ଦିନର ଲକଡାଉନ ଲାଗୁ କରାଯାଇଛି। ଇତିମଧ୍ୟରେ ପ୍ରଧାନମନ୍ତ୍ରୀ ନିଜେ ରବିବାର ମନ୍ କି ବାତ କରିଥିଲେ।  ଏଥିରେ ସେ କରୋନା ଭାଇରସକୁ ନେଇ ବିସ୍ତୃତ ଆଲୋଚନା କରିଥିଲେ। କାର୍ଯ୍ୟକ୍ରମରେ ସେ ଲୋକଙ୍କୁ ଘରେ ଯୋଗ କରିବାକୁ କହିବା ସହ ଏହାର ଭିଡିଓ ମଧ୍ୟ ସେୟାର କରିବାକୁ କହିଛନ୍ତି। ସୋମବାର ସକାଳେ ମୋଦି ଟ୍ୱିଟରେ କିଛି ଭିଡିଓ ଅପଲୋଡ କରିଛନ୍ତି। ଏଥିରେ ଭିନ୍ନ ଭିନ୍ନ ଯୋଗ ବିଷୟରେ କୁହାଯାଇଛି।

ଟ୍ୱିଟରେ ମୋଦି ଲେଖିଛନ୍ତି କାଲି ମନ୍ କି ବାତ ବେଳେ କେହି ଜଣେ ମତେ ମୋ ଫିଟନେସ ରୁଟିନ୍ ପଚାରିଥିଲେ।  ଏଣୁ ଟ୍ୱିଟରରେ ଯୋଗ ଭିଡିଓ ସେୟାର କରିବାକୁ ମୋ ଇଚ୍ଛା ହେଲା। ଆଶା କରୁଛି ଆପଣ ମଧ୍ୟ ପ୍ରତିଦିନ ଯୋଗ କରିବେ।

ପ୍ରଧାନମନ୍ତ୍ରୀ ଲେଖିଛନ୍ତି ଯେ ମୁଁ ଫିଟନେସ ଏକ୍ସପର୍ଟ ନୁହେଁ କି ମେଡିକାଲ ଏକ୍ସପର୍ଟ ନୁହେଁ। କିନ୍ତୁ ଯୋଗ ତାଙ୍କ ଜୀବନରେ ବହୁ ପୂର୍ବରୁ ରହିଛି, ଯେଉଁଥିରୁ ସେ ଖୁବ ଲାଭ ପାଉଛନ୍ତି। ଏଣୁ ସମସ୍ତଙ୍କୁ ସେ ଯୋଗ କରିବାକୁ ପରାମର୍ଶ ଦେଇଛନ୍ତି।

Leave A Reply

Your email address will not be published.