କରୋନା ଲେଉଟିଲେ ଯାଇପାରେ କୋଟି କୋଟି ଲୋକଙ୍କ ଜୀବନ: ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ

ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ତରଫରୁ ଶୁକ୍ରବାର ସତର୍କ କରାଯାଇଛିକି, ଯଦି ଭବିଷ୍ୟତରେ ଏହି ମାରାତ୍ମକ କରୋନା ଭାଇରସ ଲେଉଟେ ତେବେ, ଏଥିରେ ବିଶ୍ୱର ବିଭିନ୍ନ ପ୍ରାନ୍ତରୁ କୋଟି କୋଟି ଲୋକଙ୍କ ଜୀବନ ଯାଇପାରେ । ଡବ୍ଲୁଏଚଓର ଆସିଷ୍ଟାଣ୍ଟ ଡ଼ାଇରେକ୍ଟର ଜେନେରାଲ ରନୀରି ଗୁଏରା କହିଛନ୍ତିକି, ପୂର୍ବରୁ ସ୍ପେନିସ ଫ୍ଲୁର ବି ସେପ୍ଟେମ୍ବରରୁ ଅକ୍ଟୋବର ମାସର ଥଣ୍ଡା ଦିନ ମାନଙ୍କରେ ପୁଣି ଥରେ ଫେରିଥିଲା । ଅନ୍ୟପକ୍ଷରେ ଇଟାଲୀ ସ୍ଥିତ ଗଣମାଧ୍ୟମକୁ ସାକ୍ଷାତ୍କାର ଦେବା ସମୟରେ ସେ କହିଛନ୍ତିକି, ପ୍ରାୟ ୧୦୦ ବର୍ଷ ତଳେ ସ୍ପେନୀଶ ଫ୍ଲୁ ବିଶ୍ୱର ବିଭିନ୍ନ ଦେଶରେ ଏକ ପ୍ରକାର କାୟା ବିସ୍ତାର କରିଥିଲା । ଦ୍ଵିତୀୟ ପର୍ଯ୍ୟାୟରେ ଏହା ଲେଉଟିବାରୁ ଏଥିରେ କୋଟି କୋଟି ଲୋକଙ୍କ ଜୀବନ ଯାଇଥିଲା ।

ସ୍ପେନିସ ଫ୍ଲୁର ଲକ୍ଷଣ ଅନୁରୂପ କୋଭିଡର ଲକ୍ଷଣ ପରି ଥିଲା । ସେହି ସମୟରେ ଗ୍ରୀଷ୍ମ ଋତୁରେ ଏହାର ପ୍ରଭାବ କିଛିଟା ହାସ ପାଇଥିବା ବେଳେ ପୁଣିଥରେ ଶୀତ ଦିନର ଆଗମନରେ ଏହାର ପ୍ରଭାବ ପୁଣି ଥରେ ବଢି ଯାଇଥିଲା । ଏହା ପୂର୍ବରୁ ୟୁରୋପିଆନ ସେଣ୍ଟ୍ରାଲ ବ୍ୟାଙ୍କ ପ୍ରମୁଖ କ୍ରିଷ୍ଟିନ ଲଗାଡ଼େ ଶୁକ୍ରବାର କହିଛନ୍ତିକି, ୧୯୧୮-୧୯ ମସିହାରେ ଆସିଥିବା ସ୍ପେନିସ ଫ୍ଲୁ ପରି ପୁନରାବୃତ୍ତି ଘଟେ ତେବେ, କରୋନା ପୁଣି ଥରେ ଫେରିପାରେ ।

କହିରଖିବା ଉଚିତ ହେବକି, ଏହା ପୂର୍ବରୁ ଏକ ଗବେଷଣାରୁ ଜଣାଯାଇଥିଲାକି ଅତ୍ୟନ୍ତ ଗରମରେ କରୋନା ଭାଇରସର ପ୍ରଭାବ ଧିମା ହୋଇଯିବାର ସମ୍ଭାବନା ରହିଛି । କିନ୍ତୁ ଭାଇରସର ପରାଭବ ଏତେ ବି କମିବନିଯେ, ଯାହା ଦ୍ୱାରା ସଂକ୍ରମଣ ରୋକାଯାଇପାରିବ । ଅନ୍ୟପକ୍ଷରେ ମହାମାରୀ ବିଶେଷଣଜ୍ଞଙ୍କ ଅନୁଯାୟୀ, କରୋନା ପୁଣି ଥରେ ଲେଉଟି ବକି ନାହିଁ ସେ ନେଇ କୌଣସି ସ୍ପଷ୍ଟୀକରଣ ମିଳିପାରିନାହିଁ । କହିରଖିବା ଉଚିତ ହେବକି, ବିଶ୍ୱବ୍ୟାପୀ ଏଯାବତ ୯୭.୭ ଲକ୍ଷ କରୋନାରେ ସଂକ୍ରମିତ ହୋଇସାରିଲେଣି । ଯେବେକି ଏହି କାରଣରୁ ୪.୯ ଲକ୍ଷ ଲୋକଙ୍କ ମୃତ୍ୟୁ ବି ହୋଇସାରିଲାଣି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.