Below header

ନିଜ ଭାଇର ଖାଦ୍ଯ ଚୋରାଇ ଖାଇବାରୁ ଭୁଲ୍ ମାଗିଲା କୁକୁର, ସୋସିଆଲ ମିଡିଆରେ ଭାଇରାଲ ହେଉଛି ଭିଡିଓ

ଅଧିକାଂଶ ସମୟରେ ଆପଣମାନେ ଲକ୍ଷ୍ଯ କରିଥିବେ ସୋସିଆଲ ମିଡିଆରେ କିଛି ନା କିଛି ଭିଡିଓ ଭାଇରାଲ ହୋଇଥାଏ। ଏଭଳି ଦୁଇଟି କୁକୁରଙ୍କ ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେଉଛି। ଏହି ଭିଡିଓରେ କୁକୁରଟି ନିଜ ଭାଇର ଖାଦ୍ଯ ଚୋରାଇ ଖାଇଦେବା ପରେ ଯେପରି କ୍ଷମା ମାଗୁଛି ତାହା ଦେଖି ଆପଣଙ୍କ ମୁହଁରେ ମଧ୍ଯ ହସ ଆସିଯିବ। ଯାହାର ଭିଡିଓ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେଉଛି। ଭିଡିଓରେ ଦୋଷୀ ଦେଖାଯାଉଥିବା ୱାଟସନ ନାମର ଗୋଲ୍ଡେନ ରିଟ୍ରିଭର ନିଜର ରୁଷି ଥିବା ଭାଇ କୋକୋକୁ ଆଲିଙ୍ଗନ କରିବା ସହ କ୍ଷମା ମାଗିବା ପାଇଁ ଚେଷ୍ଟା କରୁଛି।

ସୂଚନା ମୁତାବକ ଭିଡିଓକୁ ଗତ ଦୁଇ ଦିନ ପୂର୍ବରୁ ୱାଟସନ ଏବଂ କୀକୋଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟରେ ସେୟାର କରାଯାଇଛି। ଏଥିସହ ଏହି ଭିଡିଓକୁ ଟ୍ବିଟ ମଧ୍ଯ କରାଯାଇଛି। ଭିଡିଓରେ କୁକୁରର ମାଲିକ ଦୁହିଁଙ୍କୁ ଖାଇବାକୁ ଦେଇଥିବା ବେଳେ ଗୋଟିଏ କୁକୁର ଅନ୍ଯ କୁକୁରଟିର ଖାଦ୍ଯ ଖାଇଦେଇଥିବାରୁ ସେହି କୁକୁର ଉପରେ ମାଲିକ ରାଗିଥିଲେ। ଏହି ସମୟରେ କୁକୁରଟି ଅନ୍ଯ କୁକୁରଟିକୁ ଆଲିଙ୍ଗନ କରିଥିଲା, ଯାହାର ଭିଡିଓ ଦେଖିଲେ ଆପଣ ମଧ୍ଯ ହସିବାକୁ ଲାଗିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.