ୟୁକ୍ରେନରେ କାହିଁକି ଡାକ୍ତରୀ ପଢନ୍ତି ଅଧିକାଂଶ ଭାରତୀୟ ଛାତ୍ରଛାତ୍ରୀ ?

ୟୁକ୍ରେନରେ ଯୁଦ୍ଧ ପରିସ୍ଥିତି ମଧ୍ୟରେ ସେଠାରେ ଶହ ଶହ ଭାରତୀୟ ଫସି ରହିଛନ୍ତି । ସେମଧ୍ୟରୁ ଡାକ୍ତରୀ ଅଧ୍ୟୟନ ପାଇଁ ୟୁକ୍ରେନ ଆସିଥିବା ଭାରତୀୟଙ୍କ ସଂଖ୍ୟା ବହୁତ । ୟୁକ୍ରେନ ଶିକ୍ଷା ବିଜ୍ଞାନ ମନ୍ତ୍ରାଳୟ ଅନୁଯାୟୀ ୧୮,୦୯୫ ବାରତୀୟ ଛାତ୍ରଛାତ୍ରୀ ସେଠାରେ ଫସିରହିଛନ୍ତି । ଏଥିମଧ୍ୟରୁ ବହୁ ସଂଖ୍ୟକ ଛାତ୍ର ହରିୟାଣା ପଞ୍ଜାବର ଅଟନ୍ତି । ଏମିତିକି ଖବର ଅନୁଯାୟୀ ଆମ ଓଡିଶା ଛାତ୍ରଚାତ୍ରୀ ମଧ୍ୟ ରହିଛନ୍ତି । ବିଶେଷଜ୍ଞଙ୍କ ଅନୁଯାୟୀ ଏମବିବିଏସ ଦ୍ୟୟନ ପାଇଁ ବହୁ ସଂଖ୍ୟକ ଛାତ୍ରାଛାତ୍ରୀ ୟୁକ୍ରେନରେ ପହଞ୍ଚନ୍ତି । କିନ୍ତୁ କାହିଁକି ।

ୟୁକ୍ରେନରୁ ଏମବିବିଏସ ବିଶ୍ୱବ୍ୟାପି ମାନ୍ୟତା ପାଇଛି । ଭାରତୀୟ ମେଡିକାଲ କାଉନସିଲ, ବିଶ୍ୱ ସ୍ୱାସ୍ଥ୍ୟ ପରିଷଦ, ୟୁରୋପ ଏବଂ ବ୍ରିଟେନରେ ଡିଗ୍ରୀ ରହିଚି । ସେହିପରି ଏଠାରେ ଏମବିବିଏସ କରୁଛିବା ଛାତ୍ରାଛାତ୍ରୀ ବିଶ୍ୱର ଅଧିକାଂଶ ଦେଶରେ କାମ କରିବାର ସୁଯୋଗ ପାଆନ୍ତି । ଭାରତୀୟ ଛାତ୍ରମାନଙ୍କ ପାଇଁ ୟୁକ୍ରେନରୁ ଏମବିବିଏସ କରିବା ଏକ ବଡ କାରଣ ।

ଭାରତର ଘରୋଇ ଅନୁଷ୍ଠାନ ଗୁଡିକରେ ଏମବିବିଏସ ଅଧ୍ୟୟନ ପାଇଁ ବାର୍ଷିକ ୧୦ରୁ ୧୨ଲକ୍ଷ ଟଙ୍କା ଆଦାୟ କରାଯାଏ । ପ୍ରାୟ ୫ବର୍ଷର ଏମବିବିଏସ ଧ୍ୟୟନ ପାଇଁ ଛାତ୍ରାମାନଙ୍କୁ ୫୦ରୁ ୬୦ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଦେୟ ଦେବାକୁ ପଡିବ ଯେତେବେଳେ କି ଏହା ୟୁକ୍ରେନରେ ନାହିଁ । ୟୁକ୍ରେନରେ ଅଧ୍ୟୟନ ପାଇଁ ବାର୍ଷିକ ୪ରୁ ୫ଲକ୍ଷ ଟଙ୍କା ଆବଶ୍ୟକ । ତାହା ହେଉଛି ୫ବର୍ଷ ପାଇଁ ଅଧ୍ୟୟନ ସମାପ୍ତ କରିବାର ମୋଟ ମୂଲ୍ୟ ଭାରତ ତୁଳନାରେ ବହୁତ କମ ଅଟେ ।

ଦେଶରେ ଏମବିବିଏସରେ ଆଡମିଶନ ପାଇଁ ନିଟ ହୋଇଥାଏ । ପରୀକ୍ଷାରେ ମିଳିଥିବା ମାର୍କ ଆଧାରରେ ଛାତ୍ରଛାତ୍ରୀମାନଙ୍କୁ ସରକାରୀ ଓ ବେସରକାରୀ ମହାବିଦ୍ୟାଳୟରେ ଆଡମିଶନ ଦିଆଯାଏ । ଭାରତରେ ଆଡମିଶନ ପାଇଁ ନିଟରେ ସ୍କୋର କାଫି ଗୁରୁତ୍ୱପୂର୍ଣ୍ଣ ଅଟେ । ଯେତେବେଳେ କି ୟୁକ୍ରେନରେ ଯୋଗ୍ୟତା ହେଉଛି ନିଟରେ କ୍ୟାଲିଫାଏ କରିବା ବଡକଥା । ମାର୍କ ଏତେ ଗୁରୁତ୍ୱ ରଖେ ନାହିଁ ।

କୁହାଯାଏ ଯେ ଭାରତରେ ଏମବିବିଏସ ପାଇଁ ଉପଲବ୍ଧ ସିଟ ଅପେକ୍ଷା ନିଟ ପରୀକ୍ଷାରେ ତାର କେତେ ଗୁଣା ଅଧିକ ଛାତ୍ରଛାତ୍ରୀ ଯୋଗ ଦିଅନ୍ତି । ଯେଉଁଚାତ୍ରମାନେ ସିଟ ଅଭାବରୁ ଏଠାରେ ଆଡମିଶନ ନେବାକୁ ସକ୍ଷମ ନୁହନ୍ତି ସେମାନଙ୍କ ପାଇଁ ୟୁକ୍ରେନ ବିକଳ୍ପ ରହିଛି । ୟୁକ୍ରେନରୁ ଏମବିବିଏସ କରୁଥିବା ଏପରି ଛାତ୍ରଙ୍କ ସମଖ୍ୟା ବି କମ ନୁହେଁ ।

ୟୁକ୍ରେନରେ ମେଡିକାଲ ପଢିବା ପାଇଁ ବିତ୍ତଭୂମି ଦୃଷ୍ଚରୁ ୟୁକ୍ରେନ ଉନ୍ନତ ଅଟେ । ବାରତ ପରି ଏଠାରେ ମଧ୍ୟ ଭଲ ପ୍ରାକ୍ଟିକାଲ ଏକ୍ସପୋଜର ମିଳିଥାଏ । ଏହିପରି ୟୁକ୍ରେନରେ ଏମବିବିଏସ କରିବାର ଅନେକ କାରଣ ରହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.