BSNL ଦେଉଛି ବଢ଼ିଆ ସୁଯୋଗ, ନିଜ ପାଇଁ ବାଛି ନିିଅନ୍ତୁ VIP ନମ୍ବର

ବିଏସଏନଏଲ କଷ୍ଟମର୍ସଙ୍କୁ ପ୍ରିମିୟମ୍‌ ବା VIP ମୋବାଇଲ ନମ୍ବର ନେବାର ମଉକା ଦେଉଛି। ଭିଆଇପି ମୋବାଇଲ ନମ୍ବରର ଫାଇଦା ଏହା ଯେ ଏହା ସ୍ପେଶାଲ କମ୍ବିନେସନରେ ହୋଇଥାଏ। ଏହି କାରଣରୁ ଏହାକୁ ସହଜରେ ମନେ ରଖାଯାଇପାରିବ।

ଏହି ଅପ୍ସନ ଭାରତରେ ପ୍ରିପେଡ୍‌ ଏବଂ ପୋଷ୍ଟପେଡ୍‌ ଉଭୟ କଷ୍ଟମର୍ସଙ୍କ ପାଇଁ ଉପଲବ୍ଧ ରହିଛି। ଏମିତିରେ ଆପଣ ଯଦି VIP କିମ୍ବା ଫ୍ୟାନ୍ସୀ ନମ୍ବର ନେବାକୁ ଚାହୁଁଛନ୍ତି ତାହେଲେ ଆପଣଙ୍କୁ ଏଥିପାଇଁ ପ୍ରଥମେ ରେଜିଷ୍ଟର କରି ଇ-ଅକ୍ସନରେ ଏଣ୍ଟର କରିବାକୁ ହେବ।

ଏହି ଇ-ଅକ୍ସନରେ ଆପଣ ସମସ୍ତ ଅଲଗା ଅଲଗା କମ୍ବିନେସନକୁ ଗୋଟିଏ ଯାଗାରେ ଦେଖିପାରିବେ। ଆପଣ ଏଥିରେ ନିଜର ମନପସନ୍ଦର ନମ୍ବର ଉପରେ ନିଲାମ ଡାକିପାରିବେ। ବିଏସଏନଏଲ ଏହି ନମ୍ବରର ନିଲାମି ଏଥିପାଇଁ କରେ କାରଣ ଏହି ନମ୍ବରର ଡିମାଣ୍ଡ ବହୁତ ଅଧିକ ରହିଥାଏ। ଏମିତିରେ ଯଦି ଆପଣ ମଧ୍ୟ ନିଜ ପାଇଁ ପ୍ରିମିୟମ୍‌ କିମ୍ବା VIP ନମ୍ବର ନେବାକୁ ଭାବୁଛନ୍ତି ତାହେଲେ ଆପଣଙ୍କୁ ଆମେ ଏଠାରେ ଜଣାଇବୁୁ ସମ୍ପୂର୍ଣ୍ଣ ତରିକା।

ଏହାସହ ପଢ଼ନ୍ତୁ : ଏବେ ଆଉ ଚିନ୍ତା ନାହିଁ କି ଦୌଡିବାର ନାହିଁ, ମାତ୍ର ଗୋଟିଏ ମିସଡ୍‌ କଲ୍‌ ଦେଇ କରନ୍ତୁ LPG କନେକସନ୍‌

ଆସନ୍ତୁ ଜାଣିବା କଣ ସେହି ତରିକା

  1. ଏଥିପାଇଁ ଆପଣଙ୍କୁ ସର୍ବପ୍ରଥମେ eauction.bsnl.co.in ସାଇଟକୁ ନିଜର ଡିଭାଇସର ବ୍ରାଉଜରରେ ଓପନ କରିବାକୁ ହେବ।
  2. ଏହାପରେ ଆପଣ ଟପ୍‌ ବାରରେ ମହଜୁଦ Login/Register ଉପରେ କ୍ଲିକ କରନ୍ତୁ। ଏଠାରେ ଆପଣଙ୍କୁ ନିଜର ପୁରୁଣା ମୋବାଇଲ ନମ୍ବର ଏବଂ ଇମେଲ-ଆଇଡିକୁ ଦେବାକୁ ହେବ। ଏହାପରେ ବିଏସଏନଏଲ ତରଫରୁ ଲଗଇନ୍‌ ଡିଟେଲ୍ସ ଆପଣଙ୍କୁ ଦେଇଥିବା ଇମେଲ ଆଇଡିକୁ ପଠାଇ ଦିଆଯିବ।
  3. ବିଏସଏନଏଲ ଦ୍ୱାରା ପଠାଯାଇଥିବା ଏହି ଲଗଇନ୍‌ କ୍ରେଡେନସିଆଲକୁ ୟୁଜ କରି ଆପଣ ରେଜିଷ୍ଟ୍ରେସନ ପ୍ରୋସେସ୍‌ ପୂରା କରିପାରିବେ। ଏହାପରେ ଆପଣ ଫ୍ୟାନ୍ସୀ ନମ୍ବରର ଲିଷ୍ଟ ଦେଖି ସେଥିରୁ ନିଜ ପସନ୍ଦ ମୁତାବକ ନମ୍ବର ବାଛି ପାରିବେ। ଏହାପରେ Continue to Cart ଉପରେ କ୍ଲିକ କରି ରେଜିଷ୍ଟ୍ରେସନ ଫି ପେ କରିଦିଅନ୍ତୁ।
  4. ନିଲାମି ଆରମ୍ଭ ହେବା ପରେ ନିଜର ମିନିମମ୍‌ ଆମାଉଣ୍ଟ ଭରିଦିଅନ୍ତୁ। ଏହାପରେ ବିଏସଏନଏଲ ବିଡର ଲିଷ୍ଟରେ ହରେକ ଫ୍ୟାନ୍ସୀ ନମ୍ବର ପାଇଁ ତିନି ଜଣ ପାଟିସିପେଣ୍ଟସଙ୍କୁ ସିଲେକ୍ଟ କରିବ। ବାକି ପାଟିସିପେଣ୍ଟସଙ୍କୁ ୧୦ ଦିନ ଭିତରେ ରେଜିଷ୍ଟ୍ରେସନ ଫି ଫେରାଇ ଦିଆଯିବ।
  5. ଏହାପରେ ତିନି ଜଣ ମନୋନୀତ ହୋଇଥିବା ପାଟିସିପେଣ୍ଟସଙ୍କୁ H1, H2 ଏବଂ H3 ଭାବରେ କ୍ଲାସିଫାଏଡ କରାଯିବ। ଏଥିରେ ସବୁଠାରୁ ଅଧିକ ନିଲାମ ଡାକିଥିବା ବ୍ୟକ୍ତିଙ୍କୁ ପ୍ରଥମ ମଉକା ଦିଆଯିବ। ଯଦି ସେ ସେହି ନମ୍ବର ନେବେ ନାହିଁ ତାହେଲେ ଅନ୍ୟମାନଙ୍କୁ ସୁଯୋଗ ଦିଆଯିବ। ନମ୍ବର ପାଇବା ପରେ ମାତ୍ର କିଛି ଦିନରେ ଆକ୍ଟିଭେଟ ହୋଇଯିବ।

ଆହୁରି ପଢ଼ନ୍ତୁ : ୨୮ ଫେବୃୟାରୀ ଠାରୁ ବେକାର ହୋଇଯିବ ଏହି ବଡ ବ୍ୟାଙ୍କର ଚେକବୁକ, ବଦଳିଯିବ କୋଡ୍‌

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.