ଏବେ ଆଉ ଚିନ୍ତା ନାହିଁ କି ଦୌଡିବାର ନାହିଁ, ମାତ୍ର ଗୋଟିଏ ମିସଡ୍ କଲ୍ ଦେଇ କରନ୍ତୁ LPG କନେକସନ୍

ଏବେ ଆପଣଙ୍କୁ ରୋଷେଇ ଗ୍ୟାସର ନୂଆ କନେକସନ୍ ନେବା ପାଇଁ ଗ୍ୟାସ୍ ଏଜେନ୍ସୀ ଅଫିସର ଚକ୍କର କାଟିବାକୁ ପଡିବନାହିଁ। ଗୋଟେ ସମୟ ଥିଲା ଯେତେବେଳେ ରନ୍ଧନ ଗ୍ୟାସ କନେକସନ୍ ନେବା ପାଇଁ ଲୋକଙ୍କୁ ମାସ ମାସ ଧରି ଅପେକ୍ଷା କରିବାକୁ ପଡୁଥିଲା। ଆଉ ଏହି କାମ ଏତେ ସହଜରେ ବି ହେଉନଥିଲା। କିନ୍ତୁ ଏବେ ଆପଣଙ୍କୁ ଏଲପିଜି କନେକସନ୍ ପାଇଁ କୁୁଆଡେ ଯିବାର ନାହିଁ କି କାହାକୁ ଖୋସାମତି କରିବାର ନାହିଁ ମାତ୍ର ଗୋଟିଏ ମିସଡ୍ କଲ୍ କରି ଆପଣ ସହଜରେ ନିଜର ରନ୍ଧନ ଗ୍ୟାସର କନେକସନ୍ କରିପାରିବେ।
ଇଣ୍ଡିଆନ୍ ଅଏଲ କର୍ପୋରେସନ୍ ଲିମିଟେଡ ଟ୍ଵିଟ କରି ଏହି ସୂଚନା ଦେଇଛିି ଯେ ଏବେ ଗ୍ରାହକ କେବଳ ଗୋଟିଏ ମିସଡ କଲ୍ ଦେଇ ଗ୍ୟାସ୍ କନେକସନ୍ ପାଇପାରିବେ। ତେବେ ଆସନ୍ତୁ ଜାଣିବା ଆପଣ ଏହି ସୁବିଧାର ଫାଇଦା କେମିତି ଉଠାଇବେ।
Your new #Indane LPG connection only a Missed Call away! Dial 8454955555 and get LPG connection at your doorsteps. Existing Indane customers can also book a refill by giving us a missed call from their registered phone number. pic.twitter.com/Jnf6Qt8v7h
— Indian Oil Corp Ltd (@IndianOilcl) February 24, 2022
ଆଇଓସିଏଲ ବା ଇଣ୍ଡିଆନ୍ ଅଏଲ କର୍ପୋରେସନ୍ ଲିମିଟେଡର ସୂଚନା ଅନୁଯାୟୀ ଏବେ କନେକସନ୍ ପାଇଁ ଗ୍ରାହକଙ୍କୁ ୮୪୫୪୯ ୫୫୫୫୫ ନମ୍ବରକୁ ମିସଡ୍ କଲ୍ କରିବାକୁ ହେବ ଏବଂ କମ୍ପାନୀର କର୍ମଚାରୀ ମିସଡ କଲ୍ ପାଇବା ମାତ୍ରକେ ତୁରନ୍ତ ଗ୍ରାହକଙ୍କ ସହ ସମ୍ପର୍କ କରିବେ। ଏହାପରେ ଆଡ୍ରେସ୍ ପ୍ରୁଫ ଏବଂ ଆଧାର ଜରିଆରେ ଆପଣଙ୍କୁ ଗ୍ୟାସ କନେକସନ୍ ମିଳିଯିବ। ଆପଣଙ୍କୁ ଜଣାଇବାକୁ ଚାହିଁବୁ ଯେ ଏହି ନମ୍ବର ଜରିଆରେ ଆପଣ ନୂୂଆ ଗ୍ୟାସ୍ କନେକସନ୍ ମଧ୍ୟ କରିପାରିବେ। ଏଥିପାଇଁ ଆପଣଙ୍କୁ ନିଜ ରେଜିଷ୍ଟର୍ଡ ମୋବାଇଲ ନମ୍ବରରୁ କଲ୍ କରିବାକୁ ହେବ।
ଏହାସହ ପଢ଼ନ୍ତୁ : BSNLର ଏହି ପ୍ଳାନ ସବୁଠୁ ବେଷ୍ଟ ! ୨୪୭ ଟଙ୍କାରେ ହାଇସ୍ପୀଡ ଡାଟା ସହ ପାଆନ୍ତୁ ଅନଲିମିଟେଡ କଲିଙ୍ଗ୍
ଯଦି ଆପଣଙ୍କ ପରିବାରରେ କାହା ପାଖରେ ପୂର୍ବରୁ ଗ୍ୟାସ କନେକସନ୍ ଅଛି ଏବଂ ଠିକଣା ଗୋଟିଏ ରହିଛି ତାହେଲେ ମଧ୍ୟ ଆପଣ ଗ୍ୟାସ୍ କନେକସନ୍ ନେଇପାରିବେ। ଏଥିପାଇଁ ଆପଣଙ୍କୁ ଥରେ ଖାଲି ଗ୍ୟାସ୍ ଏଜେନ୍ସୀଙ୍କ ପାଖକୁ ଯିବାକୁ ହେବ ଏବଂ ପୁରୁଣା ଗ୍ୟାସ୍ କନେକସନ୍ ସହ ଜଡିତ ଡକ୍ୟୁମେଣ୍ଟ୍ସ ଦେଖାଇ ଭେରିଫାଏ କରିବାକୁ ହେବ। ଏହାପରେ ଆପଣଙ୍କୁ ସେହି ଠିକଣାରେ ଗ୍ୟାସ୍ କନେକସନ୍ ମିଳିଯିବ।
ଏପରି ବୁକ୍ କରନ୍ତୁ ଏଲପିଜି ସିଲିଣ୍ଡର
ନିଜ ରେଜିଷ୍ଟର୍ଡ ମୋବାଇଲ ନମ୍ବରରେ ୮୪୫୪୯ ୫୫୫୫୫କୁ ମିସ କଲ କରନ୍ତୁ।
ଭାରତ ବିଲ୍ ପେମେଣ୍ଟ ସିଷ୍ଟମ ଜରିଆରେ ମଧ୍ୟ ଏଲପିଜି ସିଲିଣ୍ଡର ରିଫିଲ୍ କରିପାରିବେ।
ଇଣ୍ଡିଆନ୍ ଅଏଲର ଆପ୍ କିମ୍ବା https://cx.indianoil.in ଜରିଆରେ ମଧ୍ୟ ବୁକିଙ୍ଗ ହୋଇଥାଏ।
କଷ୍ଟମର୍ସ ୭୫୮୮୮୮୮୮୨୪ ନମ୍ବରରେ ହ୍ଵାଟ୍ସଆପ୍ ମେସେଜ୍ କରି ସିଲିଣ୍ଡର ଭରିପାରିବେ।
ଏହାବ୍ୟତୀତ ୭୭୧୮୯୫୫୫୫୫ ନମ୍ବରରେ ଏସଏମଏସ କିମ୍ବା ଆଇଭିଆରଏସ କରି ମଧ୍ୟ ବୁକିଙ୍ଗ୍ କରିପାରିବେ।
ଆମାଜନ ଏବଂ ପେଟିଏମ ଜରିଆରେ ମଧ୍ୟ ସିଲିଣ୍ଡର ଭରିପାରିବେ।
ଆହୁରି ପଢ଼ନ୍ତୁ : ବସି ବସି ହିଁ କମାଇପାରିବେ ଲକ୍ଷ ଲକ୍ଷ ଟଙ୍କା, ବାସ୍ ତରିକା ଜାଣନ୍ତୁ