ଏହି ନୂଆ ଉପାୟରେ ପାଆନ୍ତୁ ନିଜର ସଠିକ ଆଧାର କାର୍ଡ, ଫଲୋ କରନ୍ତୁ UIDAIର ଏହି ଷ୍ଟେପ

ଅନେକ ଲୋକଙ୍କର ଆଧାରକାର୍ଡକୁ ନେଇ ଅନେକ ସମସ୍ୟା ଦେଖାଯାଏ। ନିଜ ନାମ କେତେବେଳେ ଭୁଲ ଥାଏ ତ ଆଉ କାହାର ଠିକଣା ଓ ଜନ୍ମ ତାରିଖ । ଏହି ପରିସ୍ଥିତିରେ ଅନେକ ଅସୁବିଧା ହୁଏ। ଲୋକମାନେ ଆଧାର କାର୍ଡକୁ ସଠିକ କରିବା ପାଇଁ ଯାଇଥାନ୍ତି ସତ କିନ୍ତୁ ସେଠାରେ ତାଙ୍କୁ ଅନେକ ସମୟ ଲାଗିଯାଏ । ଏହି ସମୟରେ ଆପଣ ଘରେ ବସି ଆପଏଣ୍ଟମେଣ୍ଟ ନେଇପାରିବେ ଏବଂ ଲମ୍ବା ଲାଇନରୁ ବଞ୍ଚିପାରିବେ।

ଭାରତରେ ଆଧାରକାର୍ଡ ଏକ ଜରୁରୀ ଦସ୍ତାବିଜ। ଏହା କେବଳ ପ୍ରମାଣ ପତ୍ର ରୂପେ ବ୍ୟବହାର କରାଯଉନାହିଁ ବରଂ ସରକାରୀ ତଥା ଅନ୍ୟାନ୍ୟ ଜରୁରୀ କାମରେ ଏହାକୁ ବ୍ୟବହାର କରାଯାଏ। ଏହାବ୍ୟତିତ ବେସରକାରୀ ସଂସ୍ଥାରେ ମଧ୍ୟ ଏହାର ଆବଶ୍ୟକତା ଥାଏ।

ଆଧାର ଏକ ୟୁନିକ ଡକ୍ୟୁମେଣ୍ଟ। ଏଥିରେ ସମସ୍ତ ଜରୁରୀ ସୂଚନା ଥାଏ। କିନ୍ତୁ ଅନେକ ସମୟରେ ଆଧାର କାର୍ଡରେ ନିଜର ଜରୁରୀ ସୂଚନା ସମ୍ପର୍କରେ ଭୁଲ ବଶତଃ ଲେଖାଯାଇଥାଏ। ଯାହାକୁ ରେକ୍ଟିଫାଏ କରିବା ପାଇଁ ଅନେକ ପରିଶ୍ରମ କରିବାକୁ ପଡ଼େ। କିନ୍ତୁ ଏବେ ସରକାର ନୂଆ ନିୟମ ବାହାର କରିଛନ୍ତି। ଯାହା ଅନ୍ତର୍ଗତ ଏବେ ଏହି ସମସ୍ୟାକୁ ସମାଧାନ କରିବା ଖୁବ ସହଜ ହୋଇଯିବ। ଏଥିପାଇଁ ପ୍ରଥମେ ଆପଏଣ୍ଟମେଣ୍ଟ ନେବା ପରେ ହୋଇଥାଏ ଏହି କାମ:
-ଆଧାର ନାମାଙ୍କନ
-ନାମ ଅପଡେଟ
-ଠିକଣା ଅପଡେଟ
-ମୋବାଇଲ ନମ୍ବର ଅପଡେଟ
-ଇମେଲ ଆଇଡି
-ଜନ୍ମତାରିଖ
-ଲିଙ୍ଗ
-ବାୟୋମାଟ୍ରିକ ଅପଡେଟ

pan aadhar

ଏଭଳି ଭାବେ ସେଡ୍ୟୁଲ କରନ୍ତୁ ନିଜ ଅନଲାଇନ ଆପଏଣ୍ଟମେଣ୍ଟକୁ:
-https://uidai.gov.in/ କୁ ଯାଆନ୍ତୁ।
– My Aadhaar ରେ କ୍ଳିକ କରି Book a appointement ବାଛନ୍ତୁ।
-ଆଧାର ସେବା କେନ୍ଦ୍ରରେ ଆପଏଣ୍ଟମେଣ୍ଟ ବୁକ କରନ୍ତୁ।
-ଡ୍ରପଡାଉନରେ ନିଜ ସହର ଓ ସ୍ଥାନକୁ ଏଣ୍ଟର କରାନ୍ତୁ।
– proceed to book appointment ଉପରେ କ୍ଳିକ କରନ୍ତୁ।
-ମୋବାଇଏ ନମ୍ବର ଦେବା ପରେ ନୂଆ ଆଧାର ବା ଆଧାର ଅପଡେଟ ଉପରେ କ୍ଳିକ କରନ୍ତୁ।
-କାପଚା ଏଣ୍ଟର କରାଇ ଓଟିପିକୁ ଦିଅନ୍ତୁ।
-ପରେ ଭେରିଫିକେସନ ଉପରେ କ୍ଳିକ କରନ୍ତୁ।
-ପ୍ରମାଣ ସହ ବ୍ୟକ୍ତିଗତ ବିବରଣୀ ଓ ଠିକଣା ପ୍ରମାଣ ପତ୍ର ସମ୍ପର୍କରେ ଦର୍ଜ କରନ୍ତୁ।
-ଟାଇମ ସ୍ଲଟ ବାଛନ୍ତୁ। ପରେ ନେକ୍ସଟ ପରେ କ୍ଳିକ କରନ୍ତୁ।
-ଏହାପରେ ଆପଣ ନୂଆ ଆଧାର କାର୍ଡ ପାଇଁ ଆପଏଣ୍ଟମେଣ୍ଟ ପାଇଯିବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.