ମୂଷା ମାରିବା ପାଇଁ ଟମାଟୋ ଉପରେ ଲଗାଇଥିଲେ ବିଷ, ନିଜେ ଖାଇ ଚାଲିଗଲା ଜୀବନ

ଓଡ଼ିଆ ଭାଗବତରେ ଗୋଟେ ପ୍ରବାଦ ଅଛି “ଯେ ପାଞ୍ଚେ ପର ମନ୍ଦ… ତା ମନ୍ଦ ପାଞ୍ଚନ୍ତି ଗୋବିନ୍ଦ’ । ଏମିତି ଅନେକ ଘଟଣା ମାନ ତ ଆପଣ ନିହାତି ରୂପେ ଦେଖିଥିବେ ଓ ଜାଣିଥିବେ । ଆମ ସାଧାରଣ ଜୀବନ ଯାତ୍ରାରେ ଏମିତି ଘଟଣା ମାନ ଅନେକେ ଘଟୁଛି । ମୁମ୍ବାଇରୁ ହିଁ ଏମିତି ଏକ ଘଟଣା ନଜର ସାମ୍ନାକୁ ଆସିଛି । ପ୍ରକୃତରେ ଏଠିକାର ଜଣେ ମହିଳା ନିଜ ମ୍ୟାଗିରେ ସେହି ଟମାଟୋକୁ ପକାଇଛନ୍ତି ଯାହା ସେ ଦିନେ ଘରର ମୂଷା ମାନଙ୍କୁ ମାରିବାକୁ ରଖିଥିଲେ । ହଁ ନିଜ ଘରେ ଉତ୍ପାତ ହେଉଥିବା ମୂଷା ମାନଙ୍କୁ ମାରିବାକୁ କିଛି ଟମାଟୋ ଉପରେ ମହିଳା ଜଣଙ୍କ ମୂଷା ମରା ଔଷଧ ଦେଇ ରଖିଥିଲେ । ଆଉ ପରେ କଣ କଲେ ନା ପ୍ରସ୍ତୁତ କରୁଥିବା ମ୍ୟାଗିରେ ସେହି ଟମାଟୋକୁ ପକେଇଦେଲେ । ମ୍ୟାଗି ଖାଇବା ପରେ ମହିଳାଙ୍କ ସ୍ୱାସ୍ଥ୍ୟବସ୍ଥା ବିଗିଡ଼ିବାକୁ ଲାଗିଲା । ଆଉ ଏହାପରେ ତାଙ୍କୁ ତୁରନ୍ତ ହସ୍ପିଟାଲରେ ଭର୍ତ୍ତି ମଧ୍ୟ କରାଯାଇଥିଲା । ଏହି ଘଟଣା ପଦାକୁ ଆସିବା ପରେ ଚାରିଆଡେ କୋଳାହଳ ଛାଇ ଯାଇଥିଲା । ବିଭିନ୍ନ ସୋସିଆଲ ମିଡ଼ିଆ ମାନଙ୍କରେ ବି ଏହି ଖବର ଦ୍ରୁତ ବେଗରେ ଭାଇରାଲ ହୋଇଯାଇଥିଲା । ସମସ୍ତଙ୍କ ମନରେ ଏବେ ଯେମିତି ଗୋଟିଏ ପ୍ରଶ୍ନ ଜଣେ ଏମିତି ଭୁଲ କେମିତି କରିପାରେ ?

 

MAGGI
image credit: zeenews.india.in

ଏକ ଖବର କାଗଜରେ ଛପା ଯାଇଥିବା ଏକ ରିପୋର୍ଟ ମୁତାବକ, ଘଟଣାଟି ମୁମ୍ବାଇର ମଲାଡ଼ ଅଂଚଳରେ ଘଟିଛି । ପୀଡିତ ମହିଳା ଜଣଙ୍କର ନାଁ ହେଉଛି ରେଖା ନିଷାଦ । ସେ ନିଜ ସ୍ୱାମୀ ଓ ଦିଅ ରଙ୍କ ସହିତ ନିଷାଦ ଅଂଚଳରେ ରହୁଥିଲେ । ଘରେ ଦିନକୁ ଦିନ ମୂଷା ମାନଙ୍କର ପ୍ରାଦୁର୍ଭାବ ବଢିଚାଲିଥିବାରୁ ତାହାକୁ ନେଇ ମହିଳା ଜଣଙ୍କ ଖୁବ ବ୍ୟତିବ୍ୟସ୍ତ ହୋଇପଡିଥିଲେ । ଆଉ ସେମାନଙ୍କୁ ମାରିବା ପାଇଁ ଟମାଟୋ ଉପରେ ବିଷ ବୋଳି ଦେଇଥିଲେ । ଯାହାଦ୍ୱାରା ବିଷ ବୋଳା ଟମାଟୋ ଖାଇବା ଦ୍ୱାରା ସେମାନଙ୍କ ଜୀବନ ଚାଲିଯିବ । କିନ୍ତୁ ପରିସ୍ଥିତି କିଛିଟା ଓଲଟା ହୋଇଥିଲା । ସେହି ଟମାଟୋ ଗୁଡିକୁ ମୂଷା ମାନେ ଖାଇବା ବଦଳରେ ସେ ନିଜେ ଟିଭି ଦେଖୁ ଦେଖୁ ମ୍ୟାଗିରେ ପକାଇ ଖାଇ ଦେଇଥିଲେ । ଦିନ କୁ ଦିନ ତାଙ୍କ ଅବସ୍ଥା ବିଗିଡ଼ିବା କାରଣରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ଓ ସେଠାରେ ଚିକିତ୍ସା ସମୟରେ ତାଙ୍କର ମୃତ୍ୟୁ ହୋଇଛି ।

ପରବର୍ତ୍ତୀ ସମୟରେ ପୋଲିସକୁ ଦେଇଥିବା ବୟାନରେ ହିଁ ମହିଳା ଜଣଙ୍କ ପୁରା ଘଟଣାର ପର୍ଦ୍ଦାଫାଶ କରିଥିଲେ । ପୋଲିସ ପୁଙ୍ଖାନୁପୁଙ୍ଖ ଜାଣିବା ପରେ ଏକ ଆକ୍ସିଡେଣ୍ଟାଲ ଡେଥ ରିପୋର୍ଟ ଦରଜ କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.