ଅଗଷ୍ଟରେ ୫ ଦିନ ପାଇଁ ହେବାକୁ ଯାଉଛି ବୁଧାଦିତ୍ୟ ଯୋଗ, ଏହି ୪ ରାଶିଙ୍କୁ ମିଳିବ ଭରପୁର ଲାଭ

ଯେତେବେଳେ ସୂର୍ଯ୍ୟ ଓ ବୁଧ କୌଣସି ରାଶିରେ ଏକାଠି ରୁହନ୍ତି,ସେତେବେଳେ ବୁଧାଦିତ୍ୟ ଯୋଗ ସୃଷ୍ଟି ହୋଇଥାଏ । ଏହି ଯୋଗ ବହୁତ ଶୁଭ ଫଳ ଦେଇଥାଏ । ୧୭ ଅଗଷ୍ଟରେ ସୂର୍ଯ୍ୟ ଦେବ ସିଂହ ରାଶିରେ ପ୍ରବେଶ କରିବେ ଓ ୨୧ ଅଗଷ୍ଟ ପର୍ଯ୍ୟନ୍ତ ବୁଧ ବି ସିଂହ ରାଶିରେ ବିରାଜମାନ କରିବେ । ତେଣୁ ୧୭ ଅଗଷ୍ଟରୁ ୨୧ ଅଗଷ୍ଟ ପର୍ଯ୍ୟନ୍ତ ସିଂହ ରାଶିରେ ବୁଧାଦିତ୍ୟ ଯୋଗ ବନୁଛି । ଏହି ଯୋଗ ବନିବା ଯୋଗୁ ୪ ରାଶି ବାଲାଙ୍କ ଭାଗ୍ୟ ଚମକିବ । ଆସନ୍ତୁ ଜାଣିବା ଏହି ରାଶିଗୁଡିକ କ’ଣ ।

ସିଂହ ରାଶି :

ଏହି ରାଶି ବାଲାଙ୍କୁ ଏହି ଯୋଗର ସବୁଠୁ ଅଧିକ ଲାଭ ମିଳିବ । ଭାଗ୍ୟ ଭରପୁର ସାଥ ଦେବେ । ଚାକିରିଆଙ୍କୁ ଭଲ ଚାକିରି ଅଫର ମିଳିବ । ଯାତ୍ରରେ ଭଲ ଅର୍ଥ ପ୍ରାପ୍ତି ହେବ । ଧନର ସଂଚୟ ମଧ୍ୟ କରିପାରିବେ ।

ମେଷ ରାଶି :

ଏହି ଯୋଗର ଲାଭ ମେଷ ରାଶି ବାଲାଙ୍କୁ ବି ମିଳିବ । ଅଟକିଥିବା କାମ ପୁରା ହେବ । ପୁରୁଣା ନିବେଶରୁ ଭଲ ଫଳ ପ୍ରାପ୍ତ କରିବେ । ଆୟ ବୃଦ୍ଧି ହେବ ଓ ବିଦେଶ ଯିବାକୁ ଇଚ୍ଛା କରୁଥିବା ବ୍ୟକ୍ତିଙ୍କ ସ୍ୱପ୍ନ ପୁରଣ ହେବ । ବିଭିନ୍ନ ମାଧ୍ୟମରୁ ଧନ ପ୍ରାପ୍ତି ହେବ ।

କର୍କଟ ରାଶି :

ଏହି ଯୋଗ ଆପଣଙ୍କ ପାଇଁ ଶୁଭ ହେବ । କୌଣସି କାମରେ ବଡ଼ ସଫଳତା ପ୍ରାପ୍ତ ହୋଇପାରେ । ଧନର ଭଲ ଆଗମନ ହେବ । କର୍ମ କ୍ଷେତ୍ରରେ ଆପଣଙ୍କ କାମର ପ୍ରଶଂସା ହେବ ଓ ନୂଆ ଦାୟିତ୍ୱ ମିଳବ ।

ମକର ରାଶି :

ଚାକିରି ଓ ବେପାରରେ ସଫଳତା ମିଳିବାର ସମ୍ଭାବନା ରହିଛି । ଆର୍ଥିକ ସ୍ଥିତି ସୁନ୍ଦର ରହିବ । କାର୍ଯ୍ୟସ୍ଥଳରେ କୌଣସି ବଡ଼ ଦାୟିତ୍ୱ ମିଳିବ । ଶିକ୍ଷା କ୍ଷେତ୍ରରେ ଥିବା ଲୋକଙ୍କୁ ଭଲ ଲାଭ ମିଳିବ । ଧନ ସଂଚୟ କରିବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.