ପାର୍କରେ ଶୋଇଥିବା ବେଳେ ମହିଳାଙ୍କୁ ଘାସ କଟା ମେସିନରେ କାଟିଦେଲେ କର୍ମଚାରୀ, ଖଣ୍ଡ ଖଣ୍ଡ ହୋଇଗଲା ମହିଳାଙ୍କ ଶରୀର

ପାର୍କରେ ଶୋଇଥିବା ବେଳେ ମହିଳାଙ୍କୁ ଘାସ କଟା ମେସିନରେ କାଟିଦେଲେ କର୍ମଚାରୀ । ମହିଳାଙ୍କୁ ମାରିବା ପରେ ଘାସରେ ଘୋଡାଇ ଦେଲେ କର୍ମଚାରୀ । ଆମେରିକାର କାଲିଫର୍ଣ୍ଣିଆ ସ୍ଥିତ ମୋଡେଷ୍ଟୋ ପାର୍କରେ ଘଟିଛି ଏମିତି ଘଟଣା ।

ଆମେରିକାର କାଲିଫର୍ଣ୍ଣିଆ ସ୍ଥିତ ମୋଡେଷ୍ଟୋ ପାର୍କରେ ମହିଳାଙ୍କ ମୃତ୍ୟୁ । ପାର୍କରେ ଶୋଇଥିବା ବେଳେ ଭୁଲବଃଶତ ଘାସ କାଟିବା ମେସିନକୁ ଚଲାଇଦେଲେ କର୍ମଚାରୀ । ମେସିନରେ କଟିବା ଯୋଗୁଁ ମହିଳାଙ୍କ ଶରୀର ୨ ଖଣ୍ଡ ହୋଇଯାଇଥିଲା । ଘଟଣା ସ୍ଥଳରେ ମହିଳାଙ୍କର ମୃତ୍ୟୁ ହୋଇଥିଲା ।

ଖବର ମୁତାବକ, ଆମେରିକାର କାଲିଫର୍ଣ୍ଣିଆ ସ୍ଥିତ ମୋଡେଷ୍ଟୋ ପାର୍କରେ ମହିଳା ଜଣକ ଶୋଇଥିବା ବେଳେ କର୍ମଚାରୀ ଘାସ କାଟିବା ମେସିନ ଚଲାଇ ଦେଇଥିଲେ । ଫଳରେ ମହିଳାଙ୍କ ଶରୀରର ୨ ଖଣ୍ଡ ହୋଇଯାଇଥିଲା । ଘଟଣା ପରେ କର୍ମଚାରୀ ଜଣକ ମୃତଦେହକୁ କାଟିଥିବା ଘାସ ତଳେ ଘୋଡାଇ ଦେଇଥିଲେ । ଆଉ କିଛି ନ ଜାଣିଲା ଭଳି ଚାଲିଯାଇଥିଲେ ।

ପାର୍କରେ ଆଉ ଜଣେ କର୍ମଚାରୀ ଗୋଟେ ସ୍ଥାନରେ ଘାସ ଗଦା ହୋଇଥିବା ଦେଖିବା ପରେ ମୃତଦେହ ଦେଖିବାକୁ ପାଇଥିଲେ । ଏହା ଜାଣିବା ପରେ ପାର୍କ କର୍ମଚାରୀ ଜଣକ ୯୧୧କୁ କଲ୍‌ କରି ଜଣାଇଥିଲେ । ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମୃତଦେହକୁ ଉଦ୍ଧାର କରିଥିଲା । ମୃତ ମହିଳାଙ୍କ ନାମ କ୍ରିଷ୍ଟିନ ଚାଭେଜ ବୋଲି ଜଣାପଡିଛି ।

ତେବେ କର୍ମଚାରୀଙ୍କ ଦାୟିତ୍ୱହୀନତା ଯୋଗୁଁ ଏଭଳି ହୋଇଛି ବୋଲି ପରିବାର ଲୋକେ ପୋଲିସ ନିକଟରେ ଅଭିଯୋଗ କରିଛନ୍ତି । ପୀଡିତାଙ୍କ ଭଉଣୀ କହିଛନ୍ତି, କର୍ମଚାରୀ ଜଣକ ମୋ ଭଉଣୀକୁ ମାରିବା ପରେ ଜାଣିଶୁଣି ତାଙ୍କ ଖଣ୍ଡ ବିଖଣ୍ଡିତ ଶରୀର ଉପରେ ଘାସ ଘୋଡାଇ ଦେଇଥିଲେ । ପୋଲିସ ଏହି ଘଟଣାରେ ଯାଞ୍ଚ କରୁଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.