Below header

ଏମିତି ଈର୍ଷା ! ଝିଅର ସାଙ୍ଗ ସ୍କୁଲରେ ଟପ୍ ଆସୁଥିଲା ବୋଲି ସହି ପାରିଲାନି ମା, ସାଙ୍ଗକୁ ବିଷ ଦେଇ ମାରି ଦେଲେ ମହିଳା

ସ୍କୁଲରେ ପିଲାଙ୍କ ମଧ୍ୟରେ ପ୍ରତିଯୋଗିତା ହେବା ସାଧାରଣ କଥା । ସ୍କୁଲରେ ପଢିବା ବେଳେ ଆପଣ ମଧ୍ୟ ଏହା ଅନୁଭବ କରିଥିବେ। ଅନେକ ଥର ଅଭିଭାବକ ମଧ୍ୟ ପିଲାକୁ ଅନ୍ୟ ପିଲା ସହିତ ତୁଳନା କରି ଉଦାହରଣ ଦେଇଥାନ୍ତି। ଅଭିଭାବକ ମଧ୍ୟ ସବୁବେଳେ ସବୁବେଳେ ଏହି କଥାକୁ ନେଇ ଚିନ୍ତିତ ରହିଥାନ୍ତି ଯେ ପିଲାର ନମ୍ବର ଭଲ ଆସୁ ସେ ସବୁବେଳେ ଆଗରେ ରହୁ । କିନ୍ତୁ ପୁଡୁଚେରୀରେ ଏମିତି ପ୍ରତିଯୋଗିତାକୁ ନେଇ ଏକ ଭୟାନକ ଘଟଣା ସାମ୍ନାକୁ ଆସିଛି । ଆପଣ ଏ ବିଷୟରେ ଜାଣିଲେ ହୁଏତ ଆଶ୍ଚର୍ଯ୍ୟ ହେବେ। ଏଠାରେ ଜଣେ ଛାତ୍ରୀଙ୍କ ମା’ ଝିଅର କ୍ଲାସମେଟକୁ ବିଷ ଦେଇ ମାରିଦେଇଛନ୍ତି । ମାତ୍ର ୧୩ ବର୍ଷ ପିଲାକୁ ମାରିଦେଲେ ମହିଳା।

ମହିଳା ଜଣକ ସବୁବବେଳେ ଝିଅର କ୍ଲାସମେଟ୍‌ ସବୁବେଳେ ପାଠ ଓ ଖେଳରେ ସବୁବେଳେ ଆଗୁଆ ରହୁଥିଲେ ବୋଲି ଈର୍ଷା କରୁଥିଲେ । ସବୁବେଳେ ଝିଅର କ୍ଲାସମେଟ୍‌ ଆଗୁଆ ଆଉ ତାଙ୍କ ଝିଅ ପଛରେ ରହୁଥିଲା । ତେଣୁ ବହୁତ ଈର୍ଷା କରୁଥିଲେ ମହିଳା। ଦୁଇ ପିଲା ୮ମ ଶ୍ରେଣୀରେ ପାଠ ପଢ଼ୁଥିଲେ ।

ତେବେ ସୂଚନା ଅନୁଯାୟୀ, ମହିଳା ଜଣକ ଶୁକ୍ରବାର ଦିନ ପିଲାଙ୍କ ସ୍କୁଲରେ ପହଞ୍ଚିଥିଲେ ଏବଂ ଜଣେ ଚୌକିଦାରଙ୍କୁ କହିଥିଲେ ଯେ ସେ ମଣିକନ୍ଦନଙ୍କ ମା’ । ମହିଳା ଜଣକ ୱାଚମ୍ୟାନଙ୍କୁ ଦୁଇ ବୋତଲ ଥଣ୍ଡା ପାନୀୟ ଦେଇ କହିଥିଲେ ଏହା ତାଙ୍କ ପୁଅକୁ ଦେବାକୁ । ସାଂସ୍କୃତିକ କାର୍ଯ୍ୟକ୍ରମରେ ସାମିଲ ହେବା ପରେ ୱାଚମ୍ୟାନ୍ ଜଣକ ବୋତଲ ମଣିକନ୍ଦନଙ୍କୁ ଦେଇଥିଲେ ।

ତେବେ ଏହାକୁ ନେଇ ଓ୍ଵାଚମ୍ୟାନ୍‌ ମଣିକନ୍ଦନଙ୍କୁ ଦେଇଥିବା ବେଳେ ସେ ନିଜ ମା’ ପଠାଇଛନ୍ତି ବୋଲି ଭାବି ପିଇଦେଇଥିଲେ । କିନ୍ତୁ ପିଲାଟି ଘରେ ପହଞ୍ଚିବା ପରେ ତାଙ୍କୁ ବାନ୍ତି ହୋଇଥିଲା ଏବଂ ତାଙ୍କୁ ସରକାରୀ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ଯେଉଁଠାରେ ପିଲାଟିର ମୃତ୍ୟୁ ହୋଇଥିଲା । କିନ୍ତୁ ମୃତ୍ୟୁ ପୂର୍ବରୁ ମଣିକନ୍ଦନ କହିଥିଲେ ଯେ, ସେ ସଫ୍ଟ ଡିଙ୍କ୍ସ ପିଇଥିଲା, ଯାହା ୱାଚମ୍ୟାନ୍ ତାଙ୍କୁ ଦେଇଥିଲା । ତେଣୁ ଏହାକୁ ଆଧାର କରି ଓ୍ଵାଚମ୍ୟାନ ଉପରେ ସନ୍ଦେହ ଜାତ ହୋଇଥିଲା। ଆଉ ଓ୍ଵାଚମ୍ୟାନ୍‌କୁ ପଚରାଯିବାରୁ ସେ ଜଣେ ମହିଳା ମଣିକନ୍ଦନଙ୍କ ମା’ କହି ଏହି ଡ୍ରିଙ୍କସ ଦେଇଥିଲେ ବୋଲି କହିଥିଲେ।

ପୋଲିସ ସଙ୍ଗେ ସଙ୍ଗେ ଯାଞ୍ଚ ଆରମ୍ଭ କରିଥିଲା । ଆଉ ତଦନ୍ତ ପରେ ଜଣାପଡ଼ିଥିଲା ଯେ ସଗ୍ୟାରାଣୀ ହିଁ ଡ୍ରିଙ୍କ୍ସ ରେ କିଛି ମିଶାଇଥିଲେ । ଯାହାଦ୍ୱାର ଛାତ୍ରକୁ ଡାଇରିଆ ହୋଇଥିଲା ଏବଂ ସେ ବାରମ୍ବାର ବାନ୍ତି କରିବାକୁ ଲାଗିଥିଲା । ଏହି ମାମଲାର ଖୁଲାସା ହେବାପରେ ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ ଯେ ଜଣେ ମହିଳା ସାମାନ୍ୟ ସ୍କୁଲ ପ୍ରତିଯୋଗିତାକୁ ନେଇ କୌଣସି ପିଲାର ଜୀବନ ନେଇପାରନ୍ତି ।

Also Read : ସାଇରସ ମିସ୍ତ୍ରୀଙ୍କ ଗାଡି ଚଳାଉଥିଲେ ଟାଟା ଗ୍ରୁପର ପୂର୍ବତନ ନିର୍ଦ୍ଦେଶକଙ୍କ ପତ୍ନୀ: ସିଟ୍‌ ବେଲ୍ଟ ବାନ୍ଧିନଥିଲେ ମିସ୍ତ୍ରୀ, ମାତ୍ର ୯ ମିନିଟ୍‌ରେ ୨୦ କିମି ଦୂରରେ ପହଞ୍ଚିଥିଲା ଗାଡି

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.