ପିତୃପକ୍ଷରେ ପିତୃପୁରୁଷ ସ୍ୱପ୍ନରେ ଦେଖାଦେଲେ ମିଳିଥାଏ ଏହି ସବୁ ଶୁଭ ଓ ଅଶୁଭ ସଙ୍କେତ; ଜାଣନ୍ତୁ ଖାସ୍‌ କଥା

ପିତୃପକ୍ଷରେ ପିତୃପୁରୁଷଙ୍କ ଶ୍ରାଦ୍ଧ ଏବଂ ପିଣ୍ଡଦାନ ଦ୍ୱାରା ଆମ ପୂର୍ବଜମାନଙ୍କ ଆତ୍ମାକୁ ଶାନ୍ତି ମିଳିଥାଏ। ଚଳିତ ବର୍ଷ ସେପ୍ଟେମ୍ବର ୧୦ରୁ ପିତୃପକ୍ଷ ଆରମ୍ଭ ହେଉଛି, ଯାହାକି ୨୫ ତାରିଖ ପର୍ଯ୍ୟନ୍ତ ରହିବ। ଆସନ୍ତା ସେପ୍ଟେମ୍ବର ୨୫ରେ ସର୍ବପିତୃ ଆମାବାସ୍ୟା ସହିତ ଏହାର ସମାପନ ହେବ। ହିନ୍ଦୁ ଧର୍ମର ମାନ୍ୟତା ଅନୁସାରେ, ୧୫ ଦିନର ଏହି ଅବଧିରେ ଆମ ପୂର୍ବଜମାନେ ଆମକୁ ଆଶୀର୍ବାଦ ଦେବା ପାଇଁ ଧରାପୃଷ୍ଠକୁ ଆସି ଥାଆନ୍ତି। ପ୍ରାୟତଃ ଆପଣ ପୂର୍ବଜମାନେ ସ୍ୱପ୍ନରେ ଆସୁଥିବାର ଖବର ନିଶ୍ଚୟ ଶୁଣିଥିବେ। ସ୍ୱପ୍ନ ଶାସ୍ତ୍ର ମୁତାବକ, ସ୍ୱପ୍ନରେ ପିତୃପୁରୁଷମାନେ ଆସିବାର କିଛି ନା କିଛି ଖାସ୍‌ କାରଣ ରହିଥାଏ।

ମାନ୍ୟତା ରହିଛି, ମୃତ୍ୟୁ ହେବା ପରେ ଯେତେବେଳେ କୌଣସି ମଣିଷର ଆଶା ଅଧୁରା ରହିଥାଏ, ତ ସେମାନେ ନିଜ ବଂଶଜମାନଙ୍କୁ ସ୍ୱପ୍ନରେ ଦେଖାଦେଇ ଥାଆନ୍ତି। ଏମିତି ନୁହେଁ ଯେ ଯେଉଁମାନେ କେବଳ ତାଙ୍କ ଆଶାକୁ ପୂରଣ କରି ପାରିବେ, ସେମାନଙ୍କୁ ହିଁ ଦେଖାଦେବେ, ବରଂ ଯେ ପର୍ଯ୍ୟନ୍ତ ତାଙ୍କର ଆଶା ପୂରଣ ନ ହୋଇଛି, ସେ ପର୍ଯ୍ୟନ୍ତ ତାଙ୍କ ଆତ୍ମାକୁ ଶାନ୍ତି ମିଳି ନ ଥାଏ। ତେବେ ଏହି ସ୍ୱପ୍ନଗୁଡ଼ିକ ପିତୃପୁରୁଷଙ୍କ ଭାବ ଉପରେ ନିର୍ଭର କରିଥାଏ। ଆସନ୍ତୁ ଜାଣିବା ଏ ବିଷୟରେ…

୧. ସ୍ୱପ୍ନରେ ପିତୃପୁରୁଷ ଖୁସି ଥିଲେ

ଯଦି ସ୍ୱପ୍ନରେ ଆପଣଙ୍କ ପିତୃ ଆପଣଙ୍କୁ ହସାଉ ଥିବାର କିମ୍ବା ନିଜେ ଖୁସି ଥିବାର ଦେଖା ଯାଆନ୍ତି, ତା’ ହେଲେ ଏହା ତାଙ୍କର ପ୍ରସନ୍ନତାର ସଙ୍କେତ ହୋଇଥାଏ। ପିତୃପୁରୁଷମାନେ ଯେତେବେଳେ କୌଣସି ମଣିଷକୁ ନେଇ ଖୁସି ଥାଆନ୍ତି, ତ ତାଙ୍କ ଜୀବନରେ ସମସ୍ତ ବାଧା ଓ ସମସ୍ୟା ଆପେ ସମାପ୍ତ ହେବାକୁ ଲାଗିଥାଏ। ପିତୃପୁରୁଷଙ୍କ ଆଶୀର୍ବାଦ ମିଳିବା ଦ୍ୱାରା ବ୍ୟକ୍ତି ନିଜ ଜୀବନରେ ବଡ଼ ଉପଲବ୍ଧି ମଧ୍ୟ ହାସଲ କରି ପାରିଥାଏ।

୨. କେଶ କୁଣ୍ଡାଉଥିବାର ଦେଖାଦେଲେ

ଯଦି ସ୍ୱପ୍ନରେ ପିତୃପୁରୁଷ କେଶ କୁଣ୍ଡାଉଥିବାର ଆପଣଙ୍କୁ ଦେଖା ଯାଆନ୍ତି, ତ ଏହାର ମଧ୍ୟ ଖାସ୍‌ ଅର୍ଥ ରହିଛି। ତାହା ହେଲା, ଆପଣଙ୍କ ଉପରେ ଯେଉଁ ବାଧା ଆସିବାର ଥିଲା, ପିତୃପୁରୁଷମାନେ ଆପଣଙ୍କୁ ସେଥିରୁ ବଞ୍ଚାଇ ନେଇଛନ୍ତି। ଏହାକୁ ଏକ ଶୁଭ ସଙ୍କେତ ବୋଲି ଭାବନ୍ତୁ।

୩. ଶାନ୍ତ ଦେଖାଦେଲେ

ଯଦି ସ୍ୱପ୍ନରେ ପିତୃ ଆପଣଙ୍କୁ ଶାନ୍ତ ମୁଦ୍ରାରେ ଦେଖା ଦିଅନ୍ତି, ତା’ ହେଲେ ବୁଝି ନିଅନ୍ତୁ, ସେମାନେ ଆପଣଙ୍କ ଉପରେ ସମ୍ପୂର୍ଣ୍ଣ ଭାବେ ସନ୍ତୁଷ୍ଟ ଅଛନ୍ତି। ଏହା କୌଣସି ବଡ଼ ଖୁସି ଖବର ମିଳିବାର ବି ସଙ୍କେତ ହୋଇପାରେ। ଆପଣଙ୍କୁ ସନ୍ତାନ ପକ୍ଷରୁ କୌଣସି ଶୁଭ ସମାଚାର ମିଳିପାରେ। କର୍ମମୟ ଜୀବନରେ ଆପଣଙ୍କୁ ବଡ଼ ସଫଳତା ମିଳିପାରେ।

୪. କାନ୍ଦୁଥିବାର ଦେଖାଦେଲେ

ଯଦି ସ୍ୱପ୍ନରେ ଆପଣଙ୍କୁ ପିତୃପୁରୁଷ କାନ୍ଦୁଥିବାର ଦେଖା ଯାଆନ୍ତି, ତା’ ହେଲେ ଏହା ବହୁତ ଅଶୁଭ ସଙ୍କେତ ହୋଇଥାଏ। ଏମିତି ହେବା ଦ୍ୱାରା ଆପଣଙ୍କୁ ସାବଧାନ ରହିବା ଉଚିତ୍‌। ଏଭଳି ସ୍ଥିତିରେ ପିତୃପୁରୁଷଙ୍କ ଶାନ୍ତି ପାଇଁ ଶ୍ରାଦ୍ଧକର୍ମ ଏବଂ ପିଣ୍ଡଦାନ କରିବା ବହୁତ ଜରୁରୀ ହୋଇଥାଏ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.