ବାଥରୁମ୍ରେ ପିଲା ଜନ୍ମ କରିବାର ତୁରନ୍ତ ପରେ ମୁହଁରେ ଟଏଲେଟ୍ ପେପର ଭର୍ତ୍ତି କରି ଜୀବନ ନେଇଗଲା ପିଶାଚୀ ମା’
ଜାପାନର ଟୋକିଓରୁ ଏକ ଆଶ୍ଚର୍ଯ୍ୟ କରି ଦେବା ଭଳି ମାମଲା ସାମ୍ନାକୁ ଆସିଛି। ଏଠାରେ ଜଣେ ଯୁବତୀ ଜନ୍ମ ପରେ ହିଁ ନିଜ ଛୁଆକୁ ମାରି ଦେଇଛନ୍ତି। ସେ ନିଜ ନବଜାତ ଶିଶୁର ପାଟିରେ ଟଏଲେଟ୍ ପେପର ପୂରାଇ ହତ୍ୟା କରିଛନ୍ତି। ଏହି ଘଟଣା ୨ ବର୍ଷ ପୁରୁଣା ହୋଇଥିଲେ ମଧ୍ୟ ଯୁବତୀ ଜଣକ ଏବେ ହତ୍ୟା କରିଥିବା ସ୍ୱୀକାର କରିଛନ୍ତି। ତେବେ ଏହା ପଛରେ କ’ଣ ରହିଛି କାରଣ ଆସନ୍ତୁ ଜାଣିବା…
ରିପୋର୍ଟ ମୁତାବକ, ୨୦୧୯ ମସିହାରେ ୨୩ ବର୍ଷୀୟା କୋୟୁରୀ କିତାଇ ଚାକିରି ପାଇଁ ଇଣ୍ଟରଭ୍ୟୁ ଦେବାକୁ ଘରୁ ଟୋକିଓ ଯାଉଥିଲେ। କିନ୍ତୁ ଓହ୍ଲାଇବାର କିଛି ସମୟ ପରେ ତାଙ୍କ ଲେବର ପେନ୍ ଆରମ୍ଭ ହୋଇଯାଇଥିଲା। ଏଣୁ ସେ ଟୋକିଓର ଏୟାରପୋର୍ଟର ବାଥରୁମ୍କୁ ଯାଇଥିଲେ। ସେଠାରେ ସେ ଏକ ପିଲା ଜନ୍ମ ଦେଇଥିଲେ। କିନ୍ତୁ ସେ ପିଲା ଚାହୁଁନଥିବାରୁ ଜନ୍ମର ତୁରନ୍ତ ପରେ ହିଁ ପିଲାଟିକୁ ହତ୍ୟା କରିଥିଲେ। ନବଜାତକର ପାଟିରେ ଟଏଲେଟ୍ ପେପର ପୂରାଇ ସେ ତାକୁ ମାରି ଦେଇଥିଲେ।
୨୦୧୯ରେ ଘଟିଥିବା ଏହି ମାମଲାର ଶୁଣାଣି ଏବେ ହୋଇଛି। କିତାଇ କହିଛନ୍ତି, ଅବାଞ୍ଛିତ ଗର୍ଭଧାରଣରୁ ମୁକ୍ତି ପାଇବାକୁ ସେ ଜନ୍ମ ପରେ ହିଁ ନିଜ ସନ୍ତାନକୁ ମାରିଦେଇଥିଲେ। କୋର୍ଟରେ କିତାଇ କହିଛନ୍ତି ଯେ ସେ ଏହି ଗର୍ଭଧାରଣ କଥା ନିଜେ ବି ଜାଣିନଥିଲେ। ଏ ନେଇ ଯେତେବେଳେ ସେ ଜାଣିଲେ ସେତେବେଳକୁ ବହୁତ ଡେରି ହୋଇଯାଇଥିଲା। ଗର୍ଭପାତ କରିବାକୁ ସେ ଚେଷ୍ଟା କରିଥିଲେ। କିନ୍ତୁ ୨୨ ସପ୍ତାହ ପରେ ଗର୍ଭପାତ ଜାପାନରେ ଆଇନ ବିରୁଦ୍ଧ। ଏଣୁ ସନ୍ତାନ ଜନ୍ମ ହେବା ପରେ ଭୟରେ ବାଧ୍ୟ ହୋଇ ସେ ତାକୁ ହତ୍ୟା କରିଛନ୍ତି ବୋଲି କୋର୍ଟରେ କହିଛନ୍ତି କିତାଇ।