ମାନସିକ ବିକୃତ ଝିଅକୁ ହତ୍ୟା କଲା ନିର୍ଦ୍ଦୟୀ ମା’, ପୋଷ୍ଟମର୍ଟମ ରିପୋର୍ଟରୁ ବାହାରିଲା ଏହି ଭୟାନକ ସତ

ମୁମ୍ବାଇ: ଝିଅକୁ ମାରିଲା ନିର୍ଦ୍ଦୟୀ ମା’। ମୁମ୍ବାଇ ଅନ୍ଧେରୀରେ ୧୯ ବର୍ଷୀୟା ମାନସିକ ବିକୃତ ଝିଅକୁ ହତ୍ୟା କଲା ମା’। ହତ୍ୟା କରିବା ପରେ ଏହାକୁ ଆତ୍ମହତ୍ୟା ରୂପ ଦେଇଥିଲା। ମାତ୍ର ପୋଷ୍ଟମର୍ଟମ ରିପୋର୍ଟର ବାହାରିଲା ସତ। ଝିଅ ମାନସିକ ବିକୃତ ଥିବାରୁ ତା’ର ଯତ୍ନ ନେଇ ବିରକ୍ତ ହୋଇଯାଇଥିଲେ ମା’।

ଶେଷରେ ବେଲ୍ଟରେ ଗଳା ଚିପି ତାକୁ ହତ୍ୟା କରିଥିଲେ ମହିଳା। ପୋଲିସକୁ ଡାକି ଏହା ଆତ୍ମହତ୍ୟା ବୋଲି କହିଥିଲେ ମୃତ ଯୁବତୀଙ୍କ ବାପା ମା’। ପୋଷ୍ଟମର୍ଟମ ରିପୋର୍ଟରେ ଏହା ଆତ୍ମହତ୍ୟା ନୁହେଁ ବୋଲି ସ୍ପଷ୍ଟ କରିଥିଲେ ଡାକ୍ତର। ଶେଷରେ ମହିଳା ଜଣଙ୍କ ସତ ମାନିଥିଲେ ଓ ନିଜ ଝିଅକୁ ମାରିଥିବା ପୋଲିସ ଆଗରେ କହିଥିଲେ। ପୋଲିସ ମହିଳାଙ୍କୁ ଗିରଫ କରିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.