ଭାରତ ଆଗରେ ମୁଣ୍ଡ ନୁଆଁଇଲା WHO, ହାଇଡ୍ରୋକ୍ସିକ୍ଲୋରୋକୁଇନ ପରୀକ୍ଷଣ ପାଇଁ ଦେଲା ଅନୁମତି

ଶେଷରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନକୁ ଭାରତ ଆଗରେ ମୁଣ୍ଡ ନୂଆଇଁବାକୁ ପଡିଛି । ପୂର୍ବରୁ ଥରେ ମାରାତ୍ମକ କରୋନା ଭାଇରସର ସାମ୍ଭାବ୍ୟ ଔଷଧ ହାଇଡ୍ରୋକ୍ସିକ୍ଲୋରୋକୁଇନର ପରୀକ୍ଷଣ ଓ ବ୍ୟବହାର ଉପରେ ସଂଗଠନ ତରଫରୁ ରୋକ ଲଗାଯାଇଥିବା ବେଳେ ଏହାକୁ ପୁଣି ଥରେ ଆରମ୍ଭ କରାଯିବାକୁ ଅନୁମତି ଦିଆଯାଇଛି । ଏଣିକି ବିଭିନ୍ନ ଦେଶ ହାଇଡ୍ରୋକ୍ସିକ୍ଲୋରୋକୁଇନର ଟ୍ରାଏଲ ପୁଣି ଥରେ ଆରମ୍ଭ କରି ପାରିବେ । ବୁଧବାର ଟ୍ୱିଟର ଜରିଆରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ତରଫରୁ ସୂଚନା ଦିଆଯାଇଛିକି, ଡବ୍ଲୁଏଚଓ ଏକଜୁକୁଟିଭ ବୋର୍ଡ ନିକଟକୁ ସଦସ୍ୟ ରାଷ୍ଟ୍ର ମାନଙ୍କ ତରଫରୁ ଏକ ଅନୁରୋଧ ପତ୍ର ଆସିଥିଲା । ଏହି ପତ୍ରରେ ରାଷ୍ଟ୍ର ମାନଙ୍କ ତରଫରୁ ହାଇଡ୍ରୋକ୍ସିକ୍ଲୋରୋକୁଇନ ବ୍ୟବହାର କରିବା ନେଇ ଅନୁରୋଧ ଆସିଥିଲା ।

hydro

ଅନୁରୋଧ ପତ୍ରରେ ଏହା ମଧ୍ୟ ଦର୍ଶାଯାଇଛି ଯେ, ହାଇଡ୍ରୋକ୍ସି କ୍ଲୋରୋକୁଇନ ପରୀକ୍ଷଣ ନେଇ ପୂର୍ବରୁ ଥିବା ନିୟମ ଗୁଡିକରେ ବି କୌଣସି ପ୍ରକାର ପରିବର୍ତ୍ତନ ଆଣିବାର ଆବଶ୍ୟକତା ନାହିଁ । ବିଶ୍ୱବ୍ୟାପୀ କରୋନା ମହାମାରୀ ନିଜ କାୟା ବିସ୍ତାର କରି ଚାଲିଥିବା କାରଣରୁ ସଦସ୍ୟ ରାଷ୍ଟ୍ରଙ୍କ ତରଫରୁ ଏହି ନିଷ୍ପତ୍ତି ନିଆଯାଇଥିବା ଜଣାଯାଇଛି । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନରୁ ଅନୁମତି ପାଇବା ପରେ ଏହି ରାଷ୍ଟ୍ର ମାନେ ଏହା ଉପରେ ନିଜ ନିଜ ପରୀକ୍ଷଣ ପୁଣି ଥରେ ଆରମ୍ଭ କରି ପାରିବେ । କିନ୍ତୁ ଏନେଇ ସଂଗଠନ ତରଫରୁ ଏହା ମଧ୍ୟ ସ୍ପଷ୍ଟ କରାଯାଇଛିକି ଏନେଇ ସମସ୍ତ ରାଷ୍ଟ୍ରଙ୍କ ଉପରେ କଡ଼ା ନଜର ରଖାଯିବ । କହିରଖିବା ଉଚିତ ହେବକି, ସଂଗଠନ ତରଫରୁ କରୋନା ଚିକିତ୍ସାରେ ହାଇଡ୍ରୋକ୍ସି କ୍ଲୋରୋକୁଇନ ବ୍ୟବହାର କ୍ଷତିକାରକ ହୋଇପାରେ ବୋଲି ଦର୍ଶାଯାଇ ଏହାର ପରୀକ୍ଷଣ ଉପରେ ସମ୍ପୂର୍ଣ୍ଣ ରୋକ ଲଗା ଯାଇଥିଲା । କିନ୍ତୁ ଭାରତୀୟ ଡାକ୍ତର ମାନେ ଏହା ବିରୋଧରେ ଯୁକ୍ତି ବଢିବା ସହ ଏହାର ସେପରି କୌଣସି କୁପ୍ରଭାବ ନଥିବା ନେଇ କୁହାଯାଇଥିଲା ।

hydro

ଏହା ସହ କୋରୋନା ଚିକିତ୍ସାରେ ଏହା ଏକ ଉପାଦେୟ ଔଷଧ ବୋଲି ମଧ୍ୟ କୁହା ଯାଇ ଥିଲା । ଯେବେକି ଇଣ୍ଡିଆନ କାଉନସିଲ ଅଫ ମେଡିକାଲ ରିସର୍ଚ ତରଫରୁ ଦାବି କରାଯାଇଛିକି , ଏହି ଔଷଧର ବ୍ୟବହାରରେ ସଂକ୍ରମଣ ଅନେକାଂଶ ହ୍ରାସ ପାଇଥିବା ଲକ୍ଷ କରାଯାଇଛି । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟର ଜଣେ ବରିଷ୍ଠ ଅଧିକାରୀଙ୍କ ଅନୁଯାୟୀ, ଅଧିକାଂଶ ବିଦେଶୀ ରାଷ୍ଟ୍ର ମାନେ ଭାରତ ନିର୍ମିତ ଔଷଧକୁ ବେଖାତିର କରିବାକୁ ଚେଷ୍ଟା କରି ଥାନ୍ତି । କହିରଖିବା ଉଚିତ ହେବକି ସାଧାରଣତଃ ହାଇଡ୍ରୋକ୍ସି କ୍ଲୋରୋକୁଇନର ବ୍ୟବହାର ମେଲେରିଆ ଔଷଧରେ ହିଁ କରାଯାଇଥାଏ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.