ୟେମେନରେ ଆର୍ଥିକ ସହାୟତା ବଣ୍ଟନ କାର୍ଯ୍ୟକ୍ରମରେ ଦଳାଚକଟା, ୮୦ ମୃତ

ୟେମେନରେ ଏକ ବଡ଼ ଦୁର୍ଘଟଣା ସାମ୍ନାକୁ ଆସିଛି । ଏଠାରେ ଆର୍ଥିକ ସହାୟତା ବଣ୍ଟନ ସମୟରେ ଦଳାଚକଟା ହୋଇଛି । ଫଳରେ ୮୦ ରୁ ଅଧିକ ଲୋକଙ୍କର ମୃତ୍ୟୁ ହୋଇଥିବା ବେଳେ ଶତାଧିକ ଲୋକ ଆହତ ହୋଇଛନ୍ତି ।

ନୂଆଦିଲ୍ଲୀ : ୟେମେନରେ ଏକ ବଡ଼ ଦୁର୍ଘଟଣା ସାମ୍ନାକୁ ଆସିଛି । ଏଠାରେ ଆର୍ଥିକ ସହାୟତା ବଣ୍ଟନ ସମୟରେ ଦଳାଚକଟା ହୋଇଛି । ଫଳରେ ୮୦ ରୁ ଅଧିକ ଲୋକଙ୍କର ମୃତ୍ୟୁ ହୋଇଥିବା ବେଳେ ଶତାଧିକ ଲୋକ ଆହତ ହୋଇଛନ୍ତି । ବୁଧବାର ରାତିରେ ୟେମେନର ରାଜଧାନୀରେ ଏହି ଘଟଣା ଘଟିଛି ।

ସୂଚନା ଅନୁସାରେ ଗତକାଲି ବିଳମ୍ବିତ ରାତିରେ ୟେମେନ ରାଜଧାନୀ ସନାରେ ଏହି ଦଳଚକଟା ହୋଇଛି । ଆର୍ଥିକ ସହାୟତା ବଣ୍ଟନ ପାଇଁ ଆୟୋଜିତ କାର୍ଯ୍ୟକ୍ରମରେ ଏହି ଦଳାଚକଟା ହୋଇଥିଲା । ମୁସଲିମ ସମ୍ପ୍ରଦାୟର ପବିତ୍ର ରମଜାନ୍‌ ମାସର ଶେଷ ଦିନରେ ବ୍ୟବସାୟୀଙ୍କ ପକ୍ଷରୁ ସହାୟତା ବିତରଣ କରାଯାଉଥିଲା । ଯେଉଁଠାରେ ଏକାଠି ହୋଇଥିଲେ ଶହ ଶହ ଲୋକ । ରିପୋର୍ଟ ଅନୁଯାୟୀ, ଏଠାରେ ଥିବା ଲୋକଙ୍କୁ ୫୦୦୦ ୟେମେନ ରିୟାଲ ବଣ୍ଟନ କରାଯାଉଥିଲା ଯାହା ପ୍ରତି ବ୍ୟକ୍ତିଙ୍କ ପାଇଁ ପ୍ରାୟ ୯ ଡଲାର ଥିଲା । ଦୁଇଜଣ ପ୍ରତ୍ୟକ୍ଷଦର୍ଶୀ କହିଛନ୍ତି ଯେ ଏହି ଟଙ୍କା ନେବା ପାଇଁ ବହୁ ସଂଖ୍ୟାରେ ଲୋକ ଏକତ୍ରିତ ହୋଇଥିଲେ ।

ସହାୟତା ନେବାକୁ ଲୋକଙ୍କ ଭିତରେ ଧାଁ ଦୌଡ଼ ହେବାରୁ ଦଳାଚକଟା ହୋଇଥିଲା । ପ୍ରଶାସନର ବିନା ଅନୁମତିରେ ସେଠାରେ ଲୋକଙ୍କୁ ଆର୍ଥିକ ସହାୟତା ବାଣ୍ଟୁଥିଲେ ସ୍ଥାନୀୟ ବ୍ୟବସାୟୀ । ଏହି ଘଟଣା ପରେ ଆୟୋଜକଙ୍କୁ ହେପାଜତରେ ନିଆଯାଇଛି । କେମିତି ଓ କେଉଁ ପରିସ୍ଥିତିରେ ଦଳାଚକଟା ହେଲା ତଦନ୍ତ ଚାଲିଛି । ୟେମେନ ରାଜଧାନୀ ସନା ଏବେ ଇରାନୀ ସମର୍ଥକ ବିଦ୍ରୋହୀ ହିୟୁତିଙ୍କ କବଜାରେ ରହିଛି । ୨୦୧୪ରେ ସେମାନେ ସନାକୁ ନିଜ ନିୟନ୍ତ୍ରଣକୁ ନେଇଛନ୍ତି । ଏହାପରଠୁ ସେଠାରେ ଗୃହ ଯୁଦ୍ଧ ଆରମ୍ଭ ବି ହୋଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.