ବିବାହର ଗୋଟେ ଦିନ ପୂର୍ବରୁ ପ୍ରିୱେଡିଂ ଫଟୋଶୁଟ୍ କରୁଥିଲେ ଡାକ୍ତର, ଭାବିପତ୍ନୀ ଆଗରେ ଏମିତି ଚାଲିଗଲା ଜୀବନ

ବିବାହକୁ ନେଇ ଅନେକଙ୍କ ମନରେ ବହୁତ ଆଶା, ଉତ୍କଣ୍ଠା ଏବଂ ଉତ୍ସାହ ଭରି ରହିଥାଏ। ତେଣୁ ସମସ୍ତେ ଆଜିକାଲିର ଟ୍ରେଣ୍ଡ ଅନୁଯାୟୀ ପ୍ରି ୱେଡିଂ ଫଟୋଶୁଟ କରୁଛନ୍ତି। କିନ୍ତୁ ଏହି ଫଟୋଶୁଟ କାହା ପାଇଁ ଖୁସି ଆଣିଦେଉଥିବା ବେଳେ ଆଉ କାହା ପାଇଁ ଦୁଃଖ ଆଣି ଦେଉଛି। ଏମିତି ଏକ ଘଟଣା ବ୍ରାଜିଲରେ ଦେଖିବାକୁ ମିଳିଛି।

ବ୍ରାଜିଲର ଜଣେ ଡାକ୍ତର ବିବାହର ଗୋଟେ ଦିନ ପୂର୍ବରୁ ପ୍ରି ୱେଡିଂ ଫଟୋଶୁଟ୍ କରୁଥିବା ସମୟରେ ବିଦ୍ଯୁତ ଲାଗିବା ଯୋଗୁଁ ପ୍ରାଣହାନୀ ଘଟିଛି। ଘଟଣାରେ ୩୧ ବର୍ଷୀୟ ଡାକ୍ତର ଡେନିସ ରିକାଡୋ ଫାରିଆ ଗର୍ଜଲଙ୍କର ମୃତ୍ଯୁ ହୋଇଛି।

ଡାକ୍ତର ଜଣକ ନିଜ ଭାବିପତ୍ନୀ ସହିତ ବିବାହର ଗୋଟେ ଦିନ ପୂର୍ବରୁ ପ୍ରି ୱେଡିଂ ଫଟୋଶୁଟ କରିବା ପାଇଁ ଯାଇଥିଲେ। ବ୍ରାଜିଲର ରାଜଧାନୀରୁ ୫୫୦ କିମି ଦୂର ଏହି ସ୍ଥାନରେ ମାଛ ମାରିବା ପାଇଁ ଡାକ୍ତର ଯେଉଁ ବାଡି ଧରିଥିଲେ, ତାହା ହାଇ ଭୋଲଟେଜ ବିଦ୍ଯୁତ ତାରରେ ଫସି ଯାଇଥିଲା। ଯାହା ପରେ ଏହାକୁ ହଟାଇବା ପାଇଁ ଚେଷ୍ଟା କରୁଥିବା ସମୟରେ ତାଙ୍କ ହାତ ବିଦ୍ଯୁତ ତାର ସଂସ୍ପର୍ଶରେ ଆସିଯାଇଥିଲା ଏବଂ ତାଙ୍କ ପ୍ରାଣବାୟୁ ଉଡିଯାଇଥିଲା। ସେ ବ୍ରାଜିଲର ଗୁରୁପାଇ ନଗର ସ୍ବାସ୍ଥ୍ଯ ବିଭାଗରେ ଡାକ୍ତର ଭାବେ କାମ କରୁଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.